ETV Bharat / business

ଖୋଲିଲା ଭୂସ୍ବର୍ଗ ଦ୍ବାର, ପ୍ରମୋସନରେ ଲାଗିଛି ପର୍ଯ୍ୟଟନ ବିଭାଗ

author img

By

Published : Oct 11, 2019, 11:57 AM IST

ପ୍ରାୟ 2 ମାସ ପରେ ଖୋଲିଛି ଭୂସ୍ବର୍ଗ ଦ୍ବାର । ଦେଶ ବିଦେଶକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ କର୍ମଚାରୀଙ୍କୁ ମିଳିବ ଡବଲ ପ୍ରମୋସନ ।

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ପ୍ରାୟ 2 ମାସର ପ୍ରତିବନ୍ଧକ ପରେ ଟ୍ରାକକୁ ଫେରିଛି କାଶ୍ମୀର ପର୍ଯ୍ୟଟନ ବିଭାଗ । ଭୂସ୍ବର୍ଗକୁ ପର୍ଯ୍ୟଟକଙ୍କ ସ୍ବାଗତ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏପଟେ ବିଭାଗୀୟ ଅଧିକାରୀଙ୍କୁ ପ୍ରୋତ୍ସାହିତ ପାଇଁ ସମସ୍ତଙ୍କ ଡବଲ ପ୍ରମୋସନ ପାଇଁ ଯୋଜନା ଚାଲିଛି।

ଅଗଷ୍ଟ 5ରେ ଜାମ୍ମୁକାଶମୀରରୁ 370 ଧାରା ଉଚ୍ଛେଦ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲାଗିଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ରାଜ୍ୟରୁ ଫେରିଯିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ତେବେ ଏବେ ସ୍ଥିତି ସୁଧୁରିଥିବାରୁ ସରକାର ପର୍ଯ୍ୟଟକଙ୍କ ଉପରେ ଲାଗୁ ରହିଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି।

ଏବେ ପୁଣି ଥରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭୁସ୍ବର୍ଗ ଦ୍ବାର ଖୋଲିବ । ପର୍ଯ୍ୟଟକ ବର୍ଷର ସବୁ ସମୟରେ କାଶ୍ମୀରରେ ବୁଲିବାକୁ ଆସିଥାନ୍ତି । ହେଲେ ଏବେ ଶୀତ ଋତୁରେ ଆସୁଥିବାରୁ ଘାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦୁଇ ଗୁଣା ପର୍ଯ୍ୟଟକ ଆସିବେ । ଏନେଇ ବ୍ୟବସାୟୀ ମଧ୍ୟ ବେଶ ଆଶାବାଦୀ ଅଛନ୍ତି।

ଉତ୍ତର ଭାରତରେ ଅନେକ ରାଜ୍ୟରୁ କାଶ୍ମୀରକୁ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ବିଗତ 2 ମାସ ଧରି ପ୍ରତିବନ୍ଧକ ଲାଗିଥିବାରୁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା କମି ଯାଇଥିଲା । ଏଥିଯୋଗୁଁ ରାଜସ୍ବ ମଧ୍ୟ ଭାରିମାତ୍ରାରେ ପ୍ରଭାବିତ ହୋଇଥିଲା । ଏହାର ଭରଣା ପାଇଁ ସରକାର ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କୁ ଡବଲ ପ୍ରେମାସନ ଦେବାକୁ ବିଚାର କରୁଛନ୍ତି ।

ଏନେଇ ବିଭାଗର ନିର୍ଦ୍ଦେଶକ ନିସାର ଅହମାଏଦ କହିଛନ୍ତି ଯେ, ସାଧାରଣତଃ ଶୀତଦିନେ ଘାଟିରେ ପର୍ଯ୍ୟଟକଙ୍କ ବୃଦ୍ଧି ପାଇଁ ପ୍ରମୋସନ ଦିଆଯାଏ । ହେଲେ ଏଥର ଡବଲ ପ୍ରମୋସନ କରାଯାଉଛି । ଏଥିପାଇଁ କୋଲକତା, ବେଙ୍ଗାଲୁରୁ ଭଳି ପ୍ରମୁଖ ସହର ସହ ଥାଇଲାଣ୍ଡ, ବାଂଲାଦେଶ ଭଳି ଦେଶରେ ରୋଡ ଶୋ କରାଯିବ। ଏହା ବ୍ୟତୀତ ଦେଶର ବଡ ବଡ ଏୟାରପୋର୍ଟରେ ସ୍ଲାଇଡର ଲଗାଯାଇ ପବ୍ଲିସିଟି କରାଯିବ । ଡିସକାଉଣ୍ଟ ଅଫର ମଧ୍ୟ ରହିବ । ନିବେଶକ ସମ୍ମିଳନୀ କରାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.