ETV Bharat / business

ପ୍ରଥମ ଓ ଆଜିର ବଜେଟ ଭିତରେ କଣ ରହିଛି ପାର୍ଥକ୍ୟ ? ପଢନ୍ତୁ...

author img

By

Published : Jan 28, 2020, 6:35 PM IST

ସ୍ବାଧିନତା ପରେ 1947 ନଭେମ୍ବର 26ରେ ଉପସ୍ଥାପନ ହୋଇଥିଲା ଭାରତର ପ୍ରଥମ ବଜେଟ । ସେହିଦିନ ଆଉ 2019-20 ବର୍ଷ ଆଗତ ଶେଷ ବଜେଟ । ଏହି 72 ବର୍ଷର ବଜେଟରେ କଣ ସବୁ ରହିଛି ତାରତମ୍ୟ ? କେତେ ବଢିଛି ବଜେଟ ଆକାର, ପଢନ୍ତୁ..

India budget size has grown by 14116 times in last 72 years
ପ୍ରଥମ ଓ ଆଜିର ବଜେଟ ଭିତରେ କଣ ରହିଛି ପାର୍ଥକ୍ୟ ? ପଢନ୍ତୁ...

ନୂଆଦିଲ୍ଲୀ: ସ୍ବାଧିନତା ପରେ 1947 ନଭେମ୍ବର 26ରେ ଉପସ୍ଥାପନ ହୋଇଥିଲା ଭାରତର ପ୍ରଥମ ବଜେଟ । ସେହିଦିନ ଆଉ 2019-20 ବର୍ଷ ଆଗତ ଶେଷ ବଜେଟ... ଏହି 72 ବର୍ଷ ଭିତରେ ଦେଶର ବଜେଟ ଆକାର ପାଖାପାଖୀ 14,116 ହଜାର ଗୁଣ ବୃଦ୍ଧି ପାଇଛି ।

ଆର୍ଥିକ ବର୍ଷର ଖର୍ଚ୍ଚ ପାଇଁ ସରକାର ଯେତେ ଅନୁମାନ ରଖନ୍ତି, ତାହାକୁ ବଜେଟ ଆକାର କୁହାଯାଏ । ସ୍ବାଧିନ ଭାରତର ପ୍ରଥମ ବଜେଟରେ 197.39 କୋଟି ଟଙ୍କାର ରହିଥିଲା । ସେହିଭଳି 2019 ଜୁଲାଇ 5ରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 27,86,349 କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଯାହାକି ପ୍ରଥମ ବଜେଟ ତୁଳନାରେ 14,116 ଗୁଣ ବଡ । ଦେଶର ପ୍ରଥମ ବଜେଟ ଆର.କେ ସନମୁଖନ ଚେଟ୍ଟୀ ଉପସ୍ଥାପନ କରିଥିଲେ । ଯଦିଓ ଏହା ପୂର୍ଣ୍ଣ ବଜେଟ ନଥିଲା କିନ୍ତୁ ଏହା ଆର୍ଥିକ ସମୀକ୍ଷା ଭାବେ ରହିଥିଲା ।

ଗତ ବଜେଟର ଆୟବ୍ୟୟ

ଗତ ବଜେଟରେ ସରକାର 19,62,761 କୋଟି ଟଙ୍କାର ରାଜସ୍ବ ପ୍ରାପ୍ତିର ଅନୁମାନ ରଖିଥିଲେ । ସେହିପରି ରାଜସ୍ବ ଖର୍ଚ୍ଚ ଲକ୍ଷ୍ୟ 24,47,780 କୋଟି ଟଙ୍କା ଥିଲା । ଏହା ବ୍ୟତିତ ସରକାର ପୁଞ୍ଜି ପ୍ରାପ୍ତି ଦୃଷ୍ଟିରୁ 8,23,588 କୋଟି ଟଙ୍କା ହାସଲ ପାଇଁ ଲକ୍ଷ୍ୟ ରଖିଥିଲେ । ସେପଟେ ପୁଞ୍ଜିଗତ ବ୍ୟୟ ରୂପେ ସରକାର 3,38,569 କୋଟି ଟଙ୍କା ଖର୍ଚ୍ଚ ପାଇଁ ଅନୁମାନ ରଖିଥିଲେ । 2019-20ରେ 3.3 ପ୍ରତିଶତ ଆର୍ଥିକ ଘାଟା ଅନୁମାନ ରହିଛି । ପ୍ରକାଶ ଯେ, ପ୍ରଥମ ବର୍ଷ ବଜେଟରେ ଆର୍ଥିକ ଘାଟା ସମ୍ବନ୍ଧରେ କୌଣସି ସୂଚନା ଦିଆଯାଉନଥିଲା ।

ସୂଚନା ଅନୁଯାୟୀ, ସ୍ବାଧିନ ଭାରତର କେଇ ବର୍ଷ ପରେ ବଜେଟରେ ଆର୍ଥିକ ଘାଟା ସମ୍ବନ୍ଧରେ ଘୋଷଣା ହେଲା । ପ୍ରଥମରେ କେବଳ ରାଜସ୍ବ ପ୍ରାପ୍ତି ତୁଳନାରେ ଘାଟାର ତଥ୍ୟ ଦିଆଯାଉଥିଲା । ଯାହାକି ଆର୍ଥିକ ଘାଟା ଠାରୁ ଭିନ୍ନ । ସରକାରଙ୍କ ମୋଟ ଖର୍ଚ୍ଚ(ପୁଞ୍ଜିଗତ ଖର୍ଚ୍ଚ ସହିତ) ମଧ୍ୟରୁ ରାଜସ୍ବ ପ୍ରାପ୍ତିକୁ ବାହାର କରିବା ପରେ ଯାହା ବଞ୍ଚିଥାଏ , ତାହାକୁ ଆର୍ଥିକ ଘାଟା କୁହାଯାଏ । ଅନ୍ୟପଟେ କେବଳ ରାଜସ୍ବ ଖର୍ଚ୍ଚରୁ ରାଜସ୍ବ ପ୍ରାପ୍ତି ବାହାର କରିଦେଲେ ଯାହା ରୁହେ, ତାହାକୁ ରାଜସ୍ବ ଘାଟା କୁହାଯାଏ ।

ଅର୍ଥ ମନ୍ତ୍ରାଣଳୟର ୱେବସାଇଟରେ ଦେଶ ପ୍ରଥମ ବଜେଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ତାହା ଅନୁଯାୟୀ ପ୍ରଥମ ବଜେଟ କେବଳ ସାଢେ 3 ମାସ (1947 ଅଗଷ୍ଟ 15ରୁ 1948ମାର୍ଚ୍ଚ 31) ପାଇଁ ଉପସ୍ଥାପନ କରାଯାଇଥିଲା ।

ପ୍ରଥମ ବଜେଟର କିଛି ଖାସ କଥା

  • ବଜେଟ(ମୋଟ ଆନୁମାନିକ ଖର୍ଚ୍ଚ)ର ଆକାର 197.39 କୋଟି ଟଙ୍କା
  • ପ୍ରତିରକ୍ଷା ବଜେଟ 92.74 କୋଟି ଟଙ୍କା, ଅର୍ଥାତ ପାଖାପାଖୀ 47 ପ୍ରତିଶତ ପ୍ରତିରକ୍ଷା ଦିଗରେ ହୋଇଛି
  • ରାଜସ୍ବ ଘାଟା ଅନୁମାନ, 172.80 କୋଟି ଟଙ୍କା
  • ପ୍ରଥମ ବଜେଟରେ ମାତ୍ର ଗୋଟିଏ ଟିକସ ପ୍ରସ୍ତାବ ରହିଥିଲା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.