ETV Bharat / business

ଏ ବର୍ଷ ଭାରତର ଅଭିବୃଦ୍ଧି ହାର 0.8 ପ୍ରତିଶତ ରହିବ: ଫିଚ ରେଟିଂ - ଫିଚ ରେଟିଂର ଜିଡିପି ଅନୁମାନ

ଫିଚ ରେଟିଂ ନିଜ ବୈଶ୍ବିକ ଆର୍ଥିକ ଅନୁମାନରେ କହିଛି ଯେ, ଭାରତରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର 2020 ଏପ୍ରିଲରୁ 2021 ମାର୍ଚ୍ଚ ମଧ୍ୟରେ ହ୍ରାସ ପାଇ 0.8 ପ୍ରତିଶତ ରହିଯିବ । ଅଧିକ ପଢନ୍ତୁ..

indias growth rate will come down to 0.8 percent this year fitch ratings
ଏ ବର୍ଷ ଭାରତର ଅଭିବୃଦ୍ଧି ହାର 0.8 ପ୍ରତିଶତ ରହିବ: ଫିଟ ରେଟିଂ
author img

By

Published : Apr 23, 2020, 5:14 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2020-21) ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇ 0.8 ପ୍ରତିଶତ ରହିପାରେ । ଗୁରୁବାର ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ଫିଚ ରେଟିଂ ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଲାଗୁ ଲକଡାଉନ ଓ ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଜିଡିପି ଖସିବ ବୋଲି ଆଶଙ୍କା ରହିଛି । ଏ ନେଇ ଫିଚ ରେଟିଂ ନିଜ ବୈଶ୍ବିକ ଆର୍ଥିକ ଅନୁମାନରେ କହିଛି ଯେ, ଭାରତରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର 2020 ଏପ୍ରିଲରୁ 2021 ମାର୍ଚ୍ଚ ମଧ୍ୟରେ ହ୍ରାସ ପାଇ 0.8 ପ୍ରତିଶତ ରହିଯିବ । ଯେତେବେଳେକି ଗତ ଆର୍ଥିକ ବର୍ଷ ଏହି ହାର 4.9 ପ୍ରତିଶତ(ଅନୁମାନିତ) ଥିଲା । ତେବେ 2021-22 ରେ ଅଭିବୃଦ୍ଧି ହାର 6.7 ପ୍ରତିଶତ ରହିପାରେ ।

ରେଟିଙ୍ଗ ଏଜେନ୍ସିର ଅନୁମାନ ରହିଛି ଯେ, ଚଳିତ ଆର୍ଥିକ ବର୍ଷ ଲଗାତାର 2 ତ୍ରୈୟମାସ ମଧ୍ୟରେ ଅଭିବୃଦ୍ଧି ହାର ନକରାତ୍ମକ ରହିବ । ଏପ୍ରିଲରୁ ଜୁନ ତ୍ରୈୟମାସରେ ଏହା 0.2 ପ୍ରତିଶତ ଓ ଜୁଲାଇ, ସେପ୍ଟେମ୍ବରରେ 0.1 ପ୍ରତିଶତ ରହିପାରେ । ତେବେ ଆସନ୍ତା ତ୍ରୈୟମାସରେ ଏହା 1.4 ପ୍ରତିଶତ ରହିବା ସମ୍ଭାବନା ରହିଛି ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.