ETV Bharat / business

'ବେପାରୀ ମୁଣ୍ଡ' ଲଗାଇ କେଜ୍ରିୱାଲ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ପଦବୀ

author img

By

Published : Feb 12, 2020, 7:15 PM IST

ଦିଲ୍ଲୀରେ ଆପର୍‌ ପୁଳା ପୁଳା ମାଗଣା ସେବା । ଯାହା ପୁଣି ଆଜି କେଜ୍ରିୱାଲଙ୍କୁ ପଦବୀରେ ବସାଇପାରିଛି ବୋଲି କୁହାଯାଉଛି । ହେଲେ ଏତେ ସବୁ ଯୋଜନା ପାଇଁ କିପରି ଅର୍ଥକୁ ମ୍ୟାନେଜ କରୁଛନ୍ତି କେଜ୍ରିୱାଲ? ପଢନ୍ତୁ ତାଙ୍କର 'ବେପାରୀ ମୁଣ୍ଡ' ର କମାଲ...

Kejriwal used 'bania dimag' to secure another term as CM
ମଫୁଲରମ୍ୟାନଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ପ୍ରଚଣ୍ଡ ବହୁମତ ସହ ଦିଲ୍ଲୀ ଦିଲ ଜିତିବାରେ ହ୍ୟାଟ୍ରିକ ମାରିଲେ ଅରବିନ୍ଦ କେଜ୍ରିୱାଲ । ଏଥର ବିଧାନସଭା ନିର୍ବାଚନରେ ମୋଟ 70ଟି ଆସନରୁ ଆପ 62ଟି ଜିତିବାରେ ସଫଳ ହୋଇଛି । ଆଉ ଏହାର କାରଣ ଆପ 'ସୁଶାସନ' ଦର୍ଶାଉଥିବା ବେଳେ ବିରୋଧି ଏହାକୁ ଆପ୍‌ର ମାଗଣା ଘୋଷଣାର ପରିମାଣ ବୋଲି ଦେଖାଉଛନ୍ତି ।

ବିଜେପିର ବ୍ୟାପକ ପ୍ରଚାର ସତ୍ତ୍ବେ ଆପ୍‌, ବିପୁଳ ଭୋଟରେ ବିଜୟୀ ସମସ୍ତଙ୍କୁ ଚକିତ କରିଦେଇଛି । ହେଲେ ଆପ୍‌ ବିଜୟର କାରଣ ମଧ୍ୟ ବହୁତ ଲମ୍ବା ଓ ମଜବୁତ ରହିଛି । ଏଥିମଧ୍ୟରେ ଘରୋଇ ସ୍କୁଲ ଫି ଉପରେ ଲଗାମ, ସରକାରୀ ସ୍କୁଲ ଗୁଡିକର ଉନ୍ନତି, ମାଗଣା ବିଦ୍ୟୁତ ଓ ପାନୀୟ ଜଳ, ମୋହଲ୍ଲା କ୍ଲିନିକ, ମହିଳାଙ୍କୁ ମାଗଣା ବସ ଯାତ୍ରା ଆଦି ବିଭିନ୍ନ ଯୋଜନା ସାମିଲ ରହିଛି । ଯେଉଁଥିପାଇଁ ଆଜି ଦିଲ୍ଲୀରେ ଆପ୍‌ ନାଁରେ ଜନମତ ବଢୁଛି।

ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ

ଏସବୁ ଦେଖିଲେ ମନେ ହୁଏ, ଏତେ ଯୋଜନା ପାଇଁ କେଜ୍ରିୱାଲଙ୍କୁ ଟଙ୍କା ମିଳୁଛି କେଉଁଠୁ? ବାସ୍ତବରେ କେଜ୍ରିୱାଲ ହେଉଛନ୍ତି ଜଣେ ଚତୁର ବଣିଆ(ପକ୍କା ବେପାରୀ)। ଦିଲ୍ଲୀର ସୁସ୍ଥ ରାଜକୋଷକୁ ବ୍ୟବହାର କରି ସେ ନିଜର ରାଜନୈତିକ ଲକ୍ଷ୍ୟ ପ୍ରାପ୍ତ କରିପାରୁଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, 2016-17ରେ 1051 କୋଟି ଟଙ୍କାର ଆର୍ଥିକ ନିୟଣ୍ଟରୁ, ଦିଲ୍ଲୀ 2017-18ରେ ସମ୍ପୂର୍ଣ୍ଣ କମାଲ ସହ 113 କୋଟି ଟଙ୍କାର ବଳକା ଅର୍ଥ ଥିବା ରାଜ୍ୟ ଭାବେ ଉଭା ହେଲା । ଯାହା ଗ୍ରସ ଷ୍ଟେଟ ଡୋମେଷ୍ଟିକ ପ୍ରଡକ୍ଟ(GSDP)ର 0.02 ପ୍ରତିଶତ ଥିଲା ।

CAG ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ ସରକାର 2014-15 ଓ 2017-18 ମଧ୍ୟରେ ପ୍ରାଥମିକତା ଅଧିଶେଷ(ବଳକା ଅର୍ଥ)କୁ ସ୍ଥିର ରଖିଥିଲେ । ଏହା 2017-18ରେ ଜିଏସଡିପିର 0.43 ପ୍ରତିଶତ ବୃଦ୍ଧି ସହ 62.88କୁ ଛୁଇଁଥିଲା ।

ଦିଲ୍ଲୀକୁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCT)ରେ ଗତ 5 ବର୍ଷରେ ବଳକା ରାଜସ୍ବ ରହିଛି । 2017-18ରେ ଏଥିରେ 2.59 ପ୍ରତିଶତ ହ୍ରାସ ଦେଖାଦେଇଥିଲା । ହେଲେ ଏହା ଜିଏସଡିପିର 0.72 ପ୍ରତିଶତ ଥିଲା ।

ସେହିଭଳି ସିଏଜି ରିପୋର୍ଟରେ କୁହାଯାଇଛି ଯେ, 2017-18ରେ ମୋଟ 49,202.08 କୋଟି ଟଙ୍କା ଖର୍ଚ୍ଚ ବଦଳରେ 41,159.42 କୋଟି ଖର୍ଚ୍ଚ ହୋଇଛି। ଯେଉଁଥିପାଇଁ 8,042.66 କୋଟି ଟଙ୍କା ସଞ୍ଚୟ ହୋଇଛି । ଏହା 16.35 ପ୍ରତିଶତ ବଳକା ରାଶି ଥିଲା ।

ଏହି ତଥ୍ୟ ନେଇ ବହୁତ ରାଜ୍ୟ ଦିଲ୍ଲୀ ପ୍ରତି ଇର୍ଷା ମଧ୍ୟ କରୁଛନ୍ତି । ଆଉ ଏହି ଟଙ୍କାରୁ ହିଁ କେଜ୍ରିୱାଲ "ମାଗଣା ବିଦ୍ୟୁତ" ଯୋଗାଇବାରେ ସଫଳ ହୋଇପାରିଛନ୍ତି।

ଡିସେମ୍ବରରେ କେଜ୍ରିୱାଲ ଟ୍ବିଟ କରିଥିଲେ ଯେ, "ସ୍କୁଲ, ହସ୍ପିଟାଲ, ପାଣି ଓ ବିଦ୍ୟୁତ ପାଇଁ 5 ବର୍ଷର ବର୍ଦ୍ଧିତ ଖର୍ଚ୍ଚ, ଏସବୁ ବଳକା ରାଜସ୍ବକୁ ନିୟନ୍ତ୍ରଣ ସହ ଦିଲ୍ଲୀ ରାଜକୋଷ ସୁସ୍ଥ ସୁଦୃଢ ରଖିପାରିଛି । ଏହା ସମ୍ବବ କାରଣ ଦିଲ୍ଲୀରେ ଅଣ ଭଷ୍ଚ୍ରାଚାର ସରକାର ରହିଛି । ଯିଏ କରଦାତାଙ୍କ ପ୍ରତିଟି ଟଙ୍କାକୁ ଉପଯୋଗ କରି ଲୋକଙ୍କ କଲ୍ୟାଣ କରୁଛି । "

(IANS Report)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.