ETV Bharat / business

ସର୍ଟ ଟର୍ମ ସ୍ବାସ୍ଥ୍ୟ ପଲିସି ଦେଇପାରିବେ ବୀମା କମ୍ପାନୀ, ଅନୁମତି ଦେଲା ଇରଡା

author img

By

Published : Jun 24, 2020, 12:33 PM IST

କୋଭିଡ-19 ମହାମାରୀରୁ ସମାଜରେ ସମସ୍ତ ବର୍ଗଙ୍କୁ ବୀମା ସୁରକ୍ଷା ଯୋଗାଇଦେବା ପାଇଁ ପ୍ରଦାନ ହେବ ସର୍ଟ ଟର୍ମ ସ୍ବାସ୍ଥ୍ୟ ପଲିସି । ଏନେଇ ବୀମା କମ୍ପାନୀଗୁଡିକୁ ଅନୁମତି ଦେଇଛି ଇରଡା ।

ବୀମା ପଲିସି
ବୀମା ପଲିସି

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ମହାମାରୀ ମାମଲା ବୃଦ୍ଧି ମଧ୍ୟରେ ଭାରତୀୟ ବୀମା ବିକାଶ ତଥା ନିୟାମକ ପ୍ରାଧିକରଣ(ଇରଡା)ର ବଡ ପଦକ୍ଷେପ । ଏଣିକି ସାଧାରଣ ବୀମା କମ୍ପାନୀ କୋରୋନା ବିରୋଧରେ ବୀମା କଭର ଦେଉଥିବା ସର୍ଟ ଟର୍ମ ସ୍ୱାସ୍ଥ୍ୟ ବୀମା ପଲିସି ଜାରି କରିପାରିବେ । ମଙ୍ଗଳବାର ଇରଡା ଏ ନେଇ ଅନୁମତି ଦେଇଛି ।

ନିୟାମକ ଏକ ସର୍କୁଲାରରେ କହିଛି କି, କୋଭିଡ-19 ମହାମାରୀରୁ ସମାଜରେ ସମସ୍ତ ବର୍ଗଙ୍କୁ ବୀମା ସୁରକ୍ଷା ଯୋଗାଇଦେବା ପାଇଁ ଏହି ବିଚାର କରାଯାଇଛି ବିଶେଷ କରି କୋଭିଡ-19 ରୋଗ ପାଇଁ ସ୍ବାସ୍ଥ୍ୟ ବୀମା ପଲିସି ଏବେ ଜରୁରୀ ରହିଛି ।

ଇରଡା କହିଛି କି ସମସ୍ତ ବୀମାକାରୀ (ଜୀବନ, ​​ସାଧାରଣ ଏବଂ ସ୍ୱାସ୍ଥ୍ୟ) ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ-19 ପାଇଁ ସ୍ବଳ୍ପ ଅବଧିର ସ୍ବାସ୍ଥ୍ୟ ବୀମା ପଲିସି ପ୍ରଦାନ କରିବାକୁ ଅନୁମତି ରହିଛି ।

ସର୍କୁଲାର ଅନୁଯାୟୀ ସର୍ଟ ଟର୍ମ ପଲିସିକୁ ସର୍ବନିମ୍ନ 3 ମାସ ଓ ସର୍ବାଧିକ 11 ମାସ ପାଇଁ ଜାରି କରାଯାଇପାରିବ । ତେବେ 3 ମାସରୁ କମ ଅବଧିର ପଲିସି ଜାରି କରିବାକୁ ଅନୁମତି ଦିଆଯାଇନାହିଁ ।

ଏହି ପଲିସି କୌଣସି ବ୍ୟକ୍ତି କିମ୍ବା ୟୁନିଟ ବା ସଂସ୍ଥାକୁ ଦିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.