ମୁମ୍ବାଇ: କୋଭିଡ-19 ମହାମାରୀ ଯୋଗୁଁ ଯାତ୍ରା ଓ ପର୍ଯ୍ୟଟନ ସେକ୍ଟର ଗଭୀର ଭାବେ ପ୍ରଭାବିତ । ଲକଡାଉନ ଖୋଲିବା ସତ୍ତ୍ବେ ବିଭିନ୍ନ କଟକଣା ମଧ୍ୟରେ ରହିଛି ପର୍ଯ୍ୟଟନ କ୍ଷେତ୍ର ଓ ଦର୍ଶନୀୟ ସ୍ଥାନ । ଏଥିମଧ୍ୟରେ ଏକ ସର୍ଭେରେ ଜଣାପଡିଛି କି ମାତ୍ର 36 ପ୍ରତିଶତ ଟ୍ରାଭେଲର୍ସ ନିଜ ପରିବାର ସହ ଛୁଟିରେ ଯିବାକୁ ଆଗ୍ରହ ପ୍ରକାଶ କରିଛି । ଯେତେବେଳେ କି 43 ପ୍ରତିଶତ ଏବର୍ଷ ବିଦେଶ ଯିବାକୁ କୌଣସି ଯୋଜନା କରିନାହାନ୍ତି ।
ବିଓଟିଟି ଟ୍ରାଭେଲ ସେଣ୍ଟିମେଣ୍ଟ ଟ୍ରାକର ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନିସାରେ ‘‘କୋଭିଡ ସଂକ୍ରମଣ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଏ ବର୍ଷ ପ୍ରାୟ ଲୋକ ଛୁଟିରେ ବାହାରକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି ।
ନିକଟରେ ବିଓଟିଟି ( ବିଜନେସ ଅଫ ଟ୍ରାଭେଲ ଟ୍ରେଡ) ଦେଶର ଯାତ୍ରୀଙ୍କ ଧାରଣାକୁ ଜାଣିବା ପାଇଁ ଓ ତାହାର ବିଶ୍ଲେଷଣ ପାଇଁ ବିଓଟିଟି ଟ୍ରାଭେଟ ସିଗମେଣ୍ଟ ଲଞ୍ଚ କରିଛି ।
ଜୁଲାଇ ପହିଲାରୁ 28 ମଧ୍ୟରେ ବିଓଟିଟି ପ୍ଲାର୍ଟଫର୍ମରେ 21 ବର୍ଷରୁ ଅଧିକ ବୟସ୍କ ପ୍ରାୟ 5,000 ରୁ ଅଧିକ ଯାତ୍ରୀଙ୍କ ସହ ଅନଲାଇନ ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡିଛି କି 44 ପ୍ରଚିଶତ ଲୋକ ନୂଆ ବର୍ଷ ସମୟରେ ଛୁଟି କାଟିବାକୁ ଚାହାନ୍ତି । ଏହା ବ୍ୟତିତ 33 ପ୍ରତିଶତ ଲୋକ ନଭେମ୍ବର-ଡିସେମ୍ବ ମଧ୍ୟରେ ଛୁଟିରେ ଯିବାକୁ ଇଚ୍ଛୁକ ।
ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ 39 ପ୍ରତିଶତ ସପ୍ତାହ ଶେଷରେ ଘରୁ ବାହାରକୁ ଯିବାକୁ ଚାହୁଁଥିବାବେଳେ 35 ପ୍ରତିଶତ ଲୋକ 3ରୁ 5 ରାତି ବାହାରେ ରହିବାକୁ ପସନ୍ଦ କରିବେ । ସେହିପରି 18 ପ୍ରତିଶତ ଲୋକ ଦିନିକିଆ ଯାତ୍ରା କରିବାକୁ ଚାହୁଁଛନ୍ତି। ଏହି ସର୍ଭେର ସାମିଲ 32 ପ୍ରତିଶତ ଲୋକ ବ୍ୟକ୍ତିଗତ ବା ନିଜ ଗାଡି ବ୍ୟବହାର କରି ଛୁଟିରେ ଯିବାକୁ ପସନ୍ଦ କରୁଥିବାବେଳେ ଟ୍ୟାକ୍ସି ଏବଂ ବିମାନରେ କ୍ରମଶଃ 28 ପ୍ରତିଶତ ଏବଂ 25 ପ୍ରତିଶତ ଯିବାକୁ ପସନ୍ଦ ରଖିଛନ୍ତି ।