ETV Bharat / business

11% ବଢିପାରେ ଭାରତ ଜିଡିପି: ଏଡିବି

author img

By

Published : Apr 29, 2021, 5:00 PM IST

‘ଏସିଆନ ଡେଭଲପେମଣ୍ଟ ଆଉଟଲୁକ (ଏଡିଓ) 2021 ’ରେ ଏଡିବି କହିଛି କି କୋଭିଡ-19 ମାମଲା ବୃଦ୍ଧି ଅର୍ଥନୀତି ପୁନରୁଦ୍ଧାରକୁ ପୁଣି ବିପଦକୁ ଠେଲିପାରେ । ଏକ ମଜବୁତ ଭ୍ୟାକ୍ସିନ ଡ୍ରାଇଭ ଯୋଗୁଁ 2021-22 ରେ 11 ପ୍ରତିଶତ ବଢିବା ଆଶା ରହିଛି । ଅଧିକ ପଢନ୍ତୁ..

11% ବଢିପାରେ ଭାରତ ଜିଡିପି : ଏଡିବି
11% ବଢିପାରେ ଭାରତ ଜିଡିପି : ଏଡିବି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା 11 ପ୍ରତିଶତ ବଢିବା ସମ୍ଭାବନା ରହିଛି । ଏ ନେଇ ଆକଳନ କହିଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ।

ଏହାର ରିପୋର୍ଟ ‘ଏସିଆନ ଡେଭଲପମଣ୍ଟ ଆଉଟଲୁକ (ଏଡିଓ) 2021 ’ରେ ଏଡିବି ଆହୁରି ମଧ୍ୟ କହିଛି କି କୋଭିଡ-19 ମାମଲା ବୃଦ୍ଧି ଅର୍ଥନୀତି ପୁନରୁଦ୍ଧାରକୁ ପୁଣି ବିପଦକୁ ଠେଲିପାରେ । ଏଥିସହ ଏହା ମଧ୍ୟ କୁହାଯାଇଛି କି ଭାରତର ଅର୍ଥବ୍ୟବସ୍ଥା ଏହି ମଧ୍ୟରେ ଆର୍ଥିକ ବର୍ଷ 2021ରେ ଏକ ମଜବୁତ ଭ୍ୟାକ୍ସିନ ଡ୍ରାଇଭ ଯୋଗୁଁ 11 ପ୍ରତିଶତ ବଢିବା ଆଶା ରହିଛି । ଯାହା 2022 ମାର୍ଚ୍ଚ 31 ରେ ଶେଷ ହେବ । ତେବେ କୋଭିଡ 19 ମାମଲା ବୃଦ୍ଧି ଏହି ଅଭିବୃଦ୍ଧିରେ ବାଧକ ସାଜିପାରେ ।

ଆସନ୍ତା ଆର୍ଥିକ ବର୍ଷରେ ଭାରତର ଜିଡିପିରେ 7.0 ପ୍ରତିଶତ ବିସ୍ତାର ହେବା ଆଶା ରହିଛି । ଚଳିତ ବର୍ଷ ଦକ୍ଷିଣ ଏସିଆର ମୋଟ ଘରୋଇ ଉତ୍ପାଦର ବୃଦ୍ଧି ହାର 2020 ରେ ହ୍ରାସ ହୋଇ 9.5 ପ୍ରତିଶତ ରହିଛି । ଯାହାକି ଆସନ୍ତା ଆର୍ଥିକ ବର୍ଷରେ ହ୍ରାସ ହୋଇ 6.6 ପ୍ରତିଶତ ହୋଇଯିବ ।

ଏଡିବିର ମୁଖ୍ୟ ଅର୍ଥଶାସ୍ତ୍ରୀ ୟାସୁୟୁକୀ ସୱାଦ କହିଛନ୍ତି କି, ଏସିଆର ବିକାଶରେ ବିକାଶ ହେଉଛି । ହେଲେ କୋଭିଡ-19 ବୃଦ୍ଧି ପ୍ରକୋପ ଏହି ପୁନରୁଦ୍ଧାର ପାଇଁ ବିପଦ ।

ରିପୋର୍ଟ ଅନୁସାରେ ବିକାଶଶୀଳ ଏସିଆରେ ମୁଦ୍ରାସ୍ପୀତି ଗତ ବର୍ଷର 2.8 ପ୍ରତିଶତରୁ 2.3 ପ୍ରତିଶତ ହ୍ରାସ ହେବା ଅନୁମାନ ରହିଛି । କାରଣ ଭାରତ ଓ ଚୀନର ପିପୁଲ୍ସ ରିପବ୍ଲିକରେ ଖାଦ୍ୟ ମୂଲ୍ୟ ଉପରେ ଚାପ ରହିଛି । 2022 ରେ ଏହି କ୍ଷେତ୍ରରେ ମୁଦ୍ରାସ୍ପୀତି ହାର ବଢି 2.7 ପ୍ରତିଶତ ହେବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.