ନୂଆଦିଲ୍ଲୀ: ଭାଲେଣ୍ଟାଇନ ସପ୍ତାହରେ ଇଣ୍ଡିଗୋର ସ୍ପେଶାଲ ଅଫର । ମାତ୍ର 999 ଟଙ୍କାରେ ଆପଣ ନିଜ ପ୍ରିୟଜନଙ୍କ ସହ ଉଡିବାର ମଜା ଉଠାଇ ପାରିବେ । ଫେବୃଆରୀ 11ରୁ 14 ପର୍ଯ୍ୟନ୍ତ ଉପଲବ୍ଧ ହେବ ଏହି ଅଫର ।
ଏହି 4 ଦିନିକିଆ ଅଫରରେ ଇଣ୍ଡିଗୋର ଟିକେଟ ଦାମ 999 ଟଙ୍କାରୁ ଆରମ୍ଭ ହେବ। ଏହି ଭଡା ୱାନ ୱେ ଏବଂ ଅଲ ଏକ୍ସଲୁସିଭ ରହିଛି । କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଭାଲେଣ୍ଟାଇନ ସେଲରେ ଏହି ଡିସକାଉଣ୍ଟ ଅଫର ପାଇଁ 10 ଲକ୍ଷ ସିଟ ଉପଲବ୍ଧ କରାଯାଇଛି ।
ଏଥିପାଇଁ ଆପଣଙ୍କୁ ଫେବୃଆରୀ 11ରୁ 14 ତାରିଖ ଭିତରେ ବୁକିଂ କରିବାକୁ ହେବ । ଏହା ପରେ 2020 ମାର୍ଚ୍ଚ ପହିଲାରୁ ସେପ୍ଟମ୍ବର 30 ମଧ୍ୟରେ ଆପଣ ବିମାନରେ ଯାତ୍ରା କରିପାରିବେ । ଇଣ୍ଡିଗୋ ସେଲରେ ଟିକେଟକୁ ବିମାନ କମ୍ପାନୀଙ୍କ ଅଫିସିଆଲ ୱେବସାଇଟରେ ବୁକ କରାଯାଇପାରିବ । ଇଣ୍ଡିଗୋର ଅଫର ଡୋମେଷ୍ଟିକ ଟ୍ରାଭେଲ, ୱନୱେ, ରାଉଣ୍ଡ ଟ୍ରିପ ଓ ମଲ୍ଟି ସିଟି ବୁକିଂରେ ଲାଗୁ ହେବ । ହେଲେ ଏହା ଗ୍ରୁପ ବୁକିଂରେ ହେବ ନାହିଁ । ଇଣ୍ଡିଗୋ ସେଲରେ ବୁକିଂ ସମୟରେ କ୍ୟାସବ୍ୟାକ ଫାଇଦା ମିଳିବ ।