ETV Bharat / business

ଭାରତରେ ପଡୋଶୀଙ୍କ ନିବେଶ କଟକଣା, ଚିହିକି ଉଠିଲା ଚୀନ

ବିନା ଅନୁମତିରେ ଭାରତରେ ନିବେଶ ନେଇ ପଡୋଶୀ ଦେଶ ଉପରେ ସରକାର ପ୍ରତିବନ୍ଧକ ଲଗାଇଲା ପରେ ଚୀନ କଡା ପ୍ରତିକ୍ରିୟା ଜାରି କରିଛି । ଅଧିକ ପଢନ୍ତୁ...

indias new fdi norms violate wto  principle of free trade chinese embassy
ଭାରତରେ ପଡୋଶୀଙ୍କ ନିବେଶ କଟକଣା, ଚିହିକି ଉଠିଲା ଚୀନ
author img

By

Published : Apr 21, 2020, 1:19 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ(ଏଫଡିଆଇ) ନୀତିରେ ପରିବର୍ତ୍ତନ କରିଛି ଭାରତ । ଆଉ ଏଥିରେ ଚିହିକି ଉଠିଛି ଚୀନ । ଏଫିଡିଆଇ ନୀତିରେ ସଂଶୋଧନ, ବିଶ୍ବ ବ୍ୟାପର ସଙ୍ଗଠନ ନିୟମର ଉଲଙ୍ଘନ ବୋଲି ଚୀନ ଯୁକ୍ତି ବାଢିଛି ।

ପ୍ରକାଶ ଯେ, ପଡୋଶୀ ଦେଶର କୌଣସି କମ୍ପାନୀ କିମ୍ବା ବ୍ୟକ୍ତି ଭାରତର କୌଣସି ସେକ୍ଟରରେ ନିବେଶ କରିବା ପାଇଁ ଅନୁମତି ନେବାକୁ ପଡିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଫଳରେ ଏଥିରେ ଅଧିକ ପ୍ରଭାବିତ ହେଉଥିବା ଚୀନ ଏ ନେଇ ବଡ ପ୍ରତିକ୍ରିୟା ଜାରି କରିଛି । ଚୀନ କହିଛି ଯେ, ନିବେଶ ରୋକିବାକୁ ଭାରତ ଉଠାଯାଇଥିବା ଏହି ପଦକ୍ଷେପ ଉଦାରୀକରଣ ନୀତି ବିରୋଧରେ ।

ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ "ନିର୍ଦ୍ଦିଷ୍ଟ ଦେଶର ନିବେଶକଙ୍କ ପାଇଁ ଭାରତ ନିର୍ଦ୍ଧାରିତ କରିଥିବା ପ୍ରତିବନ୍ଧକ ଡବ୍ଲୁଟିଏଚଓ ନୀତିର ଉଲ୍ଲଂଘନ କରୁଛି। ଏହା ଉଦାରୀକରଣ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ବିରୁଧରେ ରହିଛି ।"

କୋରୋନା ଭାଇରସ ମହାମାରୀ ସଂକ୍ରମଣ ସଙ୍କଟ ଜାରି ରହିଛି । ଏଭଳି ସ୍ଥିତିର ସୁଯୋଗ ନେଇ ଭାରତୀୟ ଘରୋଇ କମ୍ପାନୀ କ୍ରୟ ଉଦ୍ୟମକୁ ବନ୍ଦ କରିବା ପାଇଁ ଶନିବାର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । "ଭାରତ ସହିତ ଜମି ସୀମା ବାଣ୍ଟୁଥିବା ଦେଶଗୁଡିକର ନିବେଶକଙ୍କ ଉପରେ ଏହି ସର୍ତ୍ତ ଲାଗୁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.