ନୂଆଦିଲ୍ଲୀ: ଦେଶରେ ଆର୍ଥିକ ବର୍ଷ 2019-20ରେ ଖାଇବା ତେଲ ରପ୍ତାନୀ 54 ପ୍ରତିଶତ ବୃଦ୍ଧି ପାଇ 80,765 ଟନରେ ପହଞ୍ଚିଛି । ଏହି ବୃଦ୍ଧିର କାରଣ ହେଉଛି ଚୀନକୁ ପ୍ରବଳ ପରିମାଣରେ ବାଦାମ ତେଲ ରପ୍ତାନୀ । ତୈଳ ଉଦ୍ୟୋଗର ପ୍ରମୁଖ ସଙ୍ଗଠନ ସାଲଭେଣ୍ଟ ଆକ୍ସଟ୍ରେକ୍ଟର୍ସ ଆସୋସିଏସନ (ଏସଇଏ) ଗୁରୁବାର ଏ ନେଇ ସୂଚନା ଦେଇଛି ।
ମୁଲ୍ୟ ଦୃଷ୍ଟିରୁ ଖାଦ୍ୟ ତୈଳ ପରିବହନ (shipment)52.36 ପ୍ରତିଶତ ବୃଦ୍ଧି ହୋଇ 955.51 କୋଟିରେ ପହଞ୍ଚିଛି । ଯାହା 2018-19 ରେ 52,490 ଟନ ରହିଥିଲା । ଆଉ ଏହାର ମୁଲ୍ୟ 627.11 କୋଟି ଟଙ୍କା ହୋଇଛି।
ବିଦେଶୀରେ ରହିଥିବା ଭାରତୀୟଙ୍କ ଚାହିଦାକୁ ପୂରଣ କରିବା ପାଇଁ ଅଳ୍ପ ପରିମାଣରେ ଖାଦ୍ୟ ତେଲ ରପ୍ତାନୀ କରାଯାଇଥାଏ । ଅଥବା ଅଶୋଧିତ ତୈଳ ଏବଂ ସୁନା ପରେ ଖାଇବା ତେଲ ହେଉଛି ଭାରତୀୟ ତୃତୀୟ ବୃହତ୍ତମ ଆମଦାନୀ ସାମଗ୍ରୀ ।
SEA ଅନୁଯାୟୀ, 2019-2020 ମଧ୍ୟରେ ଦେଶ 95,751 କୋଟି ଟଙ୍କାର 80,765 ଟନ ବିଭିନ୍ନ ଖାଦ୍ୟ ତେଲ ରପ୍ତାନୀ କରିଥିଲାବେଳେ ପୂର୍ବ ବର୍ଷ 2018-19 ମଧ୍ୟରେ 52,490 ଟନ ଖାଦ୍ୟ ତେଲ ରପ୍ତାନି କରାଯାଇଥିଲା। ଯାହାର ମୁଲ୍ୟ 627.11 କୋଟି ଟଙ୍କା ରହିଛି ।
ମୋଟ ରପ୍ତାନିରେ ବାଦାମ ତେଲ ରପ୍ତାନୀ ପୂର୍ବ ବର୍ଷର 15,532 ଟନରୁ ବଢି 2019-20 ବର୍ଷରେ 38,225 ଟନ ରହିଛି। ଏହା ମୁଖ୍ୟତଃ ଚୀନକୁ (33 33,505 ଟନ ) ରପ୍ତାନି ହୋଇଛି ।