ETV Bharat / business

ପୁନେ ହେବ ଦେଶର ପ୍ରଥମ ଚିନି ସଂଗ୍ରହାଳୟ

author img

By

Published : Mar 10, 2021, 7:28 PM IST

ପୁନେରେ ଏକ ସୁଗାର ମ୍ୟୁଜିୟମ ବା ଚିନି ସଂଗ୍ରହାଳୟ ହେବ । ଏଥିରେ 40 କୋଟି ଟଙ୍କା ଖର୍ଚ୍ଚ ହେବ । ମହାରାଷ୍ଟ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ..

ପୁନେ ହେବ ଦେଶର ପ୍ରଥମ ଚିନି ସଂଗ୍ରାଳୟ
ପୁନେ ହେବ ଦେଶର ପ୍ରଥମ ଚିନି ସଂଗ୍ରାଳୟ

ମୁମ୍ବାଇ: 40 କୋଟି ଟଙ୍କା ବ୍ୟୟରେ ପୁନେରେ ଏକ ସୁଗାର ମ୍ୟୁଜିୟମ ବା ଚିନି ସଂଗ୍ରହାଳୟ ହେବ । ମହାରାଷ୍ଟ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛି । ଏହି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପୁନେର ଶିବାଜୀନଗରର ସାଖର ଶାଙ୍କୁଲରେ ହେବ ବୋଲି ପ୍ରସ୍ତାବ ରହିଛି ।

ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଉଥିବା ଉପମୁଖ୍ୟମନ୍ତ୍ରୀ ଅଜୀତ ପାୱାର ସଦନରେ 2021-22 ବଜେଟ ଉପସ୍ଥାପନ ବେଳେ ଏ ନେଇ ଘୋଷଣା କରିଛନ୍ତି । ପାୱାର କହିଛନ୍ତି କି, ପୁନେର ଶିବାଜୀନଗରରେ ହେବାକୁ ଥିବା ଏହି ପ୍ରକଳ୍ପ ବ୍ୟୟବରାଦ 40 କୋଟି ଟଙ୍କା ହେବ । ଏହି ସଂଗ୍ରହାଳୟ ମହାରାଷ୍ଟ୍ରରେ ଚିନି ଉଦ୍ୟୋଗ ସହ ହିଁ ସହାୟତା ଉଦ୍ୟୋଗରେ ହୋଇଥିବା ପ୍ରଗତି ବିଷୟରେ ସୂଚନା ପ୍ରଦାନ କରିବ ।

ଏହି ସଂଗ୍ରାହଳୟ ଏକ ସ୍ଥାୟୀ ପ୍ରଦର୍ଶନ ହେବ । ଆଉ ଦେଖାଇବ କି କିଭଳି ମହାରାଷ୍ଟ୍ରରେ ଚିନି ଉଦ୍ୟୋଦ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ ଓ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ମହାରାଷ୍ଟ୍ରରେ ସର୍ବାଧିକ ଚିନି କଳ ସହକାରୀ ସଂସ୍ଥା ଦ୍ବାରା ପରିଚାଳିତ । ଚିନି ଉଦ୍ୟୋଗ ସମୟ ସହ ବିକଶିତ ହୋଇଛି , ଏପରିକି ଫସଲର ପାର୍ଟନରେ ମଧ୍ୟ ପରିବର୍ତ୍ତନ ହୋଇଛି । ଚିନି ସଂଗ୍ରହାଳୟ ଲୋକଙ୍କୁ ଶିକ୍ଷିତ କରାଇବ ଓ ଗ୍ରାମୀଣ ଅର୍ଥବ୍ୟବସ୍ଥା ବିଷୟରେ ଜାଗୃତ କରାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.