ETV Bharat / business

‘କନେକ୍ଟିଂ ଦ ଭିଲେଜ’ ଜରିଆରେ ଯୋଡିହେବ 17ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା - ‘କନେକ୍ଟିଂ ଦି ଭିଲେଜ

ଚଳିତ ରାଜ୍ୟ ବଜେଟରେ ସଡକ ପ୍ରଗତିକୁ ବିଶେଷ ରୂପେ ଧ୍ୟାନ ଦିଆଯାଇଛି । 2000 କିମି ରାସ୍ତାର ଉନ୍ନତିକରଣ, 50ଟି ସେତୁ, 5ଟି ରେଳପଥ ବ୍ରିଜ୍ ନିର୍ମାମ ପାଇଁ ପୂର୍ତ୍ତ ବିଭାଗର ବ୍ୟୟ ବରାଦକୁ 6000 କୋଟି ଟଙ୍କା ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଅଧିକ ପଢନ୍ତୁ...

infrasturcture in odisha budget
ଯୋଡି ହେବ 17ଟି ନକ୍ସଲ ଜିଲ୍ଲା
author img

By

Published : Feb 18, 2020, 10:01 PM IST

ଭୁବନେଶ୍ବର: ଚଳିତ ବଜେଟରେ ସଡକ ପ୍ରଗତିକୁ ବିଶେଷ ରୂପେ ଧ୍ୟାନ ଦିଆଯାଇଛି । 2000 କିମି ରାସ୍ତାର ଉନ୍ନତିକରଣ, 50ଟି ସେତୁ, 5ଟି ରେଳପଥ ବ୍ରିଜ୍ ନିର୍ମାମ ପାଇଁ ପୂର୍ତ୍ତ ବିଭାଗର ବ୍ୟୟବରାଦକୁ 6000 କୋଟି ଟଙ୍କା ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ରାସ୍ତା ଉନ୍ନୟନ କାର୍ଯ୍ୟକ୍ରମ ପାଇଁ 2271କୋଟି, ସେତୁ ନିର୍ମାଣ ପାଇଁ 500କୋଟି, ରାଜ୍ୟ ରାଜପଥ ଉନ୍ନୟନ କାର୍ଯ୍ୟକ୍ରମ ଅନ୍ତର୍ଗତ 100କୋଟି ଓ କେନ୍ଦ୍ର ସଡକ ପାଣ୍ଠି ପାଇଁ 431କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

3000 କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 2500କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ 257 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ବିଜୁ ସେତୁ ଯୋଜନା ପାଇଁ 1000କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିମନ୍ତେ 303କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

17ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲାର 142ଟି ବିଚ୍ଛିନ୍ନ ଗାଁର ରାସ୍ତା ସଂଯୋଗୀକରଣ ପାଇଁ CONNECTING THE VILLAGE ଯୋଜନାରେ 71 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । OSRTC ଜରିଆରେ ନୂତନ ବସ କ୍ରୟ ପାଇଁ 50କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି । ବସଷ୍ଟାଣ୍ଡ ଗୁଡିକର ପୁର୍ନଉଦ୍ଧାର ଓ ନିର୍ମାଣ ପାଇଁ 77କୋଟି ଟଙ୍କା ବ୍ୟୟ ଅଟକଳ ।

ରାଜ୍ୟରେ ରେଳ ସଂଯୋଗୀକରଣ ମୁଖ୍ୟଲକ୍ଷ । ଏଥିପାଇଁ ଖୋର୍ଦ୍ଧା-ବଲାଙ୍ଗୀର, ଜୟପୁର-ମାଲକାନାଗିରି ଓ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ନିମନ୍ତେ ରାଜ୍ୟ ଅଂଶ ବାବଦରେ ଓ ନୟାଗଡ, ସୁବର୍ଣ୍ଣପୁର, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜମି ଅଧିଗ୍ରହଣ ବାବଦରେ ମୋଟ 400କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆକାଶପଥ ପାଇଁ ଏୟାରଷ୍ଟ୍ରିପ ନିମନ୍ତେ 100କୋଟି ଟଙ୍କା ବ୍ୟୟ ବରାଦ । ରାଉରକେଲା, ଉତକେଲା, ଜୟପୁର ଏୟାରଷ୍ଟ୍ରିପକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.