ETV Bharat / business

ବଢିବ ଭାରତ ବିକାଶ ହାର, ନୂଆ ଆଶା ଦେଖାଇଲା ଆଇଏମଏଫ ରିପୋର୍ଟ

author img

By

Published : Apr 6, 2021, 9:25 PM IST

ମଉଳିଯାଉଥିବା ଆଶାରେ ପୁଣି ଫୂର୍ତ୍ତି ଭରିଛି ଆଇଏମଏଫ ରିପୋର୍ଟ । କୋରୋନାରେ ଭୁଷୁଡି ପଡିଥିବା ଅର୍ଥବ୍ୟବସ୍ଥା ପୁଣି ଅଭିବୃଦ୍ଧିର ଗତିରେ ଦୌଡିବ ଆଉ ଜିଡିପି ବଢିବ ବୋଲି ଅନୁମାନ ପ୍ରକାଶ କରିଛି ଆଇଏମଏଫ । ଅଧିକ ପଢନ୍ତୁ...

ବଢିବ ଭାରତ ବିକାଶ ହାର  , ନୂଆ ଆଶା ଦେଖାଇଲା ଆଇଏମଏଫ ରିପୋର୍ଟ

ୱାଶିଂଟନ: ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର । ଆଶ୍ବସ୍ତ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ରିପୋର୍ଟ । 2021ରେ ଭାରତର ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବଢି 12.5 ପ୍ରତିଶତରେ ପହଞ୍ଚିପାରେ । ଏ ନେଇ ମଙ୍ଗଳବାର ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ଆଇଏମଏଫ ।

2021 ରେ ଭାରତର ଜିଡିପି 12.5 ପ୍ରତିଶତ ଛୁଇଁବା ଆକଳନ ମଉଳିଯାଉଥିବା ଆଶାରେ ପୁଣି ଫୁର୍ତ୍ତି ଭରିଛି । ଏହି ବୃଦ୍ଧି ହାର ଚୀନ ତୁଳନାରେ ବି ଅଧିକ ରହିବ । ତେବେ ଚୀନ ଏଭଳି ଏକ ପ୍ରମୁଖ ଶକ୍ତ ଅର୍ଥବ୍ୟବସ୍ଥା , ଯାହାର ବିକାଶ ଦର 2020ରେ ମହାମାରୀ ସମୟରେ ବି ସକରାତ୍ମକ ଥିଲା ।

ଆଇଏମଏଫର ଏହାର ବାର୍ଷିକ ବୈଶ୍ବିକ ଆର୍ଥିକ ଦୃଷ୍ଟିକୋଣରେ କହିଛି କି , 2022ରେ ଭାରତୀୟ ଅର୍ଥବ୍ୟବସ୍ଥାର ବୃଦ୍ଧି ହାର 6.9 ପ୍ରତିଶତ ପାଖାପାଖୀ ରହିବ । ବିଶ୍ବବ୍ୟାଙ୍କ ସହ ହେବାକୁ ଥିବା ବାର୍ଷିକ ବୈଠକ ପୂର୍ବରୁ ମୁଦ୍ରାକୋଷ ଏହି ରିପୋର୍ଟ ଜାରି କରିଛି ।

ଆଇଏମଏଫ କହିଛି କି 2020 ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ରେକର୍ଡ 8 ପ୍ରତିଶତ ଖସିଛି । ହେଲେ ଏ ବର୍ଷ ବୃଦ୍ଧି ହାର 12.5 ପ୍ରତିଶତ ରହିବା ଅନୁମାନ ରହିଛି , ଯାହାକି ଅର୍ଥନୀତି ପାଇଁ ଶୁଭକର । ସେପଟେ ଚୀନର ବୃଦ୍ଧି ହାର 2021 ରେ 8.6 ପ୍ରତିଶତ 2020 ରେ 5.6 ପ୍ରତିଶତ ରହିବା ଅନୁମାନ ଲଗାଯାଇଛି । ଗତ ବର୍ଷ ଚୀନର ବୃଦ୍ଧି ହାର 2.3 ପ୍ରତିଶତ ରହିଛି । ଆଉ ଏହା କୋଭିଡ-19 ମହାମାରୀ କାଳରେ ବି ସକରାତ୍ମକ ଆର୍ଥିକ ବୃଦ୍ଧି ହାରକୁ ହାସଲ କରିଥିବା ଦୁନିଆର ଏକମାତ୍ର ବଡ ଦେଶ ଥିଲା ।

ଆଇଏମଏଫର ପ୍ରମୁଖ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି କି, ‘‘ ଆମେ ବୈଶ୍ବିକ ଅର୍ଥବ୍ୟବସ୍ଥା ପାଇଁ ପୂର୍ବ ଅନୁମାନ ତୁଳନାରେ ମଜବୁତ ପୁନରୁଦ୍ଧାର ଆଶା କରୁଛୁ । ବୈଶ୍ବିକ ଅର୍ଥବ୍ୟବସ୍ଥାର ବୃଦ୍ଧି ହାର 2021 ରେ 6 ପ୍ରତିଶତ ଓ 2022ରେ 4.4 ପ୍ରତିଶତ ରହିବ ବୋଲି ଅନୁମାନ ରହିଛି ।

ଗତ ବର୍ଷ ଅର୍ଥାତ 2020 ରେ ବିଶ୍ବ ଅର୍ଥବ୍ୟବସ୍ଥାରେ 3.3 ପ୍ରତିଶତ ହ୍ରାସ ଆସିଥିଲା । ଯାହାକି 2020 ଅକ୍ଟୋବରରେ ଜାରି ବିଶ୍ବ ଆର୍ଥିକ ଦୃଷ୍ଟିକୋଣ ଅନୁମାନ ତୁଳନାରେ 1.1 ପ୍ରତିଶତ କମ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.