ETV Bharat / business

ଦୁର୍ବଳ ଟଙ୍କା: କେତେ ପ୍ରଭାବିତ ହେବେ ଆପଣ, ଜାଣନ୍ତୁ...

author img

By

Published : Sep 18, 2019, 9:45 AM IST

ବିଭିନ୍ନ ଅନ୍ତର୍ଜାତୀୟ କାରଣ ଯୋଗୁଁ ଭାରତ ମୁଦ୍ରା ତାର ମୁଲ୍ୟ ହରାଇବାରେ ଲାଗିଛି । ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 3.65% ହ୍ରାସ ପାଇ 72.18 ଟଙ୍କାରେ ପହଞ୍ଚିଛି । ତେବେ ଜାଣନ୍ତୁ, ଏଥିଯୋଗୁଁ କେତେ ପ୍ରଭାବିତ ହେଉଛି ଜନତାଙ୍କ ପକେଟ...

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅର୍ଥନୀତି ଉପରେ ଦାଉ ସାଧୁଛି ଦୁର୍ବଳ ଟଙ୍କା । ଲଗାତାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଉଛି । ଆଉ ଏହା ଉପରେ ନିର୍ଭର ଅର୍ଥନୀତିର ପିଣ୍ଡ । କେବଳ ଅର୍ଥନୀତି ନୁହେଁ ସାଧାରଣ ଜନତାଙ୍କ ଦୈନିକ ଖର୍ଚ୍ଚକୁ ସଙ୍କୁଚିତ କରିଦେଇଛି ଅଣ୍ଟା ଭାଙ୍ଗିପଡିଥିବ ଟଙ୍କା ।

ବିଭିନ୍ନ ଅନ୍ତର୍ଜାତୀୟ କାରଣ ଯୋଗୁଁ ଭାରତ ମୁଦ୍ରା ତାର ମୂଲ୍ୟ ହରାଇବାରେ ଲାଗିଛି । ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 3.65% ହ୍ରାସ ପାଇ 72.18 ଟଙ୍କାରେ ପହଞ୍ଚିଛି । ଆଗକୁ ଏହା ଆହୁରି ଖସିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି।

ତେବେ ଜାଣନ୍ତୁ, ଏଥିଯୋଗୁଁ କେତେ ପ୍ରଭାବିତ ହେଉଛି ଜନତାଙ୍କ ପକେଟ ...

ଆକାଶଛୁଆଁ ଇନ୍ଧନ ବିଲ
ଭାରତରେ ଆମଦାନୀ ଜରିଆରେ 70 ପ୍ରତିଶତ ତେଲ ଚାହିଦା ପୂରଣ ହୁଏ । କିନ୍ତୁ ଟଙ୍କା ଦୁର୍ବଳ ଦ୍ବାରା ଆମଦାନୀ ଖର୍ଚ୍ଚ ବଢିବ । ଫଳରେ ଅନ୍ୟ ଦେଶରୁ ଆସୁଥିବା ଅଶୋଧିତ ତୈଳ ଦାମ ବୃଦ୍ଧି ପାଇବ । ଯାହାର ପ୍ରଭାବରେ ତେଲ ଦର ବଢିବା ସହ ଟ୍ରାନ୍ସପୋର୍ଟ ମଧ୍ୟ ମହଙ୍ଗା ହେବ।

ହାଣ୍ଡିଶାଳକୁ ମହଙ୍ଗା ମାଡ
ଦେଶର ପ୍ରାଥମିକତ ପରିବହନ ଇନ୍ଧନ ହେଉଛି ଡିଜେଲ । ହେଲେ ଟଙ୍କାରେ ହ୍ରାସ ଯୋଗୁଁ ଖାଦ୍ୟ ପଦାର୍ଥ, ଫଳ, ପନିପରିବା ଆଦି ଆମଦାନୀ ଖର୍ଚ୍ଚ ବଢୁଛି । ଯେଉଁଥିପାଇଁ ଚାହିଦା ଅନୁଯାୟୀ ଯୋଗାଣ ମେଣ୍ଟାଉ ମେଣ୍ଟାଉ ଦାମ ବୃଦ୍ଧି ପାଏ।

ବିଦେଶରେ ଶିକ୍ଷା ସ୍ବପ୍ନ
ବିଦେଶ ମନ୍ତ୍ରଣାଣଳୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖୀ 6.5 ଲକ୍ଷ ଛାତ୍ରଛାତ୍ରୀ ପାଠ ପଢିବାକୁ ବିଦେଶ ଯାଇଥାନ୍ତି । ହେଲେ ଟଙ୍କା ମୂଲ୍ୟ ହ୍ରାସ ପରେ ବିଦେଶରେ ଶିକ୍ଷା ବଜେଟ ଅଧିକ ପରିମାଣରେ ବଢିଯାଏ । ଏଥିଯୋଗୁଁ ଖର୍ଚ୍ଚ ବୋଝ ମଧ୍ୟ ବଢେ ।

ବ୍ୟୟବହୁଳ ବିଦେଶ ଯାତ୍ରା
ବାରମ୍ବାର ବିଦେଶ ଯାତ୍ରା ପକେଟ ଖାଲି କରିବାକୁ ବିଳମ୍ବ କରିବନି । ଡେବିଟ ଓ କ୍ରେଡିଟ କାର୍ଡରେ ପୈଠ କରିବା ସମୟରେ ମୁଦ୍ରା ଆଦାନ ପ୍ରଦାନ ଏବଂ ଟିକସ ଦେବା ସମୟରେ ବିଦେଶୀ ମୁଦ୍ରା ଆଦି ଆପଣଙ୍କ ହଲିଡେ ପ୍ଲାନିଂରେ ଫସର ଫଟେଇଦେବ।

ପ୍ରଭାବିତ ହେବ ସ୍ବାସ୍ଥ୍ୟକ୍ଷେତ୍ର
ଭାରତ ବିଦେଶରୁ ବିଭିନ୍ନ ପ୍ରକାରର ଚିକିତ୍ସା ଉପକରଣ ଏବଂ ଔଷଧ କ୍ରୟ କରିଥାଏ। ବିଶେଷଜ୍ଞ ଅନୁସାରେ ଭାରତରେ ଉପଯୋଗ ହେଉଥିବା ପାଖାପାଖୀ 80 ପ୍ରତିଶତ ଜିନିଷ ବିଦେଶରୁ ଆମଦାନୀ ହୁଏ । ଏଭଳି ଭାବେ ଉଚ୍ଚକୋଟୀର ଚିକିତ୍ସା ପାଇଁ ମଧ୍ୟ ବିଦେଶକୁ ଗଲେ ବଜେଟ ବିଗିଡି ଯାଇଥାଏ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.