ETV Bharat / business

ପାକ୍‌କୁ 1.4 ଅରବ ଡଲାର ଦେବାକୁ ଆଇଏମଏଫ ଦେଲା ମଞ୍ଜୁରୀ

author img

By

Published : Apr 17, 2020, 5:01 PM IST

ସଙ୍କଟଗ୍ରସ୍ତ ପାକ ଅର୍ଥନୀତିକୁ ଆଶ୍ବସ୍ତି ପାଇଁ 14 ଅରବ ଡଲାର ଆର୍ଥିକ ସହାୟତା ପାଇଁ ଗ୍ରୀନ ସିଗନାଲ ଦେଇଛି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ । ଏହି ଟଙ୍କା କୋରୋନା ମୁକାବିଲାରେ ସହାୟକ ହେବ । ଅଧିକ ପଢନ୍ତୁ..

IMF approves $1.4 billion in coronavirus aid to Pakistan
ପାକ୍‌କୁ 1.4 ଅରବ ଡଲାର ଦେବାକୁ ଆଇଏମଏଫ ଦେଲା ମଞ୍ଜୁରୀ

ୱାସିଂଟନ : କେରୋନା ଝଡରେ ଟଳିପଡିଥିବା ପାକିସ୍ତାନ ଅର୍ଥନୀତିକୁ ପୁଣି ସଳଖିବା ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ) 1.386 ଅରବ ଡଲାର ଆର୍ଥିକ ସହାୟତା ଦେବାକୁ ମଞ୍ଜୁରୀ ଦେଇଛି । ପାକ ସରକାରଙ୍କ ଅନୁରୋଧ ଓ ସଙ୍କଟ ସ୍ଥିତିକୁ ସୁଧାରିବା ପାଇଁ ଆଇଏମଏଫ ଏ ନେଇ ନିଷ୍ପତ୍ତି ନେଇଛି ।

ଏହି ଟଙ୍କାର 6 ଅରବ ଡଲାର ସେହି ରିଲିଫ ପ୍ୟାକେଜର ଅତିରିକ୍ତ ରହିବ, ଯେଉଁଥିପାଇଁ ଗତ ବର୍ଷ ଜୁଲାଇରେ ଇସଲାମବାଦ ଆଇଏମଏଫ ସହ ଏକ ଚୁକ୍ତିରେ ହସ୍ତାକ୍ଷେର କରିଥିଲା । ଆଇଏମଏଫର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ତଥା କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜିଓଫ୍ରେ ଓକାମୋଟୋ କହିଛନ୍ତି ଯେ କୋଭିଡ -19 ମହାମାରୀ ପ୍ରକୋପ ଦ୍ବାରା ପାକିସ୍ତାନର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେଉଛି ।

ସେ କହିଛନ୍ତି ଯେ, ‘‘ବୈଶ୍ବିକ ମାନ୍ଦାବସ୍ଥା ସହ ଘରୋଇ କଟକଣା ଯୋଗୁଁ ଅଭିବୃଦ୍ଧି ପ୍ରବଳ ମାତ୍ରାରେ ଖସୁଛି । ଯାହା ଦ୍ବାରା ବାହ୍ୟ ଆର୍ଥିକ ପୋଷଣ ମଧ୍ୟ ପ୍ରଭାବିତ ହେଉଛି । ଏଥିଯୋଗୁଁ ଏହି ପ୍ୟାକେଜ ଅର୍ଥନୀତିକୁ ପୁଣି ସମ୍ଭାଳିବାରେ ସାହାଯ୍ୟ କରିବ । ସମସ୍ତ ପାକିସ୍ତାନ ବାସୀ ଏଥିରୁ ଲାଭବାନ ସହ ଦେଶ ଉପଯୋଗୀତା କ୍ଷମତା ବଢିବା ସହ ଅଭିବୃଦ୍ଧି ଫେରିବ । ’’

କୋରୋନା ସଂକ୍ରମଣ ରୋକିବାକୁ ପାକିସ୍ତାନ ସରକାର ଯଥାସମ୍ଭବ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଏକ ପ୍ରୋତ୍ସାହିତ ପ୍ୟାକେଜ ଦେଇଛନ୍ତି। ଏଥିରେ ସାର୍ବଜନୀନ ସ୍ବାସ୍ଥ୍ୟ ଖର୍ଚ୍ଚକୁ ବୃଦ୍ଧି କରାଯାଉଛି । ଏଥିସହ ଦୁର୍ବଳ ଓ ଗରିବ ଶ୍ରେଣିର ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ମଜବୁତ କରାଯାଉଛି ବୋଲି ଓକାମୋଟା ଜଣାଇଛନ୍ତି ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.