ETV Bharat / business

ମାଛ ରପ୍ତାନୀ 10 ପ୍ରତିଶତ କମିପାରେ: ସରକାର

author img

By

Published : May 27, 2020, 12:10 AM IST

ଦୁନିଆର ଚତୁର୍ଥ ବଡ ମାଛ ରପ୍ତାନୀକାରୀ ଦେଶ ହେଉଛି ଭାରତ । 2018-19 ବର୍ଷରେ ଦେଶରୁ 46,589 କୋଟି ଟଙ୍କାର ମାଛ ରପ୍ତାନୀ ହୋଇଥିଲା । ଅଧିକ ପଢନ୍ତୁ..

India  fish export
ମାଛ ରପ୍ତାନୀ 10 ପ୍ରତିଶତ କମିପାରେ : ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2019-20 ମଧ୍ୟରେ ଦେଶରେ ମାଛ ରପ୍ତାନୀ 5ରୁ 10 ପ୍ରତିଶତ ହ୍ରାସ ହେବା ଅନୁମାନ ରହିଛି । ଆଉ ଏହାର କାରଣ ହେଉଛି କୋଭିଡ-19 ଯୋଗୁଁ ଚାହିଦା ହ୍ରାସ । ମଙ୍ଗଳବାର କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରୀ ଗିରିରାଜ ସିଂହ ଏ ନେଇ ସୂଚନା ଦେଇଛନ୍ତି ।

ଦୁନିଆର ଚତୁର୍ଥ ବଡ ମାଛ ରପ୍ତାନୀକାରୀ ଦେଶ ହେଉଛି ଭାରତ । 2018-19 ବର୍ଷରେ ଦେଶରୁ 46,589 କୋଟି ଟଙ୍କାର ମାଛ ରପ୍ତାନୀ ହୋଇଥିଲା ।

ଭାରତୀୟ ମାଛର ପ୍ରମୁଖ ରପ୍ତାନୀ ଗନ୍ତବ୍ୟ ମଧ୍ୟରେ ଆମେରିକା, ମଧ୍ୟ ଏସିଆ, ବ୍ରିଟେନ, ଚୀନ ସାମିଲ ରହିଛି । ତେବେ କୋଭିଡ-19ରେ ସଂକ୍ରମିତ ମତ୍ସ୍ୟଜୀବିଙ୍କ ସଂଖ୍ୟା ପଚାରିଯିବାରୁ ମନ୍ତ୍ରୀ କହିଛନ୍ତି କି, କେନ୍ଦ୍ର ପାଖରେ ଏହାର କୌଣସି ସ୍ବତନ୍ତ୍ର ହିସାବ ନାହିଁ । ହେଲେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଏହାର ହିସାବ ହେବ ।

କୋଭିଡ-19 ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ ପ୍ରଥମ ଦିନରେ ରପ୍ତାନୀ ହୋଇଥିଲା । ହେଲେ ସରକାର ଏପ୍ରିଲ ମଧ୍ୟ ଭାଗରେ ମତ୍ସ୍ୟଜୀବିଙ୍କୁ କଟକଣା ମୁକ୍ତ ନେଇ ଘୋଷଣା ପରେ ସ୍ଥିତିରେ ସୁଧାର ଆସିବା ଆରମ୍ଭ ହେଲା । ଏବେ ରପ୍ତାନୀ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.