ETV Bharat / business

ଆସନ୍ତା 15 ପର୍ଯ୍ୟନ୍ତ ବିଦେଶରେ ଉଡିବନି ଜେଟ ଏୟାରୱେଜ - international

ଏପ୍ରିଲ 12ରୁ ଏପ୍ରିଲ 15 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରଖିବାକୁ ଜେଟ ଏୟାରୱେଜ । ଏପଟେ ଆର୍ଥିକ ସଙ୍କଟରୁ ଜେଟକୁ ବାହାର କରିବାରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ(ପିଏମଓ) ଜରୁରୀକାଳୀନ ବୈଠକ ଡାକିଥିଲେ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 13, 2019, 6:48 AM IST

ନୂଆଦିଲ୍ଲୀ: ସମସ୍ୟାର ପାହାଡ ତଳେ ଦବିଚାଲିଛି ଜେଟ ଏୟାରୱେଜ । ଆଖିପାଉନି ଋଣ ପରିମାଣ । ଏଣୁ ଏପ୍ରିଲ 12ରୁ ଏପ୍ରିଲ 15 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ଏପଟେ ଆର୍ଥିକ ସଙ୍କଟରୁ ଜେଟକୁ ବାହାର କରିବାରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ(ପିଏମଓ) ଜରୁରୀକାଳୀନ ବୈଠକ ଡାକିଥିଲେ ।

ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ବିଭାଗୀୟ ସଚିବଙ୍କୁ ଏ ସମ୍ବନ୍ଧରେ ସମୀକ୍ଷା କରିବାରକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏବେ ଜେଟ ଏୟାରୱେଜର କେବଳ 6 ରୁ 7ଟି ଏୟାରକ୍ରାଫ୍ଟ ଉଡାଣ ଭରୁଛି ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ ଗୁଡିକ ଜେଟର ସେୟାର ନିଲାମୀରେ ସମୟସୀମା ଶୁକ୍ରବାର ଶେଷ ହୋଇଛି । ତେବେ ଏବେ କେବଳ ବ୍ୟାଙ୍କ ଗୁଡିକ ଜେଟର ନିୟମିତ ଉଡାଣ ଉପରେ ନଜର ରଖିଛି ।

ନଗଦରେ ଅଧିକ ସମସ୍ୟା ଦେଖାଦେବାରୁ ଜେଟ ଅନ୍ତରାଷ୍ଟ୍ରୀୟ ଉଡାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ଏଯାରଲାଇନର ଜଣେ ଅଧିକାରୀ କହିଛନ୍ତି ।

ପ୍ରକାଶ ଥାଉ ଯେ, ଏପ୍ରିଲ 14 ସୁଦ୍ଧା ବକେୟା ଦରମା ନ ଦେଲେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛି ପାଇଲଟ ସଂଘ ।

Intro:Body:

NCGN

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.