ETV Bharat / business

ପ୍ରଥମ ତ୍ରୟମାସରେ 12% ଖସିପାରେ India economy

author img

By

Published : Jun 18, 2021, 9:09 PM IST

କୋଭିଡ ଦ୍ବିତୀୟ ଲହର ପ୍ରଭାବରେ ଅର୍ଥବ୍ୟବସ୍ଥା ଧ୍ବସ୍ତ ବିଧସ୍ବ । ପ୍ରଥମ ତ୍ରୟମାସରେ 12 ପ୍ରତିଶତ କମିପାରେ ଅର୍ଥବ୍ୟବସ୍ଥା । ଅଧିକ ପଢନ୍ତୁ..

ପ୍ରଥମ ତ୍ରୟମାସରେ 12 %  ଖସିପାରେ India economy

ମୁମ୍ବାଇ: କୋରୋନା ଭାଇରସ ମହାମାରୀର ଦ୍ବିତୀୟ ଲହରକୁ ରୋକିବାକୁ ରାଜ୍ୟ ସ୍ତରରେ ଲାଗୁ ହୋଇଛି ଲକଡାଉନ । ମହାମାରୀ ପ୍ରକୋପ ଉପରେ ଲଗାମ ପାଇଁ ଏପ୍ରିଲ ଓ ମେ ମାସ ତାଲା ବନ୍ଦରେ ପ୍ରାୟ ବିତିଛି । ଫଳରେ ଚଳିତ ଆର୍ଥିକ ବର୍ଷ 2021-22 ର ପ୍ରଥମ ତ୍ରୟମାସ ( ଏପ୍ରିଲ-ଜୁନ) ରେ ଅର୍ଥବ୍ୟବସ୍ଥାରେ 12 ପ୍ରତିଶତ ହ୍ରାସ ଦେଖାଦେଇପାରେ ।

1 ବର୍ଷ ପୂର୍ବରୁ ଏହି ତ୍ରୟମାସରେ ଅର୍ଥବ୍ୟବସ୍ଥାରେ 23.9 ପ୍ରତିଶତ ହ୍ରାସ ଦେଖାଦେଇଥିଲା । ସ୍ବିଜରଲ୍ୟାଣ୍ଡର ବ୍ରୋକରେଜ କମ୍ପାନୀ ୟୁବିଏସ ସିକ୍ୟୁରିଟିଜ ଏକ ରିପୋର୍ଟରେ ଏ ନେଇ କହିଛି । ଗତ ବର୍ଷ କେବଳ 4 ଘଣ୍ଟାର ନୋଟିସ ପରେ କେନ୍ଦ୍ର ସ୍ତରରେ ଲାଗୁ ଅଢେଇ ମାସର ଦେଶବ୍ୟାପି ଲକଡାଉନରେ ଅର୍ଥବ୍ୟବସ୍ଥା ଗଭୀର ଭାବେ କ୍ଷତି ସହିଛି ।

ଆର୍ଥିକ ବର୍ଷ 2020-21 ର 7.3 ପ୍ରତିଶତ ସଙ୍କୁଚିତ ହୋଇଛି ଅର୍ଥବ୍ୟବସ୍ଥା । ପ୍ରଥମ ତ୍ରୟମାସରେ ଜିଡିପି 23.9 ପ୍ରତିଶତ ହ୍ରାସ ଯୋଗୁଁ ଏହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡିଛି । ଦ୍ବିତୀୟ ଲହରରେ ସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ଅର୍ଥବ୍ୟବସ୍ଥା 17.5 ପ୍ରତିଶତ କମିଲା । ତେବେ ଦ୍ବିତୀୟ ଛଅମାସରେ ତୀବ୍ର ଗତିର ପୁନରୁଦ୍ଧାର ହୋଇଛି । ବର୍ଷର ତୃତୀୟ ତ୍ରୟମାସରେ ବୃଦ୍ଧି ହାର 0.4 ପ୍ରତିଶତ ରହିଛି । ସେପଟେ ଚତୁର୍ଥ ତ୍ରୟମାସରେ ଏହା ବୃଦ୍ଧି ହୋଇ 1.6 ପ୍ରତିଶତରେ ପହଞ୍ଚିଛି । ଏହା ଦ୍ବାରା ମୋଟ ମିଶାଇ ହ୍ରାସ 2020-21 ରେ 7.3 ପ୍ରତିଶତରେ ସୀମିତ ରହିଛି ।

ସ୍ବିଜ ବ୍ରୋକରେଜ କମ୍ପାନୀ ୟୁବିଏସ ସିକ୍ୟୁରିଟିଜ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି କି, ଚଳିତ ଆର୍ଥିକ ବର୍ଷ 2021-22 ପ୍ରଥମ ତ୍ରୟମାସରେ 12 ପ୍ରତିଶତ ହ୍ରାସ ଦ୍ବାରା ଏଥର ଅର୍ଥବ୍ୟବସ୍ଥାରେ V ( ହ୍ରାସ ପରେ ତୀବ୍ର ଗତିରେ ବୃଦ୍ଧି) ଆକାରରେ ଅଭିବୃଦ୍ଧି ଅସମ୍ଭବ ପ୍ରାୟ । ଏଥର ଉପଭୋକ୍ତାରଙ୍କ ଧାରଣା ମଧ୍ୟ ଦୁର୍ବଳ ହୋଇଛି । କାରଣ ଗତ ବର୍ଷ ତୁଳନାରେ ମହାମାରୀର ଦ୍ବିତୀୟ ଲହର ପ୍ରଭାବକୁ ଚିନ୍ତାଦାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.