ETV Bharat / business

ଜାନୁଆରୀରେ ଘରୋଇ ବିମାନ ଯାତ୍ରୀ ଉଡାଣ 40 % ପ୍ରତିଶତ ହ୍ରାସ

ଜାନୁଆରୀ ମାସରେ ଭାରତର ଘରୋଇ ବିମାନ ଯାତ୍ରୀ ସଂଖ୍ୟା ହ୍ରାସ ହୋଇ 77.34 ଲକ୍ଷରେ ପହଞ୍ଚିଛି । ଯାହାକି ଗତ ବର୍ଷ ପରିବହନ ତୁଳନାରେ 40 ପ୍ରତିଶତ କମ । ଅଧିକ ପଢନ୍ତୁ..

author img

By

Published : Feb 19, 2021, 4:01 PM IST

ଜାନୁଆରୀରେ ଘରୋଇ ବିମାନ ଯାତ୍ରୀ ଉଡାଣ 40 % ପ୍ରତିଶତ ହ୍ରାସ
ଜାନୁଆରୀରେ ଘରୋଇ ବିମାନ ଯାତ୍ରୀ ଉଡାଣ 40 % ପ୍ରତିଶତ ହ୍ରାସ

ମୁମ୍ବାଇ: 2021 ଜାନୁଆରୀ ମାସରେ ଭାରତର ଘରୋଇ ବିମାନ ଯାତ୍ରୀ ସଂଖ୍ୟା ହ୍ରାସ ହୋଇ 77.34 ଲକ୍ଷରେ ପହଞ୍ଚିଛି । ଯାହାକି ଗତ ବର୍ଷ ପରିବହନ ତୁଳନାରେ 40 ପ୍ରତିଶତ କମ । କୋଭିଡ-19ର ଲମ୍ଭା ପ୍ରଭାବ ଯୋଗୁଁ ବିମାନ ଉଡାଣ ଖସିଛି । ଏ ନେଇ ବିମାନ ସେବା ନିୟମାକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଜାରି କରି ସୂଚନା ଦେଇଛି ।

2020 ଜାନୁଆରୀ ମାସରେ ଘରୋଇ ମାର୍ଗରେ ଯାତ୍ରୀ ସଂଖ୍ୟା 1.27 କୋଟି ଥିଲା । ଡିଜିସିଏ ଅନୁସାରେ ଗତ ମାସ ବିମାନରେ ଉପଲବ୍ଧ ସିଟିର ଉପଯୋଗ ଅନୁପାତ ଡିସେମ୍ବର ତୁଳନାରେ ତଳମୁହାଁ ଥିଲା । ତଥ୍ୟ ମୁତାବକ ଜାନୁଆରୀରେ 6 ଏୟାରଲାଇନ ଇଣ୍ଡିଗୋ, ସ୍ପାଇସଜେଟ, ଏୟାର ଇଣ୍ଡିଆ , ଗୋଏୟାର, ଭିସ୍ତାର ଓ ଏୟାର ଏସିଆ ଇଣ୍ଡିଆର ଭର୍ତ୍ତି ସିଟ ଅନୁପାତ 70 ପ୍ରତିଶତରୁ 64.9 ପ୍ରତିଶତ ମଧ୍ୟରେ ରହିଥିଲା ।

ଡିଜିସିଏର ସଦ୍ୟ ରିପୋର୍ଟରେ କୁହାଯାଇଛି କି ଘରୋଇ ଏୟାରଲାଇନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା 2021 ଜାନୁଆରୀରେ 77.34 ଲକ୍ଷ ଥିଲା । ଯାହାକି ଗତ ବର୍ଷ ଏହି ଅବଧିର 127.83 ଲକ୍ଷ ସଂଖ୍ୟା ଠାରୁ 39.60 ପ୍ରତିଶତ କମ ।

ଜାନୁଆରୀରେ ସୁଲଭ ଭଡା ଥିବା ଇଣ୍ଡିଗୋ ସବୁଠୁ ଅଧିକ 42.03 ଲକ୍ଷ ଯାତ୍ରୀ ପରିବହନ କରିଛି । ଏହାର ଯାତ୍ରୀ ବଜାରରେ 54.30 ପ୍ରତିଶତ ଯୋଗଦାନ ଦେଇଥିଲେ । ସେହିଭଳି ଭିସ୍ତାରା 9.92 ଲକ୍ଷ ଯାତ୍ରୀ ସହ ଦ୍ବିତୀୟ ସ୍ଥାନରେ ରହିଛି । ଘରୋଇ ବଜାରର ଏହାର ଅଂଶ ଜାନୁଆରୀରେ 12.8 ପ୍ରତିଶତ ରହିଥିଲା । ସମୟନୁବର୍ତ୍ତୀତା ହିସାବରେ ଇଣ୍ଡିଗୋ ଶକ୍ତ ଥିଲା । ଜାନୁଆରୀରେ ଏହାର 93.7 ପ୍ରତିଶତ ବିମାନ ସମୟରେ ଉଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.