ETV Bharat / business

Jio ଗ୍ରାହକଙ୍କ ପାଇଁ ଖୁସି ଖବର, Loanରେ ପାଇପାରିବେ ତତକ୍ଷଣାତ Data Pack

author img

By

Published : Jul 3, 2021, 5:54 PM IST

ଏଣିକି Jio ଗ୍ରାହକମାନେ ଋଣ କରି ତତକ୍ଷଣାତ Data Pack ସେବା ପାଇପାରିବେ । ଅଧିକ ପଢନ୍ତୁ...

Jio ଗ୍ରାହକଙ୍କ ପାଇଁ ଖୁସି ଖବର, Loanରେ ପାଇପାରିବେ ତତକ୍ଷଣାତ Data Pack
Jio ଗ୍ରାହକଙ୍କ ପାଇଁ ଖୁସି ଖବର, Loanରେ ପାଇପାରିବେ ତତକ୍ଷଣାତ Data Pack

ମୁମ୍ବାଇ: ଭାରତୀୟ ମୁଖ୍ୟ ଟେଲିକମ ଅପରେଟର ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି । ଜରୁରୀ ସମୟରେ ଜିଓ ସିମ ବ୍ୟବହାର କରୁଥିବା ଗ୍ରାହକମାନେ ଋଣରେ ତତକ୍ଷଣାତ ଡାଟା ପ୍ୟାକ ପାଇପାରିବେ । ତେବେ ଏ ସମ୍ପର୍କରେ ଗୁରୁବାର ଜିଓ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ।

ଜରୁରୀକାଳୀନ ଡାଟା ଋଣ ସୁବିଧା(emergency data loan facility) କ'ଣ ?

କମ୍ପାନୀର ଏହି ବ୍ୟବସ୍ଥା ଦ୍ବାରା ଗ୍ରାହକମାନେ ‘Recharge Now and Pay Later’ ବା ବର୍ତ୍ତମାନ ରିଚାର୍ଜ କରି ପରେ ଟଙ୍କା ପୈଠ କରିବାର ସୁବିଧା ପାଇପାରିବେ । ଦୈନିକ ହାଇସ୍ପିଡ ଡାଟା ପ୍ୟାକ ଶେଷ ପରେ ସାଙ୍ଗେ ସାଙ୍ଗେ ଟଙ୍କା ପୈଠ କରି ରିଚାର୍ଜ କରିବାର ସୁବିଧା ନଥିବା ଗ୍ରାହକଙ୍କୁ ଏହି ବ୍ୟବସ୍ଥା ସୁହାଇବ । ଜିଓ ଏହାର ପ୍ରିପେଡ୍ ବ୍ୟବହାରକାରୀଙ୍କୁ 1GBର 5ଟି ଜରୁରୀକାଳୀନ ଡାଟା ପ୍ୟାକକୁ ଋଣ ଭାବେ ନେବା ପାଇଁ ଅନୁମତି ଦେବ । ତେବେ ପ୍ରତି 1GB ଡାଟା ପ୍ୟାକର ମୂଲ୍ୟ 11 ଟଙ୍କା ବୋଲି ଜଣାପଡିଛି ।

କିପରି ଜରୁରୀକାଳୀନ ଡାଟା ଋଣ ସୁବିଧା ପାଇବେ:-

1. MyJio ଆପ ଖୋଲିବା ପରେ ମୋବାଇଲ ଉପର ଭାଗର ବାମ ପାଖରେ ଥିବା ‘menu’କୁ ଯିବ ।

2. ମୋବାଇଲ ସର୍ଭିସରେ ଥିବା ‘Emergency Data Loan’କୁ ଚୟନ କରିବେ ।

3. emergency data loan bannerରେ ଥିବା 'Proceed’କୁ ଚୟନ କରିବେ ।

4. ‘Get emergency data’ ଅପସନକୁ ଚୟନ କରିବେ ।

5. ‘Activate now’କୁ ଚୟନ କରି ପାଇପାରିବେ ଜରୁରୀକାଳୀନ ଡାଟା ପ୍ୟାକ ଋଣ ସେବା ।

6. ଏହାପରେ ଜରୁରୀକାଳୀନ ଡାଟା ପ୍ୟାକ ଋଣ ସେବା ଆକ୍ଟିଭେଟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.