ETV Bharat / business

କର୍ପୋରେଟ ଟିକସ ହ୍ରାସ; ଛୁଟିବେ ନିବେଶକ, ବଢିବ ଜିଡିପି

author img

By

Published : Oct 19, 2019, 7:42 PM IST

ଭାରତ ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିରେ ସନ୍ତୁଷ୍ଟ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)। ଏହା ଦ୍ବାରା ଦେଶରେ ନିବେଶ ବୃଦ୍ଧି ପାଇବା ସହ ଅଭିବୃଦ୍ଧି ହାର ବଢିବ ବୋଲି ଆଶା ରଖିଛି ଆଇଏମଏଫ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କର୍ପୋରେଟ ଟିକସ ହ୍ରାସ ପରେ ଭାରତରେ ବିଦେଶୀ ନିବେଶକଙ୍କ ସୁଅ ଛୁଟିବ । ଏଥିସହ ବିଭିନ୍ନ ସେକ୍ଟରରେ ଟଙ୍କା ଲଗାଇବାକୁ ଘରୋଇ କମ୍ପାନୀ ଆଗ୍ରହୀ ହେବେ । ଯାହା ଫଳରେ ଦେଶର ଅଭିବୃଦ୍ଧି ହାର ଏଥର 6.1 ପ୍ରତିଶତ ଓ 2020 ସୁଦ୍ଧା 7 ପ୍ରତିଶତ ରହିବା ନେଇ ପୂର୍ବାନୁନାମ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ।
ଆଇଏମଏଫର ନିର୍ଦ୍ଦେଶକ ଚାଙ୍ଗୟୋଙ୍ଗ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଭାରତ ପାଖରେ ଆର୍ଥିକ ନିୟଣ୍ଟ ସୀମିତ ରହିଛି । ଏଥିପାଇଁ ତାଙ୍କୁ ସାବଧାନ ରହିବା ଦରକାର । ତେବେ ଆମେ ସେମାନଙ୍କ(ଭାରତ) କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ସମ୍ମାନ କରୁଛୁ । କାରଣ ନିବେଶ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବ । ଏପଟେ କିନ୍ତୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି । କର୍ପୋରେଟ ଟିକସ ହ୍ରାସ ଏତେଟା ଲାଭପ୍ରଦ ହେବନାହିଁ ବୋଲି ଅଭିଜିତ ଦର୍ଶାଇଛନ୍ତି ।

ଅନ୍ୟପଟେ ଜିଡିପି ବୃଦ୍ଧିର ପାଇଁ ଆଇଏମଏଫ ଭାରତ ସରକାରଙ୍କୁ ବ୍ୟାଙ୍କିଙ୍ଗ ସେକ୍ଟରରେ ସୁଧାର ପାଇଁ ପରାମର୍ଶ ଦେଇଛି । ଏଥିସହ ଆଇଏମଏଫ କହିଛି ଯେ, ଭାରତକୁ ଆର୍ଥିକ ଏକକୀକରଣ ଉପରେ ଧ୍ୟାନ ଦେବା ଦରକାର । ଏଥିସହ ଆର୍ଥିକ ସ୍ଥିତିରେ ଦୀର୍ଘକାଳୀନ ଅବଧି ପାଇଁ ସ୍ଥିରତା ସୁନିଶ୍ଚିତ ନେଇ ଯୋଜନା କରିବା ଆବଶ୍ୟକ ରହିଛି ।

ପ୍ରକାଶ ଯେ, ଚଳିତ ସପ୍ତାହରେ ଆଇଏମଏଫ ଭାରତ ଅଭିବୃଦ୍ଧି ହାର ଖସିବ ବୋଲି ପର୍ବାନୁମାନ ନେଇ ରିପୋର୍ଟ ଜାରି କରିଥିଲା । 2019-20 ଆର୍ଥିକ ବର୍ଷର ଜିଡିପି ୬.୧ ପ୍ରତିଶତ ରହିବ ବୋଲି ଆଇଏମଏଫ କହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.