ETV Bharat / business

ଆରବିଆଇର ଘୋଷଣା ପରେ ଏଭଳି ମତ ରଖିଛି ଉଦ୍ୟୋଗ ଜଗତ - fight economic crisis

ଅର୍ଥନୀତିକୁ ବଳ ଦେବା ପାଇଁ ଆରବିଆଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କିଛି ବଡ ପଦକ୍ଷେପ ନେଇ ଘୋଷଣା କରିଛନ୍ତି । ତେବେ ଏହା ବ୍ୟାଙ୍କ, ଆର୍ଥିକ ସଂସ୍ଥାନ, ଉଦ୍ୟୋଗ ଜଗତ ଓ ସାଧାରଣ ଜନତାଙ୍କ ପାଇଁ କେତେ ଲାଭ ଦାୟକ, ସେ ନେଇ ପଢନ୍ତୁ ବିଭିନ୍ନ ମତାମତ ...

Know who said what on RBI announcements to fight economic crisis
ଆରବିଆଇର ଘୋଷଣା ପରେ ଏଭଳି ମତ ରଖିଛି ଉଦ୍ୟୋଗ ଜଗତ
author img

By

Published : May 22, 2020, 9:51 PM IST

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ଦର 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ କରିଛି । ଆରବିଆଇର ଏହି ପଦକ୍ଷେପକୁ ପ୍ରଂଶସା କରି ଉଦ୍ୟୋଗ ଜଗତ କହିଛି କି, ଏହା ଦ୍ବାରା କ୍ଷୁଦ୍ର ବ୍ୟବସାୟୀଙ୍କୁ ରିଲିଫ ମିଳିବା ସହ ଚାହିଦା ମଧ୍ୟ ବୃଦ୍ଧି ପାଇବ ।

ଉଦ୍ୟୋଗ ଜଗତ କହିଛି ଯେ, କୋରୋନା ଭାଇରସ ମହାମାରୀରେ ଦୁର୍ବଳ ହୋଇପଡିଥିବା ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପକ୍ଷରୁ ନିରନ୍ତର ଆଧାରରେ ଆହୁରି ସମର୍ଥନର ଆବଶ୍ୟକତା ଜରୁରୀ ରହିଛି ।

ରେପୋରେଟ ଦର ହ୍ରାସ ସହ ଆରବିଆଇ ଇଏମଆଇ ସ୍ଥଗିତ ଅବଧି ଆହୁରି 3 ମାସ ବଢାଇଛି । ଏଥିସହ ଆରବିଆଇ ବ୍ୟାଙ୍କ ପାଇଁ କର୍ପୋରେଟ ଋଣ ସୀମା ନେଟୱର୍ଥ ବଢାଇ 30 ପ୍ରତିଶତ କରିଛି ।

ସେହିଭଳି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି ଯେ, ‘‘ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସରକାର ଓ ଆରବିଆଇ ପୂରା ପ୍ରୟାସ କରୁଛନ୍ତି । ତେବେ ଉଦ୍ୟୋଗ ଜଗତ ସାମ୍ନା କରୁଥିବା ଚ୍ୟାଲେଞ୍ଜର ମଧ୍ୟ ଚିହ୍ଟଟ କରି ତାହାର ସମାଧାନ ବାଟ କାଢିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ଓ ସରକାର ଉଦ୍ୟମ କରିବା ଜରୁରୀ ।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଙ୍ଗଠନ (FIEO) ମଧ୍ୟ ଆରବିଆଇର ସମସ୍ତ ଘୋଷଣାକୁ ସ୍ବାଗତ କରିବା ସହ ଏହା କୋରୋନାରେ ପ୍ରଭାବିତ ରପ୍ତାନୀ ସେକ୍ଟରକୁ ସହଯୋଗ କରିବ ବୋଲି କହିଛି ।

ରପ୍ତାନୀକାରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବା ସହ ରପ୍ତାନୀ ଋଣ (Export credit) ଅବଧି ଏକ ବର୍ଷରୁ 15 ମାସକୁ ବୃଦ୍ଧି କରିଛି ଆରବିଆଇ ।

ଏହି ପଦକ୍ଷେପ ଦ୍ବାରା ରପ୍ତାନୀକାରୀଙ୍କ ପାଖରେ ଅଧିକ ନଗଦ ଉପଲବ୍ଧ ହେବ ବୋଲି ଫିୟୋର ଅଧ୍ୟକ୍ଷ ଶରଦ କୁମାର ସରାଫ କହିଛନ୍ତି ।

ଉଦ୍ୟୋଗ ସଙ୍ଗଠନ CII ର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ ଋଣ କିସ୍ତି ସ୍ଥଗିତ ସୁବିଧା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)କୁ ବି ଦେବା ପାଇଁ ବିଚାର କରିବା ଦରକାର ।

Assocham ପ୍ରେସିଡେଣ୍ଟ ନିରଞ୍ଜନ ହିରାନନ୍ଦାନୀ କହିଛନ୍ତି କି, ‘‘ ଲକଡାଉନ ଜାରି ପରଠୁ ଲଗାତାର ଆରବିଆଇ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଘରୋଇ ଉପଭୋଗ ବୃଦ୍ଧି ଓ କୋରୋନା ମାଡରେ ପ୍ରଭାବିତ ସମସ୍ତ କ୍ଷେତ୍ରକୁ ଲିକ୍ୟୁଡିଟି ପହଞ୍ଚାଇବାରେ ସାହାଯ୍ୟ କରିବ ।

ଆରବିଆଇର ପ୍ରୟାସରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଛଅ ମାସରେ ଅର୍ଥବ୍ୟବସ୍ଥାକୁ ଆଗକୁ ବଢିବାରେ ସହଯୋଗ ମିଳିବ ବୋଲି ନିରଞ୍ଜନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.