ETV Bharat / business

ଗ୍ରାହକଙ୍କୁ ଜିଓର ଭେଟି, ମିଳିବ ମାଗଣା କଲିଂ ସେବା

କୋରୋନା ମହାମାରୀ ଓ ଲକଡାଉନ ଯୋଗୁଁ ମୋବାଇଲ ରିଚାର୍ଜ କରିପାରୁନାହାନ୍ତି ଗ୍ରାହକ । ଏହାକୁ ଦୃଷ୍ଟିରେ ରଖି ମାଗଣା କଲିଂ ସେବା ଆଣିଲା ଜିଓ । ଅଧିକ ପଢନ୍ତୁ..

ଗ୍ରାହକଙ୍କୁ ଜିଓର ଭେଟି, ମିଳିବ ମାଗଣା କଲିଂ ସେବା
ଗ୍ରାହକଙ୍କୁ ଜିଓର ଭେଟି, ମିଳିବ ମାଗଣା କଲିଂ ସେବା
author img

By

Published : May 14, 2021, 5:42 PM IST

ନୂଆଦିଲ୍ଲୀ: ମହାମାରୀ କାଳରେ ଗ୍ରାହକଙ୍କୁ ଭେଟି ଦେଲା ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ । ସମସ୍ତଙ୍କୁ ଯେପରି ମୋବାଇଲ ସେବା ମିଳିବ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦୈନିକ ମାଗଣାରେ ଯୋଗାଇ ଦିଆଯିବ କଲିଂ ସୁବିଧା ।

କୋରୋନା କାଳ ମଧ୍ୟରେ ଗ୍ରାହକଙ୍କୁ ପ୍ରତି ମାସ 300 ମିନିଟ ଅର୍ଥାତ ଦୈନିକ 10 ମିନିଟ ମାଗଣା କଲ କରିବାକୁ ସୁବିଧା ଦେବ ଜିଓ । ଏଥିପାଇଁ କମ୍ପାନୀ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି କାମ କରୁଛୁ । ଏ ନେଇ ଶୁକ୍ରବାର ଜିଓ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଓ ଏକ ବିବୃତ୍ତିରେ କହିଛି କି କୋରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏହାର ଯେଉଁ ଗ୍ରାହକ ରିଚାର୍ଜ କରିପାରୁନାହାନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ । ସେହିଭଳି ଏହା ପୂର୍ବରୁ କୋରୋନାର ଦ୍ବିତୀୟ ଲହର ମଧ୍ୟରେ ଗ୍ରାହକଙ୍କୁ ମାଗଣା ଟକଟାଇମ ସୁବିଧା ଘୋଷଣା କରିଥିବା ରିଲାଏନ୍ସ ଜିଓ ପ୍ରଥମ କମ୍ପାନୀ ହୋଇଛି ।

ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗିଛି, ଲୋକ ଘରେ ବନ୍ଦ ରହିଛନ୍ତି । ଏଭଳି ସମୟରେ ମୋବାଇଲ ରିଚାର୍ଜ କରିବା କଷ୍ଟକର ହୋଇପଡିଛି । ଏଣୁ ଏହି କଠିନ ସମୟରେ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଦେଇଛି ସ୍ବତନ୍ତ୍ର ସୁବିଧା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.