ETV Bharat / business

ରୋଜଗାର କ୍ଷେତ୍ରରେ 2019ରେ ସ୍ଥିତି ସୁଧିରିଛି: ସରକାରୀ ତଥ୍ୟ

2018 ତୁଳନାରେ 2019ରେ ରୋଜଗାର କ୍ଷେତ୍ରରେ ସୁଧାର ପରିଲିଖିତ ହୋଇଛି । ବେକାରୀ ହାର କମିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

Job situation improves in 2018-19: Govt data
ରୋଜଗାର କ୍ଷେତ୍ରରେ 2019ରେ ସ୍ଥିତି ସୁଧୁରିଛି : ସରକାରୀ ତଥ୍ୟ
author img

By

Published : Jun 5, 2020, 2:54 PM IST

Updated : Jun 5, 2020, 3:44 PM IST

ନୂଆଦିଲ୍ଲୀ: ଦେଶରେ 2018-29ରେ ରୋଜଗାର ସ୍ଥିତିରେ ସୁଧାର ଆସିଛି । ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି କି 2018-19ରେ ବେକାରୀ ହାର 5.8 ପ୍ରତିଶତ ରହିଛି । ଯାହାକି ଗତ ବର୍ଷ ଅର୍ଥାତ 2017-18ରେ 6.1 ପ୍ରତିଶତ ଥିଲା ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ବାରା ଜାରି ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS)ରେ କୁହାଯାଇଛି କି ଶ୍ରମବଳରେ ଅଂଶଗ୍ରହଣ ହାର (LFPR) 2018-19 ରେ 37.5 ପ୍ରତିଶତକୁ ବୃଦ୍ଧି ପାଇଛି । ଏହା 1 ବର୍ଷ ପୂର୍ବେ 36.9 ପ୍ରତିଶତ ଥିଲା ।

ବେରୋଜଗାର ହାର ହେଉଛି ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ବେକାରୀ ଲୋକଙ୍କ ପ୍ରତିଶତ । ସେହିପରି LFPR ଜନସଂଖ୍ୟରେ ଉପସ୍ଥିତ ଶ୍ରମବଳକୁ ଦର୍ଶାଇଥାଏ ।

ଦେଶରେ ରୋଜଗାର ସ୍ଥିତିରେ ସୁଧାର ଉଭୟ ସହରୀ ଓ ଗ୍ରାମୀଣ କ୍ଷେତ୍ର ତଥା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି । 2018-19ରେ ଗ୍ରାମୀଣ କ୍ଷେତ୍ରର ବେକାରୀ ହାର ଗତ ବର୍ଷର 5.3 ପ୍ରତିଶତରୁ ହ୍ରାସ ପାଇ 5 ପ୍ରତିଶତରେ ପହଞ୍ଚିଛି । ସେହିପରି ସହରୀ କ୍ଷେତ୍ରରେ ଏହା 6.2 ପ୍ରତିଶତରୁ କମି 6 ପ୍ରତିଶତ ରହିଛି ।

Last Updated : Jun 5, 2020, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.