ETV Bharat / business

ନିବେଶକଙ୍କୁ କାଙ୍ଗାଳ କଲାଣି କୋରୋନା , 2 ଦିନରେ 4.82 ଲକ୍ଷ କୋଟି କ୍ଷତି

author img

By

Published : Apr 3, 2020, 11:39 PM IST

ଗତ 2 କାରବାର ଦିନରେ ବିଏସଇ ସୂଚୀବଦ୍ଧ ବଜାର ପୁଞ୍ଜିକରଣ 4,82,033.63କୋଟି ହ୍ରାସ ପାଇ 1,08,66,722.96 କୋଟି ଟଙ୍କାର ପହଞ୍ଚିଛି। ଅଧିକ ପଢ଼ନ୍ତୁ...

investor wealth tumbles rs 4.82 lakh cr in two days of market fall
ନିବେଶକଙ୍କୁ କାଙ୍ଗାଳ କଲାଣି କୋରୋନା

ନୂଆଦିଲ୍ଲୀ. ଏବେ ଦିନକୁ ଦିନ ନୁହେଁ ଘଡିକୁ ଘଡି ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ଚିନ୍ତାରେ ନିବେଶକ । ଏଥିଯୋଗୁଁ ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବଜାରରେ ହ୍ରାସ ଜାରି ରହିଛି । ଫଳରେ ଗତ 2 କାରବାର ଦିନରେ ନିବେଶକଙ୍କୁ 4,82,033.63 କୋଟି ଟଙ୍କା ହରାଇବାକୁ ପଡିଛି ।

ଶୁକ୍ରବାର ସେନସେକ୍ସ 27,590.95କୁ ଖସିଥିବା ବେଳେ ନିଫ୍ଟି ବି ପ୍ରବଳ ହ୍ରାସ ପାଇଛି । ଗତ 2 କାରବାର ଦିନରେ ବିଏସଇ ସୂଚୀବଦ୍ଧ ବଜାର ପୁଞ୍ଜିକରଣ 4,82,033.63କୋଟି ହ୍ରାସ ପାଇ 1,08,66,722.96 କୋଟି ଟଙ୍କାର ପହଞ୍ଚିଛି।

ରେଲିଗେୟର ବ୍ରେକିଙ୍ଗର ଉପାଧ୍ୟକ୍ଷ ଅଜିତ ମିଶ୍ରା କହିଛନ୍ତି ଯେ, ‘‘ଦେଶରେ କୋରୋନା ଭାଇରସ ମାମଲା ବୃଦ୍ଧି ଯୋଗୁଁ ସେନସେକ୍ସ ଓ ନିଫ୍ଟି ଲଗାତାର ଖସୁଛି । ମୁଡିସ ମଧ୍ୟ ଭାରତୀୟ ବ୍ରେକିଙ୍ଗ କ୍ଷେତ୍ରର ପରିଦୃଶ୍ୟ ବଦଳାଇ ନକରାତ୍ମକ କରିଛି । ଏହାର ପ୍ରଭାବରେ ମଧ୍ୟ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି ।

ସେନସେକ୍ସ ସେୟାରରେ ସାମିଲ ବ୍ୟାଙ୍କ ସେୟାରରେ ଏକ୍ସିକ୍ସ ବ୍ୟାଙ୍କର ସେୟାର ସର୍ବାଧିକ 9.16 ପ୍ରତିଶତ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.