ETV Bharat / business

ପକେଟକୁ ମହଙ୍ଗା ମାଡ, କୁହୁଳୁଛି ଦରଦାମ ତାତି

author img

By

Published : Jul 13, 2019, 9:56 PM IST

ଅର୍ଥନୀତିକୁ ଡବଲ ଟ୍ରବଲ । ଖସିଲା ଔଦ୍ୟୋଗିକ ଉତ୍ପାଦନ, ବଢିଲା ଖୁଚୁରା ମୁଦ୍ରାସ୍ପୀତି । ଦରଦାମ ତାତିରେ ଅସହ୍ୟ ଖାଉଟି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦରବୃଦ୍ଧି ମୋର୍ଚ୍ଚାରେ ମୋଦି ସରକାରଙ୍କୁ ଡବଲ ଝଟକା । ଗୋଟିଏ ପଟେ ଔଦ୍ୟୋଗିକ ଉତ୍ପାଦନ (ଆଇଆଇପି) ଖସିଥିବା ବେଳେ ଅନ୍ୟପଟେ ଖୁଚୁରା ମୁଦ୍ରାସ୍ପୀତି(ସିପିଆଇ) ବଢିଛି । ଶୁକ୍ରବାର କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ମେ ରେ ଔଦ୍ୟୋଗିକ ଉତ୍ପାଦନ ହ୍ରାସ ପାଇ 3.1 ପ୍ରତିଶତ ଛୁଇଁଛି । ଯାହାକି ଏପ୍ରିଲରେ 3.4 ପ୍ରତିଶତ ରହିଥିଲା । ସେପଟେ ଜୁନ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର 8 ମାସର ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇ 3.18 ପ୍ରତିଶତରେ ପହଞ୍ଚିଛି । ମେ ରେ ଏହା 3.01 ପ୍ରତିଶତ ରହିଥିଲା ।

ଖାଦ୍ୟ ସାମଗ୍ରୀ ଦର ବଢୁଥିବାରୁ ଦେଶରେ ମୁଦ୍ରାସ୍ପୀତି ବଢୁଛି । ଏଥିଯୋଗୁଁ ଗତମାସରେ ମୁଦ୍ରାସ୍ପୀତି 2.17କୁ ବୃଦ୍ଧି ପାଇଥିଲା । ଯାହାକି ମେ ରେ 1.83 ପ୍ରତିଶତ ଥିଲା ।

ତେବେ ଅଗଷ୍ଟରେ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ଦରଦାମକୁ ନଜରରେ ରଖି ରେପୋରେଟ ଦର ନିର୍ଦ୍ଧାରଣ ହେବ । ସୁଧହାର ହ୍ରାସ ନେଇ ଅନୁମାନ କରାଯାଉଛି ।

Intro:Body:

BLANK FOR LINK STORY  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.