ETV Bharat / business

ଦେଶରେ ରହିପାରେ 5ଟି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ: ରିପୋର୍ଟ

author img

By

Published : Jul 21, 2020, 4:09 PM IST

ବ୍ୟାଙ୍କଗୁଡିକର ଅଂଶଧନ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ସରକାରୀ । ଏହି କ୍ରମରେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କକୁ 12ରୁ ହ୍ରାସ କରି 5 କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଅଧିକ ପଢନ୍ତୁ..

ବିକ୍ରି ହେବ ବ୍ୟାଙ୍କ ଅଂଶଧନ
ବିକ୍ରି ହେବ ବ୍ୟାଙ୍କ ଅଂଶଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର ଅଧାରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ଘରୋଇକରଣ ନେଇ ଯୋଜନା ରଖିଛନ୍ତି । ଏହା ଦ୍ବାରା ଦେଶରେ ମାତ୍ର 5ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ ବୋଲି ସରକାର ଓ ବ୍ୟାଙ୍କିଙ୍ଗ ସେକ୍ଟର ସୁତ୍ରରୁ ଜଣାପଡିଛି ।

ସରକାର ବ୍ୟାଙ୍କ ଘରୋଇକରଣକୁ ଅଧିକ ଗୁରୁତ୍ବର ସହ ନେଉଛନ୍ତି । ଫଳରେ ଦେଶରେ ଥିବା 12 ରାଷ୍ଟ୍ରାୟାତ୍ତ ବ୍ୟାଙ୍କ କମି 5 ରେ ପହଞ୍ଚିପାରେ ବୋଲି କୁହାଯାଇଛି । ଯୋଜନାର ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଅଫ ଇଣ୍ଡିଆସ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏଭଂ ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କର ସିଂହଭାବ ଅଂଶଧନକୁ ବିକ୍ରି କରାଯିବ । ଯାହା ଦ୍ବାରା ଏହି ଏକ ବଡ ପରିମାଣର ଘରୋଇକରଣ ଯୋଜନାକୁ ସଫଳ କରାୟିୂ । ଜଣେ ସରକାରୀ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ସେହି ବରିଷ୍ଠ ଅଧିକାରୀକହିଛନ୍ତି କି, ଦେଶରେ ମାତ୍ର 4ରୁ 5 ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରଖିବା ଯୋଜନା ଅଛି । ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଦେଶରେ 12 ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଅଛି । ତେବେ ଏସବୁ ଘରୋଇକରଣ ବ୍ୟାଙ୍କ ନେଇ ସରକାର ପ୍ରସ୍ତୁତି କରୁଛନ୍ତି । ପରେ ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟ ଆଗରେ ରଖାଯିବ । ତେବେ ଏ ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇନାହିଁ ।

ସୂତ୍ର ଅନୁସାରେ, ସରକାର ଅଣ-ପ୍ରମୁଖ କମ୍ପାନୀଗୁଡିକର ଅଂଶଧନ ବିକ୍ରି କରି ପାଣ୍ଠି ଏକତ୍ର ପାଇଁ ପ୍ରଚେଷ୍ଟା କରୁଛନ୍ତି । କାରଣ ବର୍ତ୍ତମାନ ସମୟରେ କୋଭିଡ-19 ମୁକାବିଲା ଯୋଗୁଁ ରାଜକୋଷ ହ୍ରାସ ହୋଇଥିବା ବେଳେ ଆଦାୟ ମଧ୍ୟ କମିଛି । ଏପଟେ ଅଭିବୃଦ୍ଧି ମଧ୍ୟ ଧୀମା ପଡିଛି । ଏଣୁ ଘରୋଇକରଣ ଯୋଜନା ଜରିଆରେ ପାଣ୍ଠି ଏକଜୁଟ ପାଇଁ ପ୍ରୟାସ ହେଉଛି ।

ପୂର୍ବରୁ ସରକାରଙ୍କ ବହୁ କମିଟି ଓ ଆରବିଆଇ ମଧ୍ୟ ପରାମର୍ଶ ଦେଇଥିଲେ କି ଦେଶରେ 5ରୁ ଅଧିକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ଆବଶ୍ୟକ ନାହିଁ। ଏପଟେ ଜଣେ ସରକାରୀ ବ୍ୟାଙ୍କରେ କାର୍ଯ୍ୟରତ ବରିଷ୍ଠ ଅଫିସର ଦେଇଥିବା ରିପୋର୍ଟରେ କୁହାଯାଇଛି କି ବ୍ୟାଙ୍କଗୁଡିକର ମିଶ୍ରଣ ନେଇ ଆଉ ଯୋଜନା ନାହିଁ । ଏଣୁ ଏବେ ଏକମାତ୍ର ବିକଳ୍ପ ପୁଞ୍ଜି ପ୍ରତିହାର ବା ବିନିବେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.