ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳରେ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ଗୁଡିକ ଘରୋଇକରଣ ପାଇଁ ପଦକ୍ଷେପ ନିଆଯାଉଛି । ଏହା ଦ୍ବାରା ବିଦ୍ୟୁତ ଉତ୍ପାଦନ ବଢିବା ସହ ଯୋଗାଣରେ ଉନ୍ନତି ଆସିବ । ଏହାକୁ ଦେଶ ପାଇଁ ଏକ ମଡେଲ ରୂପେ ପ୍ରସ୍ତୁତ କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପାୱାର ସେକ୍ଟରରେ କିଛି ପରିବର୍ତ୍ତନ ହେବ । ଉପଭୋକ୍ତା ସେମାନଙ୍କୁ ଅଧିକାର ପାଇବେ । ବିଦ୍ୟୁତ କମ୍ପାନୀଙ୍କ କ୍ଷତିର ପରିଣାମ ଏବେ ଉପଭୋକ୍ତାକୁ ସହିବାକୁ ପଡିବ ନାହିଁ । ପାୱାର ଜେନେରେସନ କମ୍ପାନୀରେ ପ୍ରତିଯୋଗୀତା ବଢିବ । ଆଉ ଯେଉଁ କମ୍ପାନୀ ଭଲ ସୁବିଧା ଦେବ ସେହି ଆଧାରରେ ଏହାର ଚୟନ ସେହି ଆଧାରରେ ହେବ । ଏଥିସହ କେତେକ ରାଜ୍ୟରେ ବିଦ୍ୟୁତ ବଣ୍ଟନ ପାଇଁ ସରକାରୀ-ବେସରକାରୀ ଭାଗିଦାରୀ (ପିପିପି)ମଡେଲ ଆପାଣାଯିବ । ସେହିପରି ବିନା ସୂଚନା ଦେଇ ବିଦ୍ୟୁତ କାଟିଲେ କମ୍ପାନୀ ଉପରେ ଜୋରିମାନା ଲାଗିବ ।