ETV Bharat / business

‘ଲକଡାଉନ ଉଠାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଜରୁରୀ’

ଲକଡାଉନ ଉଠାଇବା ସହ ଗରିବଙ୍କ ପେଟ ପାଇଁ 65,000 କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି ରାଜନ କହିଛନ୍ତି । ଏଥିସହ ନିଯୁକ୍ତି ଉପରେ ଫୋକସ ଦେବାକୁ ସେ ମତ ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 30, 2020, 6:36 PM IST

India needs Rs 65,000 cr to feed poor during pandemic, can afford it: Rajan
ଗରିବଙ୍କ ମୁହଁରେ ଦାନ ଦେବାକୁ ଦରକାର 65 ହଜାର କୋଟି ଟଙ୍କା: ରାଜନ

ନୂଆଦିଲ୍ଲୀ: ଲକଡାଉନ ସବୁଦିନ ପାଇଁ ଜାରି ରଖାଯାଇପାରିବ ନାହିଁ । ଆର୍ଥିକ ଗତିବିଧିକୁ କ୍ରିୟାଶୀଳ କରିବାକୁ ପଡିବ । ଯେପରି ଲୋକ ନିଜ କାମଧନ୍ଦା ପୁଣି ଥରେ ଆରମ୍ଭ କରିପାରିବେ । ଜଣାଶୁଣା ଅର୍ଥନୀତିଜ୍ଞ ତଥା ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏ ନେଇ ମତ ପ୍ରକାଶ କରିଛନ୍ତି ।

ଗୁରୁବାର ଭିଡିଓ କନଫ୍ରେନ୍ସିଂ ଜରିଆରେ ରାଜନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କୋରୋନା ପ୍ରଭାବିତ ଅର୍ଥନୀତି ଓ ସଙ୍କଟରୁ ମୁକୁଳିବାକୁ ନେଇ ଆଲୋଚନା ହୋଇଛି । ଏଥିରେ ରାଜନ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପ୍ରତିଟି ପଦକ୍ଷେପ ସତର୍କତାର ସହ ନେବା ଦରକାର । ଭାରତ ଏକ ଗରିବ ଦେଶ ଓ ଏଠାରେ ଉତ୍ସ ମଧ୍ୟ କମ ରହିଛି । ଏଣୁ ଦୀର୍ଘ ସମୟ ଧରି ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଇପାରିବ ନାହିଁ ।

କୋଭିଡ-19 ମୁକାବିଲା ପାଇଁ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରୁଛି, ସେଥିପାଇଁ ବଜେଟରେ ଏକ ସୀମୀ ରହିଛି । ଏହି ମଧ୍ୟରେ ରାହୁଲ ରାଜନଙ୍କୁ କୃଷକ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ପ୍ରଶ୍ନ କରିଥିଲେ, ଏହାର ଉତ୍ତରରେ ରାଜନ କହିଛନ୍ତି କି, ଏହା ହେଉଛି ସେହି କ୍ଷେତ୍ର ଯେଉଁଠି ଆମେ ଆମର ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନାର ଲାଭ ଉଠାଇବା ଉଚିତ । ଆମକୁ ସଙ୍କଟରେ ପଡିଥିବା କୃଷକ ଓ ଶ୍ରମିକଙ୍କ ସହଯୋଗ ପାଇଁ ଏହି ପ୍ରଣାଳୀର ଉପଯୋଗ କରିବାକୁ ହେବ । ଏ ନେଇ ଆଗାମୀ ଖର୍ଚ୍ଚ ହିସାବକୁ ନେଇ ରାହୁଲ ପ୍ରଶ୍ନ କରିଥିଲେ, ଜବାବରେ ରାଜନ କହିଛନ୍ତି ଯେ, କୋଭିଡ-19 ସଙ୍କଟ ସମୟରେ ଦେଶରେ ଗରିବଙ୍କ ସହଯୋଗ ପାଇଁ 65,000 କୋଟି ଟଙ୍କା ଆବଶ୍ୟକ ରହିଛି । ଆମେ ଏହାର ଯୋଗାଡ କରିପାରିବା, କାରଣ ଭାରତ ଅର୍ଥବ୍ୟବସ୍ଥା 200 ଲକ୍ଷ କୋଟି ଟଙ୍କାର ରହିଛି ।

ସେ କହିଛନ୍ତି ଯେ, ‘‘ଯଦି ଗରିବଙ୍କ ଜୀବନ ବଞ୍ଚାଇବା ପାଇଁ ଆମକୁ ଏତିକି ଖର୍ଚ୍ଚ କରିବା ଆବଶ୍ୟକ ତେବେ ଆମକୁ କରିବାକୁ ହେବ ।’’

ସେହିପରି ଭାରତରେ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ । ଏହି କାମ କେବଳ ଅର୍ଥନୀତିର ସମ୍ପ୍ରସାରଣ ସହ କରାଯାଇପାରିବ । ଏଥିସହ ସେ ଦର୍ଶାଇଛନ୍ତି କି ଭାରତର ଅଭିବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି ।

ତେବେ ରୋଜଗାର ସୁଯୋଗ ଘରୋଇ କ୍ଷେତ୍ରରେ ହେବା ଦରକାର । ଯେପରି ଲୋକ ସରକାରୀ ଚାକିରୀ ମୋହ ବାନ୍ଧି ନ ବସନ୍ତି । ଏହି ସମୟରେ ସେ ସୂଚନା ପ୍ରଯୁକ୍ତିବିଦ୍ୟା ଆଉଟସୋର୍ସିଙ୍ଗ ଉଦ୍ୟୋଗର କଥା ଉଠାଇଛନ୍ତି ।

CMIE (ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି) ର ତଥ୍ୟକୁ ଦେଖବାକୁ ଗଲେ କୋଭିଡ -19 ଯୋଗୁଁ 10 କୋଟିରୁ ଅଧିକ ଲୋକ ଜୀବିକା ହରାଇଛି । ଏଣୁ ଅର୍ଥବ୍ୟବସ୍ଥାକୁ ଏଭଳି ଭାବେ ପର୍ଯ୍ୟାୟ କ୍ରମେ ଖୋଲିବା, ଯେପରି ଲୋକଙ୍କୁ ପୁଣି ଥରେ ନିଯୁକ୍ତି ମିଳିପାରିବ ବୋଲି ରାଜନ ନିଜ ମତ ରଖିଛନ୍ତି ।

@ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.