ETV Bharat / business

ଖସିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର

author img

By

Published : Mar 12, 2021, 10:31 PM IST

ମାର୍ଚ୍ଚ 5 ରେ ସମାପ୍ତ ସପ୍ତାହରେ ଏହା 4.255 ଡଲାର ହ୍ରାସ ହୋଇ 580.299 ଡଲାରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଜାରି ତଥ୍ୟରେ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ଖସିଲା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସ୍ତର
ଖସିଲା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସ୍ତର

ନୂଆଦିଲ୍ଲୀ: ଖସିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର । ମାର୍ଚ୍ଚ 5 ରେ ସମାପ୍ତ ସପ୍ତାହରେ ଏହା 4.255 ଡଲାର ହ୍ରାସ ହୋଇ 580.299 ଡଲାରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଜାରି ତଥ୍ୟରେ ଏ ନେଇ ସୂଚନା ଦିଆଯାଇଛି ।

ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 68.9 କୋଟି ଡଲାର ବଢି 580.299 ଅରବ ଡଲାର ହୋଇଥିଲା । 2021 ଜାନୁଆରୀ 29 ରେ ବିଦେଶୀ ମୁଦ୍ରା ଭଣ୍ଡାରକୁ ସମାପ୍ତ ସପ୍ତାହରେ 590.185 ଅରବ ଡଲାରର ରେକର୍ଡ ସର୍ବୋଚ୍ଚ ପହଞ୍ଚିଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମାର୍ଚ୍ଚ 5 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ)ରେ ହ୍ରାସ ଯୋଗୁଁ ମୁଦ୍ରା ଭଣ୍ଡାର ହ୍ରାସ ହୋଇଛି । ପ୍ରକାଶ ଯେ, ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ସମ୍ପତ୍ତି ବା ଏଫସିଏର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି ।

ରିଜର୍ଭ ବ୍ୟାଙ୍କର ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 3.002 ଅରବ ଡଲାର କମି 539.613 ଅରବ ଡଲାର ରହିଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍କୁ ଏଥିରେ ୟୁରୋ , ପାଉଣ୍ଡ , ୟେନ ଭଳି ଅନ୍ୟ ବିଦେଶୀ ସମ୍ପତ୍ତି ବି ସାମିଲ ହୋଇଥାଏ ।

ତଥ୍ୟ ଅନୁସାରେ ଦେଶର ସ୍ବର୍ଣ୍ଣ ଭଣ୍ଡାରର ମୂଲ୍ୟ 1.206 ଅରବ ଡଲାର ଖସି 34.215 ଅରବ ଡଲାର ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.