ETV Bharat / business

ଏଣିକି ସହଜ ହେବ ଆୟକର ହିସାବ, ଆସିଲା ଇ-କାଲକୁଲେଟର

ଏଣିକି ଟିକସ ଗଣିତ ବେଳେ ଆଉ କନଫ୍ୟୁଜନ ନାହିଁ । ଆୟକର ବିଭାଗ ଲଞ୍ଚ କରିଛି ଇ-କାଲକୁଲେଟର । ଏହା ଜରିଆରେ ଆପଣ ସହଜରେ କର ପ୍ରଣାଳୀର ହିସାବ କରିପାରିବେ ।

I-T dept launches e-calculator to compare due tax under new, old regime
ଏବେ ସହଜରେ କରନ୍ତୁ ଆୟକର ହିସାବ, ଆସିଲା ଇ-କାଲକୁଲେଟର
author img

By

Published : Feb 6, 2020, 9:04 PM IST

ନୂଆଦିଲ୍ଲୀ: ବଜେଟରେ ଆୟକର ସ୍ଲାବରେ ରିହାତି ପରେ ବି ଦ୍ବନ୍ଦ୍ବରେ କରଦାତା । କେଉଁ ପ୍ରକ୍ରିୟାରେ କର ଭରିଲେ ମିଳିବ ଫାଇଦା ? ପୁରୁଣା ନାଁ ନୂଆ ପ୍ରଣାଳୀ ? ଏଥିପାଇଁ ଅଙ୍କ କଷିବାରେ ଲାଗିପଡିଲେଣି କରଦାତା । ତେବେ ଆପଣଙ୍କ ଏହି ଜଟିଳ ହିସାବକୁ ସହଜ କରିବାକୁ ଆୟକର ବିଭାଗ ଆଣିଛି ଇ-କାଲକୁଲେଟର । ଏଥିରେ ଚୁଟକିରେ ଆପଣ ନୂଆ ଓ ପୁରୁଣା କର ବ୍ୟବସ୍ଥାରେ ଆୟକର ଗଣନା କରିପାରିବେ ।

2020-21 ଆର୍ଥିକ ବର୍ଷର ବଜେଟରେ ସରକାର ଆୟକର ରିଟର୍ଣ୍ଣ ଭରିବା କ୍ଷେତ୍ରରେ କରଦାତାଙ୍କୁ ବିକଳ୍ପ ଦେଇଛନ୍ତି । ବିଭାଗର ସରକାରୀ ଇ-ଫାଇଲିଙ୍ଗ ୱେବସାଇଟ https://www.incometaxindiaefiling.gov.in.ରେ ଏହି କାଲକୁଲେଟର ଉପଲବ୍ଧ ରହିଛି । ଏଥିରେ ପୁରୁଣା ହେଉ ବା ନୂଆ କର ବ୍ୟାବସ୍ଥାରେ କେତେ କର ଦେବାକୁ ହେବ ତାକୁ କରଦାତା ଜାଣିପାରିବେ ।

ଏହି ୱେବ ପୋର୍ଟାଲକୁ ବିଭିନ୍ନ ଶ୍ରେଣୀର କରଦାତା ଇଲୋକ୍ଟ୍ରୋନିକ ଆୟକର ରିଟର୍ଣ୍ଣ(ଆଇଟିଆର) ପୈଠ ପାଇଁ ବ୍ୟବହାର କରିପାରିବେ । ଏହା ଜରିଆରେ ସାଧାରଣ ନାଗରିକ(60 ବର୍ଷରୁ କମ) , ବରିଷ୍ଠ ନାଗରିକ(60ରୁ 79) ଓ ଅତି ବରିଷ୍ଠ ନାଗରିକ(79 ବର୍ଷରୁ ଉର୍ଦ୍ଧ୍ବ) ସେମାନଙ୍କ ସବୁ ଉତ୍ସରୁ ଆଦାୟ ବାର୍ଷିକ ଆୟ, ମୋଟ ରିହାତି ଓ କଟ କୁ ଆକଳନ କରି ନିଜକୁ ସୁହାଇଲା ଭଳି କର ବ୍ୟବସ୍ଥାକୁ ଆପଣାଇପାରିବେ ।

ନୂଆ ଟିକସ ସ୍ଲାବ ଘୋଷଣା ପରେ ବି କରଦାତା ଚାହିଁଲେ ପୁରୁଣା ଟିକସ ହାର ଅନୁଯାୟୀ କର ପୈଠ କରିପାରିବେ । ଅର୍ଥାତ ଜଣେ କରଦାତା ଜଣେ ପୁରୁଣା ଟିକସ ସ୍ଲାବରେ ବିଭିନ୍ନ ଆୟକର ରିହାତି ସହ ଟିକସ ଭରିପାରିବେ । ଆଉ ଯଦି ନୂଆ ସ୍ଲାବରେ ଟିକସ ଭରନ୍ତି, ତେବେ 70 ରିହାତି ସୁବିଧା ପାଇପାରିବେ ନାହିଁ । ପୂର୍ବରୁ ବୀମା, ନିବେଶ, ମେଡିକାଲ, ଟିଉସନ ଫି ଭଳି 100ଟି ଏକଜମ୍ପସନ ରହିଥିଲା । ତେଣୁ ଏବେ ଆୟକର ଭରିବା ପୂର୍ବରୁ କରଦାତା ଗଣିତ ଲଗାଇବେ କି କେଉଁଥିରେ ଟିକସ ଭରିବେ ?

Intro:Body:

jkjkjkjkjk

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.