ETV Bharat / business

ଲକଡାଉନରେ ସଙ୍କୁଚିତ ସେବା କ୍ଷେତ୍ର, ପ୍ରଭାବିତ ରୋଜଗାର - COVID-19 impact on service sector

କୋଭିଡ -19 ମହାମାରୀ ଯୋଗୁଁ ବାରମ୍ବାର ବାରମ୍ବାର ଲାଗୁ ଲକଡାଉନ , ଚାହିଦା ହ୍ରାସ , କମ୍ପାନୀ କାମ ଠପ , କର୍ମଚାରୀଙ୍କ ଛଟେଇ , ଅର୍ଡର ହ୍ରାସ , ପ୍ରତିକୂଳ ବଜାର ପରସ୍ଥିତି ଯୋଗୁଁ ସେବା ସେକ୍ଟର ଗତିବିଧି ସୂଚକାଙ୍କ ଖସୁଛି । ଅଧିକ ପଢନ୍ତୁ..

Indias service sector activity still severely restricted by COVID-19 contracts for 5th mth in Jul

author img

By

Published : Aug 5, 2020, 4:49 PM IST

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ଦେଶର ସେବା କ୍ଷେତ୍ର । ବିଭିନ୍ନ ସ୍ଥାନରେ ଲକଡାଉନ ଯୋଗୁଁ କମ୍ପାନୀ ପରିଚାଳନା ସ୍ବାଭାବିକ ହେଉନି । ଏପଟେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବାରୁ ଏହି ସେକ୍ଟର ଲଗାତାର 5 ମାସ ଧରି ସଙ୍କୁଚିତ ହେଉଛି । ଜୁଲାଇ ମାସରେ ସେବା କ୍ଷେତ୍ରର ଗତିବିଘି ହ୍ରାସ ହୋଇଛି । ବୁଧବାର ଜାରି ଏକ ସର୍ଭେ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ଆଇଏଚଏସ ମାର୍କିଟ ଇଣ୍ଡିଆର ସର୍ବିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ ଜୁଲାଇ ମାସରେ 34.2 ପଏଣ୍ଟରେ ରହିଛି । ତେବ ଜୁନ ମାସର 33.7 ପଏଣ୍ଟ ତୁଳନାରେ ଏଥିରେ ସାମାନ୍ୟ ସୁଧାର ଆସିଛି । ଆଇଏଚଏସ ମାର୍କେଟ ଇଣ୍ଡିଆର ମେନ୍ୟୁଫକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଅନୁସାରେ ଜୁଲାଇ ସୂଚକାଙ୍କରରେ ସାମାନ୍ୟ ବୃଦ୍ଧି ପରେ ବି ସେବା କ୍ଷେତ୍ର ଲଗାତାର 5 ମାସ ଧରି ତଳମୁହାଁ ରହିଛି ।

ପିଏଆଇ 50 ପଏଣ୍ଟ ଉପରେ ରହିବା ସେକ୍ଟରରେ ବିସ୍ତାର ହେଉଛି । ଆଉ 50 ପଏଣ୍ଟ ତଳକୁ ଅର୍ଥାତ ସଙ୍କୁଚନକୁ ସୂଚାଇଥାଏ ।

ସେବା ସେକ୍ଟର ଦେଶର ଜିଡିପିରେ 55 ପ୍ରତିଶତ ଯୋଗଦାନ ରଖିଥାଏ । ବଡ ସଂଖ୍ୟକ ନିଯୁକ୍ତି ଏହି ସେକ୍ଟର ସୃଷ୍ଟି ହୋଇଥାଏ । ଆଉ ଏମାନଙ୍କ ଆୟକରରେ ମଧ୍ୟ ବଡ ଯୋଗଦାନ ରହିଛି ।

ସର୍ଭେରେରେ ଭାଗ ନେଇଥିବା ଏହି ସେକ୍ଟର କର୍ମଚାରୀଙ୍କ କହିବା ଅନୁସାରେ , କୋଭିଡ -19 ମହାମାରୀ ଯୋଗୁଁ ବାରମ୍ବାର ବାରମ୍ବାର ଲାଗୁ ଲକଡାଉନ , ଚାହିଦା ହ୍ରାସ , କମ୍ପାନୀ କାମ ଠପ , କର୍ମଚାରୀଙ୍କ ଛଟେଇ , ଅର୍ଡର ହ୍ରାସ , ପ୍ରତିକୂଳ ବଜାର ପରସ୍ଥିତି ଯୋଗୁଁ ସେବା ସେକ୍ଟର ଗତିବିଧି ସୂଚକାଙ୍କ ଖସୁଛି ।

ଆଇଏଚଏସ ମାର୍କିଟର ଅର୍ଥଶାସ୍ତ୍ରୀ Lewis Cooper କହିଛନ୍ତି, କିଛି ମାସ ଧରି ମଧ୍ୟରେ ସୁଧାର ଆସିବ । ଆଇଏଚଏସ ମାର୍କିଟ ଆକଳନ ଅନୁସାରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 2021 ମାର୍ଚ୍ଚ ରେ ଶେଷ ହେଉଥିବା ବର୍ଷରେ 6 ପ୍ରତିଶତରୁ ଅଧିକ ହ୍ରାସ ନେଇ ସଙ୍କେତ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.