ETV Bharat / business

ଖସିବ ଭାରତ ଜିଡିପି ! - grow

2019-20ରେ ଅଭିବୃଦ୍ଧି ଦର ଅର୍ଥାତ ମୋଟ ଘରୋଇ ଉତ୍ପାଦ(ଜିଡିପି) 7.1 ପ୍ରତିଶତ ରହିବ ବୋଲି ଅନୁମାନ କରିଛି ସଂଯୁକ୍ତ ରାଷ୍ଟ୍ର ।

ପ୍ରତିକାତ୍ମକ ଫଟୋ
author img

By

Published : May 22, 2019, 6:02 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ(2019-20)ରେ ଅଭିବୃଦ୍ଧି ଦର ଅର୍ଥାତ ମୋଟ ଘରୋଇ ଉତ୍ପାଦ 7.1 ପ୍ରତିଶତ ରହିବ । ଯାହାକି ଗତ ଜାନୁଆରୀରେ ଆକଳନ ହୋଇଥିବା 7.4 ପ୍ରତିଶତ ଠାରୁ ସାମାନ୍ୟ କମ୍ । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟରେ ଏ ନେଇ ଅନୁମାନ କରାଯାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଘରୋଇ ଉପଯୋଗ ଓ ନିବେଶ ବୃଦ୍ଧିକୁ ପ୍ରୋତ୍ସାହନ ଦିଆଯିବ। ଯାହା ଫଳରେ 2019ରେ ଜିଡିପି 7.0 ପ୍ରତିଶତ ତଥା 2020ରେ 7.1 ପ୍ରତିଶତ ରହିବା ନେଇ ଆଶା ରହିଛି ।

ତେବେ ଚଳିତ ବର୍ଷ ଜାରି ହୋଇଥିବା ରିପୋର୍ଟ ଆକଳନ ଜାନୁଆରୀ ମାସର ଅନୁମାନ ଠାରୁ କମ ରହିଛି । ସେହି ସମୟରେ 2019 ଓ 2010 ରେ ବିକାଶ ଦର କ୍ରମଶଃ 7.6 ଓ 7.4 ପ୍ରତିଶତ ରହିବା ସମ୍ଭାବନା ରହିଛି । ଏହା ବ୍ୟତୀତ ଭାରତ ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଚୀନ ଠାରୁ ଆଗରେ ରହି ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଲାଣି ।

ଡବ୍ଲୁଇଏସପି ଅନୁସାରେ, ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଦେଶ ଜିଡିପିକୁ ଅନୁମାନ ଠାରୁ କମ ରଖାଯାଇଛି । ଏଥିସହ କିଛି ବିକାଶଶୀଳ ଅର୍ଥବ୍ୟବସ୍ଥା ବୃଦ୍ଧି ଆକଳନ ମଧ୍ୟ ଦୁର୍ବଳ ହୋଇଛି । ତେବେ ଭାରତର ବିକାଶ ଦର ଯଦିବି ଖସିବା ନେଇ ଅନୁମାନ ରହିଛି ହେଲେ ଘରୋଇ ଚାହିଦା ସୁଦୃଢ ରହିଛି ।

Intro:Body:

ff

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.