ETV Bharat / business

2,520 କୋଟି ଟଙ୍କା ଛୁଇଁଲା ଜିଓର ଏପ୍ରିଲ-ଜୁନ ଲାଭ

ରିଲାଏନ୍ସ ଜିଓର ନେଟ ଲାଭ ଏପ୍ରିଲ-ଜୁନ ତ୍ରୟମାସରେ 183 ପ୍ରତିଶତ ବୃଦ୍ଧି ହୋଇ 2,520 କୋଟି ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

author img

By

Published : Jul 31, 2020, 12:41 PM IST

Jio Q1 net profit surges nearly three fold to Rs 2,520

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓର ନେଟ ଲାଭ ଏପ୍ରିଲ-ଜୁନ ତ୍ରୟମାସରେ 183 ପ୍ରତିଶତ ବୃଦ୍ଧି ହୋଇ 2,520 କୋଟି ଟଙ୍କାରେ ପହଞ୍ଚିଛି । ଗତ ବର୍ଷ ଏହି ତ୍ରୟମାସରେ କମ୍ପାନୀର ନିଟ ଲାଭ 891 କୋଟି ଟଙ୍କା ଥିଲା । ରିଲାଏନ୍ସ ଜିଓ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କମ୍ପାନୀର ପରିଚାଳନା ରାଜସ୍ବ 33.7 ପ୍ରତିଶତ ବୃଦ୍ଧି ପାଇ 16,557 କୋଟି ଟଙ୍କା ହୋଇଛି । 2020 ଜୁନ 30 ସୁଦ୍ଧାର ଜିଓର ମୋଟ ଉପଭୋକ୍ତା ସଂଖ୍ୟା 39.83 କୋଟିରେ ପହଞ୍ଚିଛି । ଆଲୋଚ୍ୟ ତ୍ରୟମାସ ମଧ୍ୟରେ ପ୍ରତି ଗ୍ରାହକଙ୍କ ପିଛା କମ୍ପାନୀର ହାରାହାରି ରାଜସ୍ବ ମାସିକ 140.3 ଟଙ୍କା ରହିଛି ।

ଏନେଇ ସୂଚନା ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି କି, ପ୍ରତି ଭାରତୀୟଙ୍କୁ ଡିଜିଟାଲ ଭାବେ ଯୋଡିବାକୁ ଜିଓର ଆରମ୍ଭ ହୋଇଥିଲା । ଏଥିପାଇଁ ଏବେ ସୁଦ୍ଧ1 13 ଜଣ ନିବେଶକ ଆମ ସହ ଏବେ ସୁଦ୍ଧା ହାତ ମିଶାଇଛନ୍ତି ।

ଭାରତୀୟ ଷ୍ଟାର୍ଟଅପ ଓ ବିଶ୍ବ ସ୍ତରରେ ପ୍ରସିଦ୍ଧ କମ୍ପାନୀଙ୍କ ସହ ବୁଝାମଣା ସହ ଜିଓ ପ୍ଲାର୍ଟଫର୍ମ ଡିଜିଟାଲ ବ୍ୟବସାୟ ପାଇଁ ଆଗକୁ ଆହୁରି ଅଭିବୃଦ୍ଧି ରେକର୍ଡ ପାଇଁ ପ୍ରସ୍ତୁତ ଅଛି ବୋଲି ଅମ୍ବାନୀ କହିଛନ୍ତି ।

ଅମ୍ବାନୀ ଜଣାଇଛନ୍ତି କି, ଭାରତର 130 କୋଟି ଭାରତୀୟଙ୍କ ଆବଶ୍ୟକତାକୁ ପୂରଣ କରିବା ଆମର ଉଦ୍ଦେଶ୍ୟ । ଆମେ ଭାରତକୁ ଏକ ଡିଜିଟାଲ ସୋସାଇଟି କରିବା ପ୍ରକ୍ରିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଆଶା ରଖିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.