ETV Bharat / business

Koo: ନାଇଜେରିଆ ବଜାରରେ ‘କୁ’ ର ଏଣ୍ଟ୍ରି, ଯୋଡିବ ସ୍ଥାନୀୟ ଭାଷା - କୁ ଆପ

ଟ୍ବିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ନାଇଜେରିଆ ସରକାର । ଆଉ ଏହାର ସୁଯୋଗ ନେଇ ଦେଶରେ ଏଣ୍ଟ୍ରି କଲା ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ । ଅଧିକ ପଢନ୍ତୁ..

ନାଇଜେରିଆ ବଜାରରେ ‘କୁ’ ର ଏଣ୍ଟ୍ରି ,  ଯୋଡିବ ସ୍ଥାନୀୟ ଭାଷା

author img

By

Published : Jun 5, 2021, 9:16 PM IST

ନୂଆଦିଲ୍ଲୀ: ଟ୍ବିଟରର ସ୍ବଦେଶୀ ପ୍ରତିଦ୍ବନ୍ଦ୍ବୀ ‘କୁ’ ଆପ ନାଇଜେରିଆ ବଜାରରେ ନେବ ଏଣ୍ଟ୍ରି । ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବର୍ତ୍ତମାନ ନାଇଜେରିଆରେ ମଧ୍ୟ ଉପଲବ୍ଧ । ଶନିବାର ଏ ନେଇ କମ୍ପାନୀ କରିଛି ଘୋଷଣା ।

ଏଥିସହ ‘କୁ’ କହିଛି କି ନାଇଜେରିଆରେ ୟୁଜର୍ସଙ୍କ ପାଇଁ ନୂତନ ସ୍ଥାନୀୟ ଭାଷା ଯୋଡିବାକୁ ପ୍ରଚେଷ୍ଟା ରହିଛି । ତେବେ କମ୍ପାନୀର ଏଭଳି ପଦକ୍ଷେପ ନାଇଜେରିଆ ପାଇଁ ହେବ ଲାଭପ୍ରଦ । କାରଣ ବର୍ତ୍ତମାନ ନାଇଜେରିଆ ସରକାର ‘କୁ’ ର ପ୍ରତିଦ୍ବନ୍ଦୀ ଟ୍ବିଟରକୁ ଦେଶରେ ଅନିଶ୍ଚିତ କାଳ ପାଇଁ ବନ୍ଦ ରଖିଛନ୍ତି । ଆଉ ଟ୍ବିଟର ଉପରେ ରୋକ ମଧ୍ୟରେ ‘କୁ’ର ଲୋକପ୍ରିୟତା ବଢିଚାଲିଛି ।

ଏକ ପୋଷ୍ଟରେ ଏହାର କୋ-ଫାଉଣ୍ଡର ତଥା ସିଇଓ ଅପ୍ରମେୟ ରାଧାକୃଷ୍ଣ କହିଛନ୍ତି ଯେ, ‘‘ଏହି ପ୍ଲାର୍ଟଫର୍ମ ଏବେ ନାଇଜେରିଆରେ ଉପଲବ୍ଧ ହେବ । ଆମେ ସେଠାରେ ସ୍ଥାନୀୟ ଭାଷାକୁ ଯୋଡିବାକୁ ବିଚାର କରୁଛୁ । ’’

ରାଧାକୃଷ୍ଣ ଆହୁରି ମଧ୍ୟ କହିଛନ୍ତି କି, ‘‘ ଏବେ ଆମ ପାଇଁ ନାଇଜେରିଆରେ ସୁଯୋଗ ରହିଛି । ‘କୁ’ର ଲକ୍ଷ୍ୟ ରହିଛି କି ଆପରେ ସ୍ଥାନୀୟ ନାଇଜେରିଆ ଭାଷା ଯୋଡିବା ଦରକାର । ଆମ ପ୍ଲାର୍ଟଫର୍ମ ନାଇଜେରିଆ ବଜାରରେ ବିସ୍ତାର ପାଇଁ ଲକ୍ଷ୍ୟ ରଖିଛି ।

‘କୁ’ ଏହାର ପରିଚାଳନା ଧୀନ ଦେଶରେ ସ୍ଥାନୀୟ ନିୟମବଳୀର ପୂରା ଅନୁପାଳନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.