ETV Bharat / business

ଟିକା ନେଇଥିଲେ ଇଣ୍ଡିଗୋରେ ପାଇବେ 10% ରିହାତି - ଟିକା ନେଇଥିଲେ ବିମାନ ଟିକେଟରେ ରିହାତି

ଟୀକାକରଣ ଅଭିଯାନରେ ଲୋକଙ୍କୁ ଅଧିକ ସଂଖ୍ୟକ ଲୋକଙ୍କୁ ସାମିଲ କରିବା ପାଇଁ ଇଣ୍ଡିଗୋର ବଡ ନିଷ୍ପତ୍ତି । ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକେଟରେ ମିଳିବ 10 ପ୍ରତିଶତ ରିହାତି । ଅଧିକ ପଢନ୍ତୁ...

ଟିକା ନେଇଥିଲେ ଇଣ୍ଡିଗୋରେ ପାଇବେ 10% ରିହାତି
ଟିକା ନେଇଥିଲେ ଇଣ୍ଡିଗୋରେ ପାଇବେ 10% ରିହାତି
author img

By

Published : Jun 23, 2021, 5:05 PM IST

ନୂଆଦିଲ୍ଲୀ: ଟିକା ନେଇଥିଲେ ଇଣ୍ଡିଗୋରେ ପାଇବେ ରିହାତି । କୋଭିଡ ବିରୁଦ୍ଧରେ ଟୀକାକରଣ ଅଭିଯାନକୁ ଆହୁରି ମଜବୁତ କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଇଣ୍ଡିଗୋ । କମ୍ପାନୀ ଏହି ସ୍ବତନ୍ତ୍ର ରିହାତି ବ୍ୟବସ୍ଥା ଲଞ୍ଚ କରିଛି । ଯେଉଁ ଯାତ୍ରୀମାନେ ଟିକାର ଗୋଟିଏ କିମ୍ବା ଉଭୟ ଡୋଜ ନେଇଥିବେ, ସେମାନଙ୍କୁ ଟିକେଟରେ 10 ପ୍ରତିଶତ ରିହାତି ମିଳିବ । ବୁଧବାର ଠାରୁ ଏହି ସୁବିଧା ଉପଲବ୍ଧ ହେବ । ଏ ସମ୍ପର୍କରେ ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ।

ଇଣ୍ଡିଗୋର ମୁଖ୍ୟ ରଣନୀତି ଓ ରାଜସ୍ବ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି ଯେ ଦେଶର ସବୁଠୁ ବଡ ଏୟାରଲାଇନ ହୋଇଥିବାରୁ ଜାତୀୟ ଟୀକାକରଣ ଅଭିଯାନରେ ଅଧିକ ଲୋକଙ୍କୁ ସାମିଲ କରିବା କାର୍ଯ୍ୟରେ ସହଯୋଗ କରିବା ଆମର ଦାୟିତ୍ବ ବୋଲି ଆମେ ଅନୁଭବ କଲୁ । ଏହି ଅଫର ଟୀକାକରଣ ଡ୍ରାଇଭକୁ ମଜବୁତ କରିବା ସଙ୍ଗେସଙ୍ଗେ ସୁଲଭ ମୂଲ୍ୟରେ ଯାତ୍ରୀମାନେ ନିରାପଦ ଯାତ୍ରା କରିପାରିବେ ।

ଆହୁରି ମଧ୍ୟ ସଞ୍ଜୟ କହିଛନ୍ତି ଯେ, ଆମେ ଆମ ଯାତ୍ରୀମାନଙ୍କୁ ଅନ୍ ଟାଇମ ଏବଂ ବାଧାମୁକ୍ତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ । ଇଣ୍ଡିଗୋ ପ୍ରକାଶ କରିଥିବା ବିବୃତ୍ତି ଅନୁଯାୟୀ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, ଯେଉଁମାନେ ଟିକେଟ ବୁକିଂ କରିବା ସମୟରେ ଭାରତରେ ରହିଥିବେ ଏବଂ ପୂର୍ବରୁ କୋଭିଡ ଟିକା ନେଇଥିବେ ସେହିମାନେ କେବଳ ଏହି ରିହାତି ସୁବିଧାରେ ଉପକୃତ ହେବେ । ଟିକେଟ ବୁକିଂ ସମୟରେ ଯେଉଁ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇଥିବେ ସେମାନଙ୍କ ନିକଟରେ ଏକ ବୈଧ କୋଭିଡ ଟୀକାକରଣ ସାର୍ଟିଫିକେଟ ରହିଥିବା ଆବଶ୍ୟକ । ଯାହାଦ୍ବାରା ସେମାନେ ଏୟାରପୋର୍ଟ ଚେକ୍ ଇନ କାଉଣ୍ଟର ବା ବୋର୍ଡିଂ ଗେଟ୍ ପାଖରେ ଏହାକୁ ଦେଖାଇ ଟିକା ନେଇଛନ୍ତି ବୋଲି ପ୍ରମାଣ ଦେବେ । ଏଥିସହ ସେମାନେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନରେ ମଧ୍ୟ ନିଜ ଟୀକାକରଣ ଷ୍ଟାଟସ୍ ପ୍ରଦର୍ଶିତ କରିପାରିବେ ।

ଏୟାରଲାଇନ ଅଧିକାରୀଙ୍କ କହିବାନୁଯାୟୀ, ଇଣ୍ଡିଗୋର ପ୍ରାୟ 35 ହଜାର କର୍ମଚାରୀଙ୍କ ମଧ୍ୟରୁ ଏଯାବତ୍ 28 ହଜାର କର୍ମଚାରୀ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ସେପଟେ ଏୟାର ଏସିଆ ଏୟାରଲାଇନର ଦାବି ଯେ 99.5 ପ୍ରତିଶତ ଗେଷ୍ଟ ଫେସିଙ୍ଗ ଅପରେସନାଲ ଷ୍ଟାଫ୍ ଯେପରିକି ପାଇଲଟ, କ୍ୟାବିନ କ୍ରୁ, ସିକ୍ୟୁରିଟି, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ଖାଦ୍ୟ ସଞ୍ଚାଳନ ବିଭାଗ କର୍ମଚାରୀ ପ୍ରମୁଖ ପ୍ରଥମ ଡୋଜ ଟିକା ନେଇଛନ୍ତି । ଗତ ସପ୍ତାହରେ ଭିସ୍ତାରାର ଦିଲ୍ଲୀ-ମୁମ୍ବାଇ ବିମାନର ସମସ୍ତ କ୍ରୁ ସଦସ୍ୟଙ୍କ ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.