ETV Bharat / business

ଅମ୍ବାନୀ ପରେ ମିତ୍ତଲ ପରିବାର: ଭାଇ ପାଇଁ ସାଜିଲେ ଦେବଦୂତ

ଅମ୍ବାନୀ ପରିବାର ଭଳି ମିତ୍ତଲ ପରିବାରରେ ମଧ୍ୟ ଭାଇ-ଭାଇ ଝଗଡା ହୋଇଥିଲା। ଅଲଗା ହୋଇଥିଲେ ଦୁଇ ଭାଇ। ହେଲେ ଭୁଲିନଥିଲେ ସମ୍ପର୍କ। ବିପଦବେଳେ ସାନ ଭାଇକୁ ସାହାର ହୋଇଛନ୍ତି ଲକ୍ଷ୍ମୀ।

author img

By

Published : Mar 28, 2019, 2:52 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: କିଏ କହିଲା ଧନୀ ଶ୍ରେଣୀର ଲୋକ ସମ୍ପର୍କ ବୁଝନ୍ତି ନାହିଁ । କିଏ କହିଲା ଧନୀ ବ୍ୟକ୍ତି ଆଖି ଲୁହ ପୋଛନ୍ତି ନାହିଁ । କିଏ କହିଲା ଏମାନଙ୍କର ପାରିବାରିକ ମୂଲ୍ୟବୋଧ କିଛି ନାହିଁ । ଏ ସମସ୍ତ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଦେଶର 2 ଧନୀ ବ୍ୟକ୍ତିତ୍ବ । ପ୍ରଥମେ ମୁକେଶ ଅମ୍ବାନୀ ଆଉ ଏବେ ଲକ୍ଷ୍ମୀ ମିତ୍ତଲ । ବିପଦ ବେଳେ ବଡ ଭାଇର କର୍ତ୍ତବ୍ୟ ନିଭାଇ ଏମାନେ ସାନ ଭାଇକୁ ସାହାଯ୍ୟ କରିଛନ୍ତି ।

ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲ ତାଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିଛନ୍ତି। ପ୍ରମୋଦ ହେଉଛନ୍ତି ଗ୍ଲୋବାଲ ଷ୍ଟିଲ ‌ହୋଲ୍ଡିଂ ନାମକ ସଂସ୍ଥାର ମାଲିକ। ତାଙ୍କ କମ୍ପାନୀ ଉପରେ ଷ୍ଟେଟ ଟ୍ରେଡିଂ କାର୍ପୋରେସନ(ଏସ୍‌ଟିସି)ର ୨୨୧୦ କୋଟି ଟଙ୍କା ବାକି ଥିଲା । ଏହା ସୁଝିବାରେ ପ୍ରମୋଦ ଅସମର୍ଥ ହୋଇଥିଲେ। ହେଲେ ବିପଦ ବେଳେ ସାହା ସାଜି ବଡ ଭାଇ ଲକ୍ଷ୍ମୀ ମିତ୍ତଲ ୧୬୦୦ କୋଟି ଟଙ୍କାର ସହାୟତା ଦେଇଥିଲେ। ଫଳରେ ନିଜ ମୁଣ୍ଡ ଉପରୁ ବାକି ବୋଝ ହାଲୁକା କରିପାରିଥିଲେ ପ୍ରମୋଦ।

ତେବେ ଅମ୍ବାନୀ ପରିବାର ଭଳି ମିତ୍ତଲ ପରିବାରରେ ମଧ୍ୟ ଭାଇ-ଭାଇ ଝଗଡା ହୋଇଥିଲା। ୧୯୯୪ରେ ଲକ୍ଷ୍ମୀ ଏବଂ ପ୍ରମୋଦ ପରସ୍ପରଠାରୁ ଅଲଗା ହୋଇଥିଲେ। ତେବେ ୨୦୦୮ରୁ ୨୦୧୦ ମଧ୍ୟରେ ଆର୍ଥିକ ମାନ୍ଦାବସ୍ଥାରେ ପ୍ରମୋଦଙ୍କ ଇସ୍ପାତ କମ୍ପାନୀର ସ୍ଥିତି ଖରାପ ହୋଇଯାଇଥିଲା। ପ୍ରମୋଦ ବିପୁଳ କ୍ଷତି ସହିବା ସହ ସେହି ସ୍ଥିତିରୁ ନିଜକୁ ବାହାର କରିପାରିନଥିଲେ। ଏହାପରେ ବିଭିନ୍ନ କମ୍ପାନୀର ବାକିଥିବା ପେମେଣ୍ଟ ଦେବାରେ ପ୍ରମୋଦ ବିଫଳ ହୋଇଥିଲେ।

ଏସଟିସି‌ର ବାକି ଟଙ୍କା ନେଇ ପ୍ରମୋଦଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସମୟ ତଲବ ହୋଇଥିଲା। ଏହାସହିତ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଅପରାଧିକ ମାମଲା ଦାୟର କରାଯାଇଥିଲା। ତେବେ ଏହି ବିପଦ ସମୟରେ ସାହାରା ପାଲଟିଥିଲେ ବଡ ଭାଇ ଲକ୍ଷ୍ମୀ। ସାନ ଭାଇକୁ ସମସ୍ତ ବାକି ଟଙ୍କା ଦେଇଥିଲେ ଲକ୍ଷ୍ମୀବନ୍ତ ଲକ୍ଷ୍ମୀ। ଫଳରେ ସମସ୍ତ ପ୍ରକାର ବିପଦରୁ ନିସ୍ତାର ପାଇଥିଲେ ପ୍ରମୋଦ। ଏଭଳି କଠିନ ସମୟରେ ସହାୟତା ଦେଇଥିବାରୁ ସେ ବଡ ଭାଇଙ୍କୁ ଧନ୍ୟବାଦ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବରୁ ଏରିକ୍ସନ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲା‌ରେ ଅନୀଲ ଅମ୍ବାନିଙ୍କୁ ଜେଲ ଯିବା ଭଳି ପରିସ୍ଥିତିରୁ ରକ୍ଷା କରିଥିଲେ ବଡ ଭାଇ ମୁକେଶ ଅମ୍ବାନୀ ।

AP Video Delivery Log - 0700 GMT News
Thursday, 28 March, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0638: Qatar France Museum AP Clients Only 4203166
French PM arrives to celebrate National Museum
AP-APTN-0631: US Taiwan No Access Taiwan 4203165
Taiwan President meets US officials in Hawaii
AP-APTN-0627: US WA Seattle Shooting PART: Must credit KING/KOMONEWS.COM, No access Seattle, No use US broadcast networks/ PART: Must credit KOMONEWS.COM, No access Seattle, No use US broadcast networks 4203164
Seattle Police: 2 killed in shooting and crash
AP-APTN-0616: Australia One Nation No Access Australia 4203163
Australian PM: No minor party deal to protect gun laws
AP-APTN-0559: Malaysia Netherlands AP Clients Only 4203162
Dutch FM meets Malaysian counterpart in Putrajaya
AP-APTN-0544: Japan New Era Dolls AP Clients Only 4203160
Japanese doll maker unveils dolls modelled after PM
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.