ETV Bharat / business

FDI ଲିଷ୍ଟ ଟପ-5ରେ ଭାରତ, କୋରୋନା ପରେ ବି ଦେଶମୁହାଁ ବିଦେଶୀ ନିବେଶ

କୋରୋନା ସଙ୍କଟ ଭିତରେ ବି ଭାରତକୁ ଛୁଟୁଛି ବିଦେଶୀ ନିବେଶ । ଏଫଡିଆଇ କ୍ଷେତ୍ରରେ ବିଶ୍ବର ପଞ୍ଚମ ବୃହତ୍ତ ପ୍ରାପ୍ତକର୍ତ୍ତା ଭାରତ । ଅଧିକ ପଢନ୍ତୁ..

FDI ଲିଷ୍ଟର ଟପ 5ରେ ଭାରତ , କୋରୋନା ପରେ ବି ଦେଶମୁହାଁ ବିଦେଶୀ ନିବେଶ

author img

By

Published : Jun 21, 2021, 9:35 PM IST

ନୂଆଦିଲ୍ଲୀ: ଭାରତର ବଡ ଉପଲବ୍ଧ । ଗତ ବର୍ଷ (2020) ଭାରତକୁ 64 ଅରବ ଆମେରକୀୟ ଡଲାରର ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆସିଛି । ଏଥିସହ ବିଦେଶୀ ନିବେଶ ଦୃଷ୍ଟିରେ ଭାରତର ସ୍ଥନ ପଞ୍ଚମ ସ୍ଥାନରେ ରହିଛି । ଏନେଇ ଜାତିସଂଘ (United Nations)ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ ଦେଶରେ କୋଭିଡ-19ର ଦ୍ବିତୀୟ ଲହରର ପ୍ରକୋପ ଆର୍ଥିକ ଗତିବିଧି ଉପରେ ଗଭୀର ଭାବେ ପଡିଛି । ହେଲେ ମଜବୁତ ଭିତ୍ତିଭୂମି ସଂରଞ୍ଚନା ମଧ୍ୟମ ଅବଧି ପାଇଁ ଆଶା ସୃଷ୍ଟି କରିଥାଏ ।

ବ୍ୟାପର ଓ ବିକାଶ ଉପରେ ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀ (United Nations Conference on Trade and Development) ଦ୍ବାରା ସୋମବାର ଜାରି ବିଶ୍ବ ନିବେଶ ରିପୋର୍ଟ 2021 ରେ କୁହାଯାଇଛି କି, ବୈଶ୍ବିକ ଏଫଡିଆଇ ପ୍ରବାହ ମହାମାରୀ ଦ୍ବାରା ପ୍ରଭାବିତ ହୋଇଛି । 2020 ରେ ଏହା 35 ପ୍ରତିଶତ ହ୍ରାସ ହୋଇ 1500 ଅରବ ଆମେରକୀୟ ଡଲାରରୁ କମି 1,000 ଅରବ ଆମେରକୀୟ ଡଲାର ରହିଛି । ରିପୋର୍ଟରେ ଆଗକୁ ଆହୁରୀ ମଧ୍ୟ ଦର୍ଶାଯାଇଛି କି, ସମଗ୍ର ବିଶ୍ବରେ କୋଭିଡ-19 ପ୍ରତିହିତ ପାଇଁ ଲାଗୁ ଲକଡାଉନ ରହିଥିବା ନିବେଶ ପ୍ରକଳ୍ପକୁ ଧୀମା କରିଦେଇଛି । ଆଉ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ବହୁରାଷ୍ଟ୍ରୀୟ ଉଦ୍ୟୋଗ ନୂଆ ଯୋଜନାର ପୁଣି ଆକଳନ ପାଇଁ ବାଧ୍ୟ ହୋଇଛି ।

ଭାରତରେ ଏଫଡିଆଇ 2020 ରେ 27 ପ୍ରତିଶତ ବଢି 64 ଅରବ ଆମେରକୀୟ ଡଲାର ହୋଇଛି । ଯାହାକି 2019 ରେ 51 ଅରବ ଡଲାର ଥିଲା । ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଉଦ୍ୟୋଗରେ ଅଧିଗ୍ରହଣ ଦ୍ବାରା ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ ଏଫଡିଆଇ ପ୍ରାପ୍ତକର୍ତ୍ତା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.