ETV Bharat / business

‘5ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ୍ଣ’ - Infra development

2019-20ରୁ 2014-15 ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରର ଯୋଜନା ପାଇଁ 111 ଲକ୍ଷ କୋଟି ନିବେଶ ଅନୁମାନ ଲଗାଯାଇଛି । କାରଣ ଭିତ୍ତିଭୂମି ବିକାଶ ହେଲେ ଅଭିବୃଦ୍ଧି ବୃଦ୍ଧି ସହ ପ୍ରତିଯୋଗୀତା ବଢିବ । ଅଧିକ ପଢନ୍ତୁ..

$5 trillion economy by fy25
‘5ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ୍ଣ’
author img

By

Published : May 1, 2020, 9:41 PM IST

ନୂଆଦିଲ୍ଲୀ: ଆର୍ଥିକ ଅଭିବୃଦ୍ଧିର ଏକ ମହତ୍ବପୂର୍ଣ୍ଣ ଉପାଦାନ ଭିତ୍ତିଭୂମି ବିକାଶ । ଅର୍ଥମନ୍ତ୍ରାଣଳୟ ଦ୍ବାରା ଗଠିତ ଟାକ୍ସଫୋର୍ସ ରିପୋର୍ଟରେ ଏ ନେଇ ସ୍ପଷ୍ଟ କରିବା ସହ ଦର୍ଶାଯାଇଛି ଯେ 111 ଲକ୍ଷ କୋଟି ଟଙ୍କା ନିବେଶରେ ଭିତ୍ତିଭୂମି କ୍ଷେତ୍ରରେ ନୂତନ ପ୍ରକଳ୍ପ ଏବଂ ପୁରୁଣା ପ୍ରକଳ୍ପର ଆଧୁନିକୀକରଣ ଜରୁରୀ । ତେବେ ଯାଇ ପ୍ରତିଯୋଗୀତା ବଢିବା ସହ 2025 ସୁଦ୍ଧା ଭାରତର 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ ହୋଇପାରିବ ।

ଏ ନେଇ ବୁଧବାର ଟାକ୍ସଫୋର୍ସ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନ୍ତିମ ରିପୋର୍ଟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି କି, ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ସଫଳତା ପାଇଁ ଭିତ୍ତିଭୂମିର ବିକାଶ ମହତ୍ବପୂର୍ଣ୍ଣ । କାରଣ ବିନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତା ଭିତ୍ତିଭୂମି ସରଞ୍ଚନା ଉପରେ ନିର୍ଭର କରେ ।

ରିପୋର୍ଟରେ କୁହାଯାଇଛି କି ଭିତ୍ତିଭୂମି ସରଞ୍ଚନା ପ୍ରସ୍ତୁତ କାମ ଶ୍ରମ ଉପରେ ନିର୍ଭର କରେ । ଏହା ଦ୍ବାରା ଅର୍ଥବ୍ୟବସ୍ଥାରେ ରୋଜଗାର ଓ ଆୟ ସୁଯୋଗ ବଢିବ । ଶେଷରେ ଚାହିଦା ମଧ୍ୟ ବୃଦ୍ଧି ପାଇବ । ସେହପରି ଭିତ୍ତିଭୂମି ସରଞ୍ଚନାର କ୍ଷମତା ବୃଦ୍ଧି ଲଜିଷ୍ଟିକ ଓ ନେଟୱେର୍କ ଦକ୍ଷତାରେ ସୁଧାର ହେବ । ଯାହାକି ଅର୍ଥବ୍ୟବସ୍ଥାକୁ ପ୍ରତିଯୋଗିତା ମୂଳକ କରାଇବ ।

ଏହି ଅର୍ଥବ୍ୟବସ୍ଥା ଉଚ୍ଚ ନିବେଶ, ବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ଚକ୍ର ଆରମ୍ଭ କରିବାରେ ସାହାଯ୍ୟ କରିପାରେ ବୋଲି ଟାକ୍ସଫୋର୍ସ ରିପୋର୍ଟରେ ଜଣାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.