ETV Bharat / business

ବଜେଟରେ କୋଣଠେସା ହୋଇଛି ରାଜକୋଷ, ବଢିବ ଚ୍ୟାଲେଞ୍ଜ: S&P

author img

By

Published : Feb 2, 2021, 10:09 PM IST

ଅର୍ଥନୀତି ପାଇଁ ଛୋଟ ପଡିଗଲା ଭାରତର ବଡ ବଜେଟ । ଅର୍ଥନୀତିକୁ ଗତି ଦେଉ ଦେଉ ରାଜକୋଷ ଦୁର୍ବଳ ହେବା ସମ୍ଭାବନା ଅଧିକ ରହିଛି । ଅଧିକ ପଢନ୍ତୁ..

ବଜେଟରେ  କୋଣଠେସା ହୋଇଛି ରାଜକୋଷ , ବଢିବ  ଚ୍ୟାଲେଞ୍ଜ:  S&P

ନୂଆଦିଲ୍ଲୀ: ବଜେଟ ମାଧ୍ୟମରେ ଆସନ୍ତା ଆର୍ଥିକ ବର୍ଷରେ ଆର୍ଥିକ ପୁନରୁଦ୍ଧାରକୁ ଗତି ଦେବାକୁ ପ୍ରୟାସ କରିଛନ୍ତି ସରକାର । କିନ୍ତୁ ଆଗାମୀ ସମୟରେ ନୀତିନିର୍ମାତାଙ୍କ ପାଇଁ ରାଜକୋଷ ମଜବୁତ କରିବା ଏକ ବଡ ଆହ୍ବାନ ହେବ । ଗୋବ୍ଲାଲ ରେଟିଂ S&P ମଙ୍ଗଳବାର ଏନେଇ କହିଛି ।

ରେଟିଂ ଏଜେନ୍ସି ବର୍ତ୍ତମାନ ବଜେଟ କାରଣରୁ ଭାରତର ମୁଖ୍ୟ ଋଣ କାରକ ଉପରେ କୌଣସି ଖାସ ପ୍ରଭାବ ଦେଖୁନି । କିନ୍ତୁ ଏହା ଅନୁସାରେ ସାର୍ବଜନୀକ ଅର୍ଥକୁ ବଜାୟ ରଖିବା ପାଇଁ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ଗୁରୁତ୍ବପୂର୍ଣ୍ଣ ହେବ । ଏଜେନ୍ସି କହିଛି କି କେନ୍ଦ୍ର ଓ ରାଜ୍ୟର ସଂଯୁକ୍ତ ରୂପରେ ଘାଟା ଆସନ୍ତା କିଛି ବର୍ଷରେ ଜିଡିପିର 90 ପ୍ରତିଶତରୁ ଅଧିକ ହେବା ଆଶଙ୍କା ରହିଛି । ଏସ ଆଣ୍ଡ ପି କହିଛି କି ବଜେଟରେ ରାଜକୋଷ ମଜବୁତ ପ୍ରସଙ୍ଗକୁ ପଛରେ ଛାଡି ଦିଆଯାଇଛି ।

ଅର୍ଥବ୍ୟବସ୍ଥାର ସ୍ବାସ୍ଥ୍ୟକୁ ମଜବୁତ କରିବା ପାଇଁ ଆକ୍ରମଣାତ୍ମକ ଉପାୟରେ ପ୍ରାବଧାନ ମହଙ୍ଗା ହୋଇପାରେ । ସରକାର ଚଳିତ ଆର୍ଥିକ ବର୍ଷ ପାଇଁ 9.5 ପ୍ରତିଶତ ଆର୍ଥିକ ନିଅଣ୍ଟ ଅନୁମାନ ଆମେରିକା ରେଟିଂ ଏଜେନ୍ସର ଆଶା ଠାରୁ ବହୁତ ଅଧିକ ଅଛି । ଏସ ଆଣ୍ଡ ପି ଏକ ବିବୃତ୍ତିରେ କହିଛି କି, ‘‘ ଅର୍ଥବ୍ୟବସ୍ଥାର ସହଯୋଗ ପାଇଁ ଉଲ୍ଲେଖନୀୟ ସମର୍ଥନ ସହ ଏଭଳି ଭାବେ ରାଜକୋଷ ମଜବୁତ ଭାରତର ନୀତି ନିର୍ମାତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ସରକାରଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ଖର୍ଚ୍ଚ ଓ ସୀମିତି ରାଜକୋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ ।

ସରକାର 2025-26 ପର୍ଯ୍ୟନ୍ତ ଆର୍ଥିକ ନିଅଣ୍ଟ 4.5 ପ୍ରତିଶତକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଏସ ଆଣ୍ଡ ପି କହିଛି କି, ଭାରତର 2021-22 ବଜେଟରେ ସରକାର ଦ୍ବାରା ଦେଶର ଆର୍ଥିକ ପୁନରୁଦ୍ଧାରକୁ ଗତି ଦେବା ପାଇଁ ବ୍ୟାପକ ସ୍ତରରେ ପ୍ରୟାସ ଦେଖୁଛୁ । ହେଲେ ଯେଉଁସବୁ ଖର୍ଚ୍ଚ ବରାଦ ହୋଇଛି , ତାହା ଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଆର୍ଥିକ ନିଅଣ୍ଟର ସମ୍ମୁଖୀନ ହେବେ ।

ରେଟିଂ ଏଜେନ୍ସି ଗତ ମାସରେ ଭାରତର ବାସ୍ତବିକ ବୃଦ୍ଧି ଦର ଅନୁମାନ ସଂଶୋଧିତ କରି 2020-21 ରେ ଏଥିରେ 7.7 ପ୍ରତିଶତ ହ୍ରାସ ଅନୁମାନ ପ୍ରକାଶ କରିଛି । ପୂର୍ବରୁ ଏହି ଆକଳନ 9 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.