ETV Bharat / business

Illness To Wellness: ସୁସ୍ଥ ଜୀବନଶୈଳୀ ପାଇଁ ମିଳେ ଏହି ସୁବିଧା

author img

By

Published : Jan 12, 2022, 3:28 PM IST

Updated : Jan 13, 2022, 8:56 AM IST

କୋଭିଡ କାଳରେ ସ୍ବାସ୍ଥ୍ୟ ବୀମାର ଚାହିଦା ଖୁବମାତ୍ରାରେ ବୃଦ୍ଧି ପାଇଛି । ବୀମା କମ୍ପାନୀ ପଲିସିଧାରକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଯୋଜନା ଆଣୁଛନ୍ତି । ଯେଉଁଥିରେ ଉତ୍ତମ ସ୍ବାସ୍ଥ୍ୟ ସମ୍ପନ୍ନ ବ୍ୟକ୍ତିଙ୍କୁ ଅଧିକ ଫାଇଦା ମିଳିଥାଏ । ଜାଣନ୍ତୁ ସେସବୁ କ'ଣ

ସୁସ୍ଥ ଜୀବନଶୈଳୀ ପାଇଁ ମିଳେ ଏହି ସୁବିଧା
ସୁସ୍ଥ ଜୀବନଶୈଳୀ ପାଇଁ ମିଳେ ଏହି ସୁବିଧା

ହାଇଦ୍ରାବାଦ: କଥାରେ ଅଛି 'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଉତ୍ତମ ସ୍ବାସ୍ଥ୍ୟ ସର୍ବଦା କୌଣସି ବ୍ୟକ୍ତି ପାଇଁ ଲାଭଦାୟକ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଲୋକଙ୍କୁ ନାନା ରୋଗବ୍ୟାଧି ଗ୍ରାସ କରିଚାଲିଛି । ଅନେକ ସମୟରେ ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହେଉଛି ସାଧାରଣ ଲୋକଟିଏ । ଏପରି ସ୍ଥିତିରେ ବ୍ୟାଧିଜନିତ ଖର୍ଚ୍ଚାନ୍ତରୁ ଆଶ୍ବସ୍ତି ପାଇବାକୁ ଲୋକେ ସ୍ବାସ୍ଥ୍ୟବୀମା ନେବାକୁ ଆଗ୍ରହୀ ହେଉଛନ୍ତି । ବିଶେଷକରି କୋଭିଡ କାଳରେ ସ୍ବାସ୍ଥ୍ୟବୀମାର ଚାହିଦା ଖୁବମାତ୍ରାରେ ବୃଦ୍ଧି ପାଇଛି । ବୀମା କମ୍ପାନୀ ପଲିସିଧାରକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଯୋଜନା ଆଣୁଛନ୍ତି । ହେଲେ ଜାଣନ୍ତି, ଉତ୍ତମ ସ୍ବାସ୍ଥ୍ୟ ସମ୍ପନ୍ନ ବ୍ୟକ୍ତିଙ୍କୁ କିଛି ଅତିରିକ୍ତ ସୁବିଧା ପ୍ରଦାନ କରିଥାନ୍ତି ବୀମା କମ୍ପାନୀ । କମ୍ପାନୀଗୁଡିକର ସ୍କିମରେ ସୁସ୍ଥ ଜୀବନଶୈଳୀ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଇନସେନଟିଭ୍ ଏବଂ ପୁରସ୍କାର ମଧ୍ୟ ରହିଛି । ହେଲେ ଅଧିକାଂଶ ଲୋକେ ଏହାର ଉପାଦେୟତା ସମ୍ପର୍କରେ ଅବଗତ ନାହାନ୍ତି । ତେବେ ଜାଣନ୍ତୁ ସୁସ୍ଥ ଜୀବନଶୈଳୀ ପାଇଁ କି ଫାଇଦା ହୋଇଥାଏ ।

ସୁସ୍ଥ ଜୀବନଶୈଳୀ ପାଇଁ ରିହାତି(Discounts for a healthy lifestyle):

ସ୍ବାସ୍ଥ୍ୟବୀମା ପଲିସି ନେବା ସମୟରେ ବହୁ ବୀମା କମ୍ପାନୀ ସ୍ବାସ୍ଥ୍ୟର ଯତ୍ନ ପାଇଁ କିଛି ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଛନ୍ତି । ଯେଉଁଥିପାଇଁ ପଲିସିଧାରକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିନଥାଏ । ଏହାର ଉଦ୍ଦେଶ୍ୟ, ଲୋକଙ୍କୁ ଉତ୍ତମ ଅଭ୍ୟାସ ସହ ସୁସ୍ଥ ଜୀବନ ଜିଇଁବାକୁ ପ୍ରୋତ୍ସାହନ ଦେବା । ଯଦି ପଲିସିଧାରକ ନିଜ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଭ୍ୟାସ, ଦୌଡ ଏବଂ ସାଇକେଲିଂ ଭଳି ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ତେବେ ବୀମା କମ୍ପାନୀ ରିନ୍ୟୁ ସମୟରେ ସେମାନଙ୍କୁ ପ୍ରିମିୟମ ଉପରେ ରିହାତି ଦେଇଥାଏ । ବିଭିନ୍ନ ହେଲ୍‌ଥ କେୟାର ପ୍ରୋଗାମ ସହ ଜଡିତ ପଲିସିଧାରକଙ୍କୁ ମଧ୍ୟ କମ୍ପାନୀ ଏହି ସୁବିଧା ଅଫର କରିଥାଏ ।

ପଲିସିଧାରକଙ୍କୁ ୱେଲନେସ୍ କୋଚ(Wellness coaches for policyholders):

କିଛି ବୀମା କମ୍ପାନୀ ପଲିସିଧାରକଙ୍କୁ ୱେଲନେସ୍ କୋଚ(Wellness coach) ବା ସ୍ବାସ୍ଥ୍ୟ ପ୍ରଶିକ୍ଷକ ପ୍ରଦାନ କରିଥାନ୍ତି । ୱେଲନେସ୍ କୋଚ ପଲିସି ହୋଲ୍ଡରଙ୍କ ଖାଦ୍ୟପେୟ, ବ୍ୟାୟମ, ମାନସିକ ସୁସ୍ଥତା ଏବଂ ଶରୀରର ଓଜନ ପରିଚାଳନା ବାବାଦରେ ନିୟମିତ ଟିପ୍ସ ଦେଇଥାନ୍ତି । କୋଚ୍‌ଙ୍କ ନିର୍ଦ୍ଦେଶ ପାଳନ କରୁଥିବା ପଲିସିଧାରକଙ୍କୁ କମ୍ପାନୀ ପୁରସ୍କାର ମଧ୍ୟ ଦେଇଥାଏ । ଏତଦ୍‌ବ୍ୟତୀତ ଆହୁରି ଅନେକ ସୁବିଧା ରହିଛି ।

ଅସୁସ୍ଥତା ସମୟରେ କିଛି ବୀମା କମ୍ପାନୀ ପଲିସିଧାରକଙ୍କୁ ଦ୍ବିତୀୟ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାର ସୁବିଧା ଯୋଗାଇ ଦେଇଥାନ୍ତି(Seeking a second opinion of a doctor) । କୌଣସି ଅତିରିକ୍ତ ପ୍ରିମିୟମ ପ୍ରତିବଦଳରେ ବୀମାର ଏକ ଅଂଶ ଭାବେ ପଲିସିଧାରକଙ୍କୁ ଏହା ପ୍ରଦାନ କରାଯାଇଥାଏ । ଯେତେବେଳେ ଡାକ୍ତର ବୀମାଧାରକଙ୍କୁ ଅପରେସନ ବା ସର୍ଜରୀ ପାଇଁ ପରମର୍ଶ ଦିଅନ୍ତି, ସେହି ସମୟରେ ହିତାଧିକାରୀ ଏହି ସ୍କିମର ଲାଭ ଉଠାଇ ଦ୍ବିତୀୟ ଡାକ୍ତରଙ୍କ ସହ ଯୋଗଯୋଗ କରିପାରିବେ । ଏହି ସେବାର ଲାଭ ଉଠାଇବା ପାଇଁ ଇନସ୍ୟୁରାନ୍ସ ହୋଲ୍ଡରଙ୍କୁ ନିର୍ଦ୍ଧାରିତ ଆପ୍ଲିକେସନ ଫର୍ମ ପୂରଣ କରିବାକୁ ପଡିବ । ଏହାସହିତ ଚିକିତ୍ସା ସମୟରେ କରାଯାଇଥିବା ଯାଞ୍ଚ ରିପୋର୍ଟ ମଧ୍ୟ ଦେବାକୁ ହେବ । ଅନେକ ସମୟରେ ଏହି ସୁବିଧା ବୀମା କମ୍ପାନୀର ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହୋଇଥାଏ ।

ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନ୍ସ୍ୟୁରାନ୍ସ ମୁଖ୍ୟ( chief-Claims, ICICI Lombard General Insurance) ଅନୁସାରେ, ଯଦି ପଲିସିଧାରକ ସ୍ବାସ୍ଥ୍ୟବୀମା ନେବା ସମୟରେ ସୁସ୍ଥ ଜୀବନଶୈଳୀ ଆପଣାଇଥିବେ ତେବେ ତାଙ୍କୁ ପ୍ରିମିୟମ ଉପରେ ଡିସକାଉଣ୍ଟ ମିଳିଥାଏ । ଯାହା ବୀମାଧାରକଙ୍କୁ ସୁସ୍ଥ ଜୀବନଯାପନ ପାଇଁ ପ୍ରୋତ୍ସାହାନ ଯୋଗାଏ ।

Last Updated : Jan 13, 2022, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.