ETV Bharat / business

ସେୟାର ବଜାରରେ ସର୍ବାଧିକ ଦିନିକିଆ ହ୍ରାସ , ସ୍ବାହା ନିବେଶକଙ୍କ ଟଙ୍କା

author img

By

Published : Mar 9, 2020, 4:54 PM IST

ଫସର ଫାଟିଲା ହୋଲି ମଉଜ । ବିପୁଳ କ୍ଷତି ସହ ବନ୍ଦ ହେଲା ସୋମବାର ସେୟାର ବଜାର । ସର୍ବାଧିକ ଦିନିକିଆ ହ୍ରାସରେ ସେୟାର ସୂଚକାଙ୍କ । ଚିନ୍ତାରେ ନିବେଶକ ।

Investors in trouble
ସେୟାର ବଜାରରେ ସର୍ବାଧିକ ଦିନିକିଆ ହ୍ରାସ

ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ଭୁସ୍ଖଳନ । ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ବୁଡିଲା 6.87 ଲକ୍ଷ କୋଟି ଟଙ୍କା । ବିପଦରେ ନିବେଶକ । ବିଶ୍ବ ବଜାରରେ ମାନ୍ଦାବସ୍ଥା ପ୍ରଭାବରେ ଧରାଶାୟୀ ଘରୋଇ ସେୟାର ବଜାର । ଫଳରେ ସର୍ବାଧିକ ଦିନିକିଆ ହ୍ରାସ ସହ ବନ୍ଦ ହୋଇଛି ସୋମବାର ଷ୍ଟକ ମାର୍କେଟ ।

ୟେସ ବ୍ୟାଙ୍କ ସଙ୍କଟ, ପ୍ରାଣଘାତୀ କୋରୋନା ଭାଇରସର ମାରାତ୍ମକ ପ୍ରକୋପ ବୃଦ୍ଧି ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ଯୋଗୁଁ ତଳମୁହାଁ ଘରୋଇ ବଜାର । ସୋମବାର କାରବାର ଆରମ୍ଭରୁ ଖସିଚାଲିଛି ସେନସେକ୍ସ ଓ ନିଫ୍ଟି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1,941.67 ପଏଣ୍ଟ ହ୍ରାସ ପାଇ 35,634.95ରେ କାରବାର ଶେଷ କରିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 546.10 ପଏଣ୍ଟ କମି 10,443.35ରେ ବନ୍ଦ ହୋଇଛି ।

ସେନସେକ୍ସରେ ସର୍ବାଧିକ 11 ପ୍ରତିଶତ ହ୍ରାସ ONGC ରେ ଦେଖିବାକୁ ମିଳିଛି । ଇଣ୍ଡସିଣ୍ଡ ବ୍ୟାଙ୍କ, ଆରଆଇଏଲ, ପାୱାରଗ୍ରିଡ, ଟାଟା ଷ୍ଟିଲ, ଏଲଆଣ୍ଡଟି, ଏସବିଆଇ ଏବଂ ଟେକ ମହିନ୍ଦ୍ରା ମଧ୍ୟ ନାଲି ଆଲର୍ଟରେ କାରବାର ବନ୍ଦ କରିଛନ୍ତି ।

ସେପଟେ ସଂଘାଇ ସେୟାର ବଜାରରେ 2.41 ପ୍ରତିଶତ , ହଂକଂରେ 3.53 ପ୍ରତିଶତ , ସିୟୋଲରେ 3.89 ପ୍ରତିଶତ ଓ ଟୋକିଓରେ 5.65 ପ୍ରତିଶତ ସେୟାର ହ୍ରାସ ପାଇଛି ।

ସୋମବାର କାରବାର ଆରମ୍ଭରେ ପ୍ରବଳ ହ୍ରାସ ଯୋଗୁଁ ନିବେଶକଙ୍କ ପ୍ରାୟ 5 ଲକ୍ଷ କୋଟି ଟଙ୍କା ବୁଡିଯାଇଥିଲା। କରୋନା ଭାଇରସ ପ୍ରକୋପ ଯୋଗୁଁ ବିଶ୍ବରେ ଆର୍ଥିକ ଅନିଶ୍ଚିତତା ବୃଦ୍ଧି ହେଉଛି । ଫଳରେ ଏହି ହ୍ରାସ ଘଟିଛି। ସେନସେକ୍ସ ଦ୍ବିପ୍ରହରରେ 2467 ପଏଣ୍ଟ କମି 35,109.18ରେ ପହଞ୍ଚିଥିଲା । ସେହିପରି ନିଫ୍ଟି 695 ପଏଣ୍ଟ କମି 10,294.45 ସ୍ତରରେ ଆସିଯାଇଥିଲା । ପରବର୍ତ୍ତୀ ସମୟରେ ସାମାନ୍ୟ ସୁଧାର ସହ ସେନସେକ୍ସ ଓ ନିଫ୍ଟି ଅଣ୍ଟା ସଳଖିଛନ୍ତି । ତଥାପି ସେୟାର ସୂଚକାଙ୍କ ହ୍ରାସ ନିବେଶକଙ୍କ ହୋସ ଉଡେଇଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.