ETV Bharat / business

ICICI ବ୍ୟାଙ୍କର ଅନଲାଇନ ବ୍ୟାଙ୍କିଂ ସେବା ଠପ, ଗ୍ରାହକ ବ୍ୟତିବ୍ରସ୍ତ - ICICI ବ୍ୟାଙ୍କ

ବାଧାପ୍ରାପ୍ତ ICICI ବ୍ୟାଙ୍କର ଅନଲାଇନ ସେବା । ଗ୍ରାହକ ଏ ନେଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ବ୍ୟାଙ୍କ କେୟାର୍ସ ପକ୍ଷରୁ ଏଥିପାଇଁ କ୍ଷମା ପ୍ରାର୍ଥନା କରାଯାଇଛି । ଅଧିକ ପଢନ୍ତୁ..

ICICI ବ୍ୟାଙ୍କର ଅନଲାଇନ ବ୍ୟାଙ୍କିଙ୍ଗ ସେବା ଠପ, ଗ୍ରାହକ ବ୍ୟତିବ୍ରସ୍ତ

author img

By

Published : Oct 16, 2020, 3:54 PM IST

ହାଇଦ୍ରବାଦ: ଶୁକ୍ରବାର ଘରୋଇ ସେକ୍ଟରର ବୃହତ୍ତମ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ଅନଲାଇନ ସେବା ଠପ ହୋଇଛି । ଏଥିପାଇଁ ଗ୍ରାହକ ବହୁତ ସମସ୍ୟାର ସାମ୍ନା କରିଥିବା ବେଳେ ଟ୍ବିଟରରେ ଏନେଇ ବର୍ଷିଛନ୍ତି ।

ତେବେ ବ୍ୟାଙ୍କର ଅନଲାଇନ ସେବା ବନ୍ଦ ଯୋଗୁଁ ବ୍ୟାଙ୍କର ଖାତାଧାରୀ ନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବାର ବ୍ୟବହାର କରିପାରୁନାହାନ୍ତି । ଆଇସିଆଇସିଆଇ ବ୍ୟାଙ୍କର ନା ନେଟବ୍ୟାଙ୍କିଙ୍ଗ ଲଗଇନ ହେଉଛି ନା ୱେବସାଇଟ କାମ କରୁଛି । ଗ୍ରାହକ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଲଗଇନ କରିପାରୁନାହାନ୍ତି । ଆଇସିଆଇସିଆଇ ବ୍ୟାଙ୍କରେ ଦେଖାଦେଇଥିବା ଏହି ସମସ୍ୟାର ପ୍ରଭାବ ଲକ୍ଷାଧିକ ଗ୍ରାହକ ଉପରେ ପଡିଛି । ଏ ନେଇ ଲୋକମାନେ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି ।

ବ୍ୟାଙ୍କର ସେବା ଠପ ହେବା ପରେ ଅନେକ ୟୁଜର୍ସ ଆଇସିଆଇସିଆଇ ବ୍ୟାଙ୍କର ଆଲୋଚନା କରିଛନ୍ତି । କିଏ ଲେଖିଛି କି , ଏତେ ବଡ ବ୍ୟାଙ୍କରୁ ଏଭଳି ଆଶା ନାହିଁ , ତ ପୁଣି କିଏ କହିଛି ଫଣ୍ଡ ଟ୍ରାନ୍ସଫର ଯୋଗୁଁ ବହୁ ସମସ୍ୟା ହେଉଛି ।

ତେବେ ଗ୍ରାହକଙ୍କ ଅଭିଯୋଗ ପରେ ଆଇସିଆଇସିଆଇ ବ୍ୟାଙ୍କ କେୟାର୍ସ ପକ୍ଷରୁ ଟ୍ବିଟ କରି କ୍ଷମା ପ୍ରାଥନା କରାଯାଇଛି । ଏଥିସହ ଶୀଘ୍ର ଏହାକୁ ଠିକ କରାଯିବ ବୋଲି ଜଣାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.