ETV Bharat / business

ଭାରତର ସାପ୍ତାହିକ ବେକାରୀ ହାର 24% ରୁ ଅଧିକ ରହିଛି: ରିପୋର୍ଟ

author img

By

Published : May 27, 2020, 8:17 PM IST

ଭାରତରେ ବେକାରୀ ଦର ମେ 24 ତାରିଖ ସମାପ୍ତ ହୋଇଥିବା ସପ୍ତାହ ସୁଦ୍ଧା ବୃଦ୍ଧି ପାଇ 24.3 ପ୍ରତିଶତ ରହିଛି । ପୂର୍ବ ସପ୍ତାହରେ ରେକର୍ଡ ହୋଇଥିବା 24.0 ପ୍ରତିଶତ ବେକାରୀ ହାରଠାରୁ ଏହା ସାମାନ୍ୟ ଅଧିକ । ଅଧିକ ପଢନ୍ତୁ..

indias unemployment rate
ବେକାରୀ

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ବ୍ୟବସାୟ ବାଣିଜ୍ୟ ଠପ । କାମଧନ୍ଦା ବନ୍ଦ ରହିଛି । ଏଥିଯୋଗୁଁ ଦେଶରେ ବେକାରୀ ହାର ବଢିପାରେ ଲାଗିଛି । ଲକଡାଉନ ମଧ୍ୟରେ ସାପ୍ତାହିକ ବେକାରୀ ଦର 24 ପ୍ରତିଶତ ତଳକୁ ଖସୁନି ।

ଭାରତରେ ବେକାରୀ ଦର ମେ 24 ତାରିଖ ସମାପ୍ତ ହୋଇଥିବା ସପ୍ତାହ ସୁଦ୍ଧା ବୃଦ୍ଧି ପାଇ 24.3 ପ୍ରତିଶତରେ ପହଞ୍ଚିଛି । ଯାହାକି ଗତ ସପ୍ତାହରେ ରେକର୍ଡ ହୋଇଥିବା 24 ପ୍ରତିଶତ ଠାରୁ ଅଧିକ ରହିଛି । ସେଣ୍ଟର ଫର ମନିଟରିଂ ଇକୋନମୀ (ସିଏମଆଇଇ) ସଦ୍ୟ ରିପୋର୍ଟରେ ଏ ନେଇ ପ୍ରକାଶ ପାଇଛି ।

ବିଗତ 8 ସପ୍ତାହରେ ଦେଖାଯାଇଥିବା ହାରାହାରି ବେକାରୀ ହାର 24.2 ପ୍ରତିଶତ ଠାରୁ ମଧ୍ୟ ଏହା ଅଧିକ ।

ସଦ୍ୟ ରିପୋର୍ଟରୁ ଜଣାପଡିଛି କି, ମେ 24କୁ ସମାପ୍ତ ସପ୍ତାହରେ ଗ୍ରାମୀଣ ଭାରତରେ 23.7 ପ୍ରତିଶତ ତୁଳନାରେ ସହରୀ ଭାରତରେ ବେକାରୀ ଦର 26.3 ପ୍ରତିଶତ ରହିଛି ।

ସିଏମଆଇଇର ସିଇଓ ମହେଶ ବ୍ୟାସ ଅନୁସାରେ ‘‘ଲକଡାଉନ ମଧ୍ୟରେ ବେକାରୀ ଦର ପାଖାପାଖୀ 24 ପ୍ରତିଶତ ପାଖାପାଖୀ ରହିଛି । ଶ୍ରମ ଭାଗୀଦାରୀ ଦର ଶ୍ରମ ବଜାରରେ କିଛି ପରିବର୍ତ୍ତନର କାହାଣୀ କହୁଛି । ଗତ ସପ୍ତାହରେ ମଧ୍ୟ ଶ୍ରମ ଭାଗୀଦାରୀ ଦରରେ ହ୍ରାସ ଦେଖାଦେଇଛି । ଚତୁର୍ଥ ସପ୍ତାହରେ 38.7 ପ୍ରତିଶତ କମ ଥିଲା । ଯାହାକି ଗତ ସପ୍ତାହର 38.8 ପ୍ରତିଶତ ତୁଳନାରେ କମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.