ETV Bharat / business

ବିଶ୍ବର ହାରାହାରୀ ମାସିକ ପାରିଶ୍ରମିକ ତାଲିକାରେ ଭାରତ ସ୍ଥାନ 72 - ମାସିକ ପରିଶ୍ରମିକ ଲିଷ୍ଟ

ହାରାହାରୀ ମାସିକ ଦରମା କ୍ଷେତ୍ରରେ ଭାରତର ସ୍ଥାନ 72 ରହିଛି । 106 ଦେଶକୁ ନେଇ ପ୍ରକାଶିତ ଏହି ତାଲିକାର ଶୀର୍ଷରେ ସ୍ବିଜରଲ୍ୟାଣ୍ଡ ରହିଛି । ଅଧିକ ପଢନ୍ତୁ..

ବିଶ୍ବର ହାରାହାରୀ ମାସିକ ପାରିଶ୍ରମିକ ତାଲିକାରେ ଭାରତ ସ୍ଥାନ 72

author img

By

Published : Aug 29, 2020, 5:15 PM IST

ନୂଆଦିଲ୍ଲୀ: ମାସିକ 32,800 ଟଙ୍କା ଅର୍ଥାତ 437 ହାରାହାରୀ ପାରିଶ୍ରମିକ ସହ ଏହି କ୍ଷେତ୍ରରେ ଭାରତ ସମଗ୍ର ବିଶ୍ବର 106 ଦେଶରେ 72 ନମ୍ବରରେ ରହିଛି । ଏହି ସୂଚୀରେ ସ୍ବିଜରଲ୍ୟାଣ୍ଡ ଶୀର୍ଷରେ ରହିଛି । ପିକୋଡି ଡଟ କମ(Picodi.com.)ର ଏକ ରିପୋର୍ଟରେ ଏ ନେଇ ତଥ୍ୟ ପ୍ରକାଶ ପାଇଛି ।

ଡିସକାଉଣ୍ଟ କୁପନ ପ୍ରଦାନ କରୁଥିବା ଅନ୍ତରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀ ପିକୋଡି ଡଟ କମ ସର୍ଭେ ଅନୁସାରେ ସ୍ବିଜରଲ୍ୟାଣ୍ଡ ହାରାହାରୀ ମାସିକ ପାରିଶ୍ରମିକ 5,989 ବା 4,49,000 ଟଙ୍କା ସହ ଶୀର୍ଷରେ ଅଛି ।

ସୂଚୀରେ କ୍ୟୁବା ହାରାହାରୀ ମାସିକ ପାରିଶ୍ରମିକ 2,700 ବା 36 ଡଲାର ସହିତ ସବୁଠୁ ତଳେ ରହିଛି ।

ଏହି ତାଲିକାରେ ସ୍ବିଜରଲ୍ୟାଣ୍ଡ ପରେ 3,00,900 ଟଙ୍କା (4,014 ଡଲାର )ସହିତ ଲକ୍ଜମବର୍ଗ ଦ୍ବିତୀୟ ଓ 2,64,900 ($ 3,534) ପାରିଶ୍ରମିକ ସହ ଆମେରିକା ତୃତୀୟରେ ରହିଛି ।

ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ଡେନମାର୍କ ( 3,515 ଡଲାର), ସିଙ୍ଗାପୁର ( 3,414 ଡଲାର ), ଅଷ୍ଟ୍ରେଲିଆ ( 3,333 ଡଲାର), କତାର ( 3,232 ଡଲାର ), ନରୱେ ( 3,174 ଡଲାର), ହଂକଂ ( 3,024 ଡଲାର) ଏବଂ Iceland ( 2,844 ଡଲାର) ରହିଛି।

ଭାରତର ମାସିକ ହାରାହାରୀ ପାରିଶ୍ରମିକ 32,800 ଟଙ୍କା ପରେ କାଜାଖସ୍ତାନ Kazakhstan (32,700 ଟଙ୍କା), ବ୍ରାଜିଲ (26,000 ଟଙ୍କା) ଏବଂ ଇଜିପ୍ଟ (16,400 ଟଙ୍କା) ଭଳି ଦେଶ ପଛରେ ରହିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.