ETV Bharat / business

ଭାରତରେ ନିଜ ଉତ୍ପାଦ ବିକ୍ରି ପାଇଁ ଚୀନ ଆପଣାଇଛି ଏହି ସବୁ ରଣନୀତି

author img

By

Published : Jun 20, 2020, 4:49 PM IST

ସୋସିଆଲ ମିଡିଆ ଠାରୁ ଚା ଖଟି ସବୁଠି ଏବେ ଚୀନ ସାମଗ୍ରୀ ବର୍ଜନ ଚର୍ଚ୍ଚା । ଲୋକ ଚୀନକୁ ବଏକଟ କରିବାକୁ ତାର ଉତ୍ପାଦରୁ ମୁହଁ ଫେରାଉଛନ୍ତି । ଆଉ ଏଥିମଧ୍ୟରେ ନୂଆ ରଣନୀତି କରି ଭାରତୀୟଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ଚଲାଇଛି ଚୀନ । ଅଧିକ ପଢନ୍ତୁ..

ମେଡ ଇନ  PRC
ମେଡ ଇନ PRC

ହାଇଦ୍ରାବାଦ: ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ତେଜିଛି ଚୀନ ବିରୋଧୀ ନିଆଁ । ଚୀନ ସାମଗ୍ରୀ ବର୍ଜନ ନେଇ ଆରମ୍ଭ ହୋଇଛି ଅଭିଯାନ । ସେପଟେ ବେଜିଂ ମଧ୍ୟ ଭାରତରେ ନିଜ ମାଲ ବିକ୍ରି ପାଇଁ ନୂଆ ରଣନୀତି ଆପଣାଇବା ଆରମ୍ଭ କରିଛି ।

ଚୀନର ରଣନୀତି

ଲୋକଙ୍କ ମଧ୍ୟରେ ‘ମେଡ ଇନ ଚାଇନା’କୁ ନେଇ ବଢୁଥିବା ବିରୋଧକୁ ଦୃଷ୍ଟିରେ ରଖି ଚୀନ ନିଜ ଉତ୍ପାଦକୁ ମେଡ ଇନ PRC ଲେବଲ କରିବା ଆରମ୍ଭ କରିଦେଇଛି । ଏହାର ଅର୍ଥ ହେଉଛି ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା । ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା କରାଯାଇଛି ।

ଏହା ବ୍ୟତୀତ ଚୀନ ଉତ୍ପାଦର ବିବରଣୀ ଦେବା ପାଇଁ ମଧ୍ୟ ହିନ୍ଦୀ ଓ ଇଂରେଜୀ ଭାଷାର ବ୍ୟବହାର ଆରମ୍ଭ କରିଛି । ଯାହାକି ପୂର୍ବରୁ ଚାଇନିଜ ଭାଷାରେ ଲେଖାଯାଉଥିଲା ।

ସେହିପରି ନିଜ ସାମଗ୍ରୀକୁ ଏକ ଭାରତୀୟ ଉତ୍ପାଦ ଭଳି କରିବା ପାଇଁ ଚୀନ ଭାରତୀୟ ମଡେଲଙ୍କ ଫଟୋର ବ୍ୟବହାର କରୁଛି । ଏଥିସହ ଭାରତୀୟ ମହତ୍ବ ରଖୁଥିବା ନାଁରେ ଉତ୍ପାଦର ନାମକରଣ କରୁଛି ।

ବେଜିଂ ଏବେ ଏଙି ସବୁ କୌଶଳକୁ ଉପଯୋଗ କରିବା ଆରମ୍ଭ କରିଦେଇଛି । ଯାହା ଦ୍ବାରା ଅଧିକାଂଶ ଭାରତୀୟ କ୍ରେତାଙ୍କୁ ପ୍ରଥମ ନଜରରେ ଜଣାପଡିବ ନାହିଁ କି ଏହା ଚୀନ ଉତ୍ପାଦ ।

ବାସ୍ତବରେ ଏହା କେବେ ଆରମ୍ଭ ହୋଇଥିଲା

2017ରେ ଡୋକଲାମ ବିବାଦ ପରଠୁ 2 ଦେଶ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ସେବେଠାରୁ ଭାରତରେ ଚୀନ ସାମଗ୍ରୀ ବର୍ଜନ ଲହରୀ ବୋହିଥିଲା । ଏହାର ପ୍ରଭାବ ସେହି ବର୍ଷ ଦୀପାବଳୀରେ ଚୀନ ଲାଇଟ ଓ ମୂର୍ତ୍ତି ବିକ୍ରି ଉପରେ ଦେଖିବାକୁ ମିଳିଥିଲା । ସେତେବେଳେ ଚୀନ ନିଜ ଉତ୍ପାଦର ପ୍ୟାକେଜିଂ ଯୋଜନାରେ ପରିବର୍ତ୍ତନ ନେଇ ନିଷ୍ପତ୍ତି କରିଥିଲା । ଏଥିସହ ମେଡ ଇନ ଚାଇନା ବଦଳରେ ମେ ଇନ PRC ଲେବଲ ଲଗାଇବା ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.