ETV Bharat / business

ଶିଳ୍ପ ପାଇଁ ଶୁଭ ଖବର, ଅକ୍ଟୋବରରେ 3.6 % ବଢିଲା ଉତ୍ପାଦନ

author img

By

Published : Dec 11, 2020, 7:55 PM IST

ଅକ୍ଟୋବର ମାସରେ ଔଦ୍ୟୋଗିକ ଉତ୍ପାଦନ 3.6 ପ୍ରତିଶତ ବୃଦ୍ଧି ହୋଇଛି । ବିଶେଷ କରି ମ୍ୟାନୁଫ୍ୟାକ୍ଚରିଙ୍ଗ ଓ ବିଦ୍ୟୁତ କ୍ଷେତ୍ରରେ ଭଲ ପ୍ରଦର୍ଶନ ଯୋଗୁଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ବଢିଛି । ଅଧିକ ପଢନ୍ତୁ..

ଶିଳ୍ପ ପାଇଁ ଶୁଭ ଖବର, ଅକ୍ଟୋବରରେ 3.6 % ବଢିଲା  ଉତ୍ପାଦନ
ଶିଳ୍ପ ପାଇଁ ଶୁଭ ଖବର, ଅକ୍ଟୋବରରେ 3.6 % ବଢିଲା ଉତ୍ପାଦନ

ନୂଆଦିଲ୍ଲୀ: ଲକଡାଉନ କୋହଳ ହେବା ସହ ଉପରମୁହାଁ ଶିଳ୍ପ । ଅକ୍ଟୋବର ମାସରେ ଔଦ୍ୟୋଗିକ ଉତ୍ପାଦନ 3.6 ପ୍ରତିଶତ ବୃଦ୍ଧି ହୋଇଛି । ବିଶେଷ କରି ମ୍ୟାନୁଫ୍ୟାକ୍ଚରିଙ୍ଗ ଓ ବିଦ୍ୟୁତ କ୍ଷେତ୍ରରେ ଭଲ ପ୍ରଦର୍ଶନ ଯୋଗୁଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ବଢିଛି । ଶୁକ୍ରବାର ଜାରି ସରକାରୀ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତଥ୍ୟ ଅନୁସାରେ , ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ର ସଦ୍ୟ ରିପୋର୍ଟରେ ଆଲୋଚ୍ୟ ମାସ ମଧ୍ୟରେ ମ୍ୟୁନୁଫେକ୍ଚରିଂ ଓ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ କ୍ରମଶଃ 3.5 ପ୍ରତିଶତ ଓ 11.2 ପ୍ରତିଶତ ବୃଦ୍ଧି ହୋଇଛି ।

ସେପଟେ ଅକ୍ଟୋବର ମାସରେ ଖଣି କ୍ଷେତ୍ରରେ 1.15 ପ୍ରତିଶତ ହ୍ରାସ ଦେଖାଦେଇଛି । ଗତ ବର୍ଷ ଅକ୍ଟୋହର ମାସରେ ଆଇଆଇପିରେ 6.6 ପ୍ରତିଶତ ହ୍ରାସ ଦେଖାଦେଇଥିଲା ।

କୋଭିଡ-19 ମହାମାରୀ ପ୍ରସାର ରୋକିବା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଓ କଟକଣା ଯୋଗୁଁ ଅନେକ ଔଦ୍ୟୋଗିକ କ୍ଷେତ୍ରର ଗତିବିଧି ବନ୍ଦ ରହିଥିଲା । ପରେ ଲକଡାଉନ ହଟିବା ସହ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଥିଯୋଗୁଁ 2020 ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଏପ୍ରିଲଠାରୁ ହ୍ରାସ ହେଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.