ନୂଆଦିଲ୍ଲୀ: ଚଳିତ ବର୍ଷ ଏବେ ସୁ୍ଦ୍ଧା 24 ଲକ୍ଷରୁ ଅଧିକ କରଦାତାଙ୍କୁ 88,652 କୋଟି ଟଙ୍କାରୁ ଉର୍ଦ୍ଧ୍ବ ରିଫଣ୍ଡ ଜାରି ହୋଇଛି । ଶୁକ୍ରବାର ଏ ନେଇ ଆୟକର ବିଭାଗ ସୂଚନା ଦେଇଛି ।
ଏଥିରେ 23.05 ଲକ୍ଷ କରଦାତାଙ୍କୁ ଜାରି କରାଯାଇଥିବା 28,180 କୋଟି ଟଙ୍କାର ବ୍ୟକ୍ତିଗତ ଆୟକର(ପିଆଇଟି) ଓ 1.58 ଲକ୍ଷରୁ ଅଧିକ କରଦାତାଙ୍କୁ ଜାରି ହୋଇଥିବା 60,472 କୋଟି ଟଙ୍କାର କର୍ପୋରେଟ କର ସାମିଲ ଅଛି ।
ଆୟକର ବିଭାଗ ଟ୍ବିଟ କରି କହିଛି କି, ‘‘ ସିବିଡିଟି 2020 ଏପ୍ରିଲ 1ରୁ ଏବେ ସୁଦ୍ଧା 24.64 ଲକ୍ଷରୁ ଅଧିକ କରଦାତାଙ୍କୁ 88,652 କୋଟି ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରାଯାଇଛି । ମୋଟ 23,05,726 ମାମଲାରେ 28,180 କୋଟି ଟଙ୍କାର ଆୟକର ରିଫଣ୍ଡ ଜାରି କରାଯାଇଛି ଏବଂ 1,58,280 ମାମଲାରେ 60,472 କୋଟି ଟଙ୍କାର କର୍ପୋରେଟ ରିଫଣ୍ଡ ଜାରି କରାଯାଇଛି ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ (ସିବିଡିଟି) ବ୍ୟକ୍ତିଗତ ଆୟକର ଓ କର୍ପୋରେଟ କର ବ୍ୟବସ୍ଥାର ପରିଚାଳନା କରିଥାଏ ।