ETV Bharat / business

ଆଜି ଜେଟ ଭବିଷ୍ୟତ ଉପରେ ବିଚାର !

ଗତ କିଛି ମାସ ଧରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜେଟ ଏୟାରଲାଇନ୍ସର ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । କମ୍ପାନୀଙ୍କୁ ଋଣ ଦେଇଥିବା ବ୍ୟାଙ୍କଗୁଡିକ ମିଶି ଏ ନେଇ ବିଚାରବିମର୍ଶ କରିବେ ।

author img

By

Published : Jun 17, 2019, 3:51 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି(ସେମାବାର) ନିର୍ଦ୍ଧାରଣ ହେବ ଜେଟ ଏୟାରୱେଜ ଭାଗ୍ୟ । ସ୍ଥାୟୀ ରୂପେ କମ୍ପାନୀରେ ତାଲା ପଡିବ ନା ଆକାଶରେ ଉଡିବ । ତାକୁ ନେଇ ଆଜି ନିଆଯିବ ନିଷ୍ପତ୍ତି । ଏ ନେଇ କମ୍ପାନୀକୁ ଋଣ ଦେଇଥିବା ବ୍ୟାଙ୍କ ଗୁଡିକର ବୈଠକ ବସିବ । ଏଥିରେ ଏୟାରୱେଜ ଭବିଷ୍ୟତ ପାଇଁ ମାନସମନ୍ଥନ କରାଯିବ ।

ତେବେ ଆଜି ସେୟାର ବଜାରର କାରବାର ସପ୍ତାହର ପ୍ରଥମ ଦିନ ହୋଇଥିବାରୁ ଏହାର ପ୍ରଭାବ ଗୁରୁତ୍ବପୂର୍ଣ୍ଣ ରହିଛି । ଆଉ ଆଜି ହିଁ ଜେଟ ଏୟାରୱେଜର ସେୟାରରେ ଐତିହାସିକ ହ୍ରାସ ପରିଲିଖିତ ହୋଇଛି । ଏକ ଜାତୀୟ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ଋଣଦାତାଙ୍କ ଏହି ବୈଠକରେ ଆରବିଆଇର ଜୁନ 7ର ଷ୍ଟାଣ୍ଡାର୍ଡ ଆସେଟ୍ସ ଉପରେ ଜାରି ହୋଇଥିବା ସର୍କୁଲାର ଉପରେ ଆଲୋଚନା କରାଯିବ ।

ଜେଟ ଏୟାରୱେଜ ଉପରେ କୌଣସି ଗମ୍ଭୀର ପ୍ରଭାବ ଦେଖା ଦେଇନଥିବାରୁ ଦେବାଳିଆ ଆଇନ ଅନୁଯାୟୀ କମ୍ପାନୀର ସମସ୍ୟା ଦୂର କରିବା ପାଇଁ ବିଚାର କରାଯାଇପାରେ । ଏହା ବ୍ୟତୀତ ବ୍ୟାଙ୍କ ୟୁଏସ ଏଗ୍ଜିମ ବ୍ୟାଙ୍କକୁ 200 କୋଟି ଟଙ୍କା ଭରିବା ଲାଗି ଜେଟର 6 ଏୟାରକ୍ରାଫ୍ଟକୁ ଅଧିନକୁ ନେବା ପ୍ରସ୍ତାବ ଉପରେ ବିଚାର କରାଯିବ ।

ଗତ 11 ଦିନରେ ଏୟାରଲାଇନର ସେୟାର 52.73 ପ୍ରତିଶତ ହ୍ରାସ ପାଇଥିବା ବେଳେ ଗତ 1 ବର୍ଷରେ 81 ପ୍ରତିଶତ ଖସିଥିବା ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.