ETV Bharat / business

ଭାରତ ସର୍ବାଧିକ କେଉଁ ଦେଶରୁ ଆମଦାନୀ କରେ ଅଶୋଧିତ ତୈଳ? ପଢନ୍ତୁ ପୁରା ଲିଷ୍ଟ

author img

By

Published : Jan 3, 2020, 5:47 PM IST

ବାଗଦାଦରେ ଆମେରିକାର ଏୟାରଷ୍ଟ୍ରାଇକ ପ୍ରଭାବରେ ବିଶ୍ବ ତୈଳ ବଜାରରେ ନିଆଁ ଲାଗିଯାଇଛି। କେଇ ମିନିଟରେ 3 ଡଲାର ବଢି 68 ଡଲାରରେ ପହଞ୍ଚିଛି ବ୍ୟାରେଲ ପିଛା ଅଶୋଧିତ ତୈଳ ଦର। ଏହାର ପ୍ରଭାବ ଭାରତ ଉପରେ କେତେ ପଡିବ, ତାହା ଉପରେ ରହିଛି ନଜର...

india crude oil imports list
ଭାରତ ସର୍ବାଧିକ କେଉଁ ଦେଶରୁ କିଣେ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଇରାକ ରାଜଧାନୀ ବାଗଦାଦ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ। ଏହି ଆକ୍ରମଣରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ କମାଣ୍ଡର ଜେନେରାଲ କାସିମ ସୁଲେମାନୀର ମୃତ୍ୟ ହୋଇଛି। ଏହି ଖବରରେ ସମଗ୍ର ଦୁନିଆରେ ଅଶୋଧିତ ତୈଳ ବୃଦ୍ଧି ହୋଇଛି। ଏ ଆକ୍ରମଣ ଯୋଗୁଁ ମାତ୍ର କେଇ ମିନିଟରେ ବ୍ରେଣ୍ଟ କ୍ରୁଡ ଦାମ ବ୍ୟାରେଲ ପିଛା 70 ଡଲାର ନିକଟତର ହେଲାଣି। ଏହା ଆଗାମୀ ଦିନରେ ଭାରତକୁ ମଧ୍ୟ ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି।

ଭାରତ ନିଜର ଆବଶ୍ୟକତା ପାଇଁ ବହୁ ଦେଶକୁ ଅଶୋଧିତ ତୈଳ ଆମଦାନୀ କରୁଛି । ବିଶ୍ବର ସବୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରୁ ଭାରତ ସର୍ବାଧିକ ଇରାନରୁ ଆମଦାନୀ କରିଥାଏ। ଡାରେକ୍ଟୋରେଟ ଜେନରାଲ ଅଫ କମର୍ସିଆଲ ଇଣ୍ଟିଲେଜେନ୍ସ ଆଣ୍ଡ ଷ୍ଟାଟିଷ୍ଟିକ ହିସାବରୁ ଏନେଇ ସୂଚନା ମିଳିଛି। ବର୍ତ୍ତମାନ ଭାରତ ଆମେରିକା ଠାରୁ ଅଧିକ ଅଶୋଧିତ ତୈଳ କିଣୁଛି।

ଭାରତ ଇରାନରୁ ଅଶୋଧିତ ତୈଳ କିଣିବା ବନ୍ଦ କରିଦେଲାଣି । କାରଣ ଇରାନ ସ୍ଥାନ ଏବେ ନାଇଜେରିଆ ନେଇସାରିଲାଣି । ସେ ଏବେ ଭାରତକୁ ତେଲ ବିକିବା ରେସରେ ତୃତୀୟରେ ରହିଛି । ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ନାଇଜେରିଆ ଭାରକୁ 71.7 ଲକ୍ଷ ଟନ ଅଶୋଧିତ ତୈଳ ଯୋଗାଣ କରିଛି। ଯାହାକି 2018 ଏହି ଅବଧିରେ 58.1 ଲକ୍ଷ ଟନ ଥିଲା । ଏହା ପଛକୁ ୟୁଏସ ଓ ଭେନଜୁଏଲା ପାଳି ପଡୁଛି।

ଭେନଜୁଏଲା, ଭାରତକୁ 61 ଲକ୍ଷ ଟନ ଅଶୋଧିତ ତୈଳ ବିକ୍ରି କରିଥାଏ । କ୍ବେଏତ ମଧ୍ୟ 42 ଲକ୍ଷ ଟନ ଓ ମେକ୍ସିକୋ 33 ଲକ୍ଷ ଟନ କ୍ରୁଡ ତୈଳ ବିକ୍ରି କରିଥାଏ। ଆମେରିକା ଭାରତକୁ 2017ରେ ଅଶୋଧିତ ତୈଳ ବିକ୍ରି କରିବା ଆରମ୍ଭ କରିଥିଲା ।

2019 ମେ ମାସରେ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ପରେ ଭାରତ ଇରାନରୁ ତେଲ କିଣିବା ବନ୍ଦ କରିଦେଇଛି । ଏହା ଦ୍ବାରା ଇରାନରୁ ତେଲ ଆମଦାନୀ ହ୍ରାସ ପାଇଁ 20 ଲ7 ଟନରେ ପହଞ୍ଚିଛି । 2018 ସମାନ ଅବଧିରେ 1.33 ଲକ୍ଷ କୋଟି ଟନ ଥିଲା ।

ଭାରତ ସବୁଠୁ ଅଧିକ ଅଶୋଧିତ ତୈଳ ଇରାନରୁ ଆଣିଥାଏ । କହିବାକୁ ଗଲେ ଭାରତ ତାର ଚାହିଦାର ଏକ-ଚତୁର୍ଥାଂଶ ପ୍ରାୟ ଇରାନରୁ କିଣେ । ଗତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତକୁ 2.14 କୋଟି ଟନ ଅଶୋଧିତ ତୈଳ ବିକିଛି ଇରାନ। ବେଲେ ବର୍ଷ 2018ରେ ଏହା ମାତ୍ର 1.8 କୋଟି ଟନରେ ସୀମିତ ଥିଲା। ଭାରତ 2019ରେ ମୋଟ 9.39 କୋଟି ଟନ ଅଶୋଧିତ ତୈଳ ଆମଦାନୀ କରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.